Indus Valley Times

ୟୁରିଆ ସାର କଳାବଜାରୀ ରୋକିବାକୁ ଜିଲ୍ଲା ପ୍ରଶାସନର ତନଖି

 Breaking News

ୟୁରିଆ ସାର କଳାବଜାରୀ ରୋକିବାକୁ ଜିଲ୍ଲା ପ୍ରଶାସନର ତନଖି

August 20
20:35 2020

ଯାଜପୁର,୨୦/୮ : ରାସାୟନିକ ସାର ବିଶେଷ କରି ୟୁରିଆ ସାରର ସୁଷମ ବଣ୍ଟନ ଓ କଳାବଜାରୀ ରୋକିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ତନଖି କରାଯାଇଚ୍ଥି । ରାଜ୍ୟ ସରକାର କୃଷି ଓ କୃଷକ ସଶକ୍ତିକରଣ ପାଇଁ ବିବିଧ ପଦକ୍ଷେପ ନେଉଥିବା ପରିପ୍ରେକ୍ଷୀରେ ରାସାୟନିକ ସାର ସଠିକ ମୂଲ୍ୟରେ କୃଷକଙ୍କ ନିକଟରେ ଉପଲବ୍ଧ କରାଇବାକୁ ପ୍ରୟାସ କରିଚ୍ଥନ୍ତି ।
ତେବେ କେତେକ ସାର ବିକ୍ରୟ କେନ୍ଦ୍ରରୁ ମାତ୍ରାଧିକ ୟୁରିଆ ସାର କ୍ରୟ କରିଥିବା ୨୦ ଜଣ କୃଷକଙ୍କ ଆବଶ୍ୟକତା ଓ ଏହାର ଉପଯୋଗକୁ ତନଖି କରିବାକୁ ସରକାରଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାପାଳ ଶ୍ରୀ ଦାସ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଓ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଯଥାକ୍ରମେ ବଡଚଣା, ରସୁଲପୁର, ଦଶରଥପୁର ଏବଂ ଯାଜପୁର ରୋଡର ମୋଟ ୨୦ ଜଣ ଚାଷୀଙ୍କୁ ତନଖି ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ଏକ ଟିମ୍ର ନେତୃତ୍ୱ ନେଇ ଚ୍ଥତିଆ, ବାଲିଚନ୍ଦ୍ରପୁର, ହରିପୁର, ରାମବାଗ, ଅଣ୍ଢେଇଗୋଡା ଇତ୍ୟାଦି ସ୍ଥାନର ଚାଷୀ ମାନଙ୍କ ଦ୍ୱାରା କ୍ରୟ କରାଯାଇଥିବା ୟୁରିଆ ସାରର ସ୍ଥିତି ସଂପର୍କରେ ଅନୁଧ୍ୟାନ କରିଥିଲେ । ସେହିପରି କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍ାପାଳ ଶ୍ରୀ ମିଶ୍ର ଅନ୍ୟ ଏକ ଟିମ୍ର ନେତୃତ୍ୱ ନେଇ ଯାଜପୁର ରୋଡ ଚାଷୀ ମାନଙ୍କର ଅନୁଧ୍ୟାନ କରିଥିଲେ ।
ବାସ୍ତବରେ ଚାଷ ଜମି ପାଇଁ ଆବଶ୍ୟକୀୟ ୟୁରିଆ ସାର ଠାରୁ ଏହି ଚାଷୀମାନେ ଅଧିକ କ୍ରୟ କରିଥିବାରୁ ଏହା ମାଧ୍ୟମରେ କଳାବଜାରର ଆଶଙ୍କା ରହିଚ୍ଥି । ଏହି ଚାଷୀ ମାନଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ପାଇଁ ଉଭୟ ଅତିରିକ୍ତ ଜିଲ୍ଲାପାଳ ସୁପାରିଶ କରିଚ୍ଥନ୍ତି । ଏହି ତନଖିରେ କୃଷି ଉପନିର୍ଦ୍ଦେଶକ ଶରତ କୁମାର ପୃଷ୍ଟି, ପ୍ଳାଣ୍ଟ ପ୍ରୋଟେକ୍ସନ ଅପିଂସର ଶ୍ରୀଧର ଦାସ, ଯାଜପୁର କୃଷି ଅଧିକାରୀ ବିମଳକାନ୍ତି ରପ୍ତାନ ଓ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031