Indus Valley Times

ୟୁ-ଟେକ୍ କମ୍ପୁଟର ଶିକ୍ଷା କେନ୍ଦ୍ର ଓ ରାଜ ତାରା କନିଷ୍ଠ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ହିନ୍ଦୀ ଦିବସ ପାଳିତ

 Breaking News

ୟୁ-ଟେକ୍ କମ୍ପୁଟର ଶିକ୍ଷା କେନ୍ଦ୍ର ଓ ରାଜ ତାରା କନିଷ୍ଠ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ହିନ୍ଦୀ ଦିବସ ପାଳିତ

September 14
20:59 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି, ୧୪/୫ : ପାରଳାଖେମୁଣ୍ଡି ସ୍ଥିତ ୟୁ-ଟେକ କମ୍ପ୍ୟୁଟର ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରର ସଭାଗୃହ ଠାରେ ୟୁ-ଟେକ କମ୍ପ୍ୟୁଟର ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଓ ରାଜ ତାରା କନିଷ୍ଠ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ମଙ୍ଗଳବାରହିନ୍ଦୀ ଦିବସ ପାଳିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମରେ ୟୁ-ଟେକ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ଶ୍ରୀ ଲୋକନାଥ ମିଶ୍ରଙ୍କ ସଭାପତିତ୍ୱରେ ପଣ୍ଡିତ ନରସିଂହ ଗୌଡ଼ , ଶିକ୍ଷାବିତ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ପ୍ରଗତି ମହିଳା ସଂଗଠନର ସମ୍ପାଦିକା ଶ୍ରୀମତୀ ତନୁଯା ଶତପଥୀ ଏବଂ ରାଜାତାରା କଲେଜର ଶ୍ରୀ ଅରୁଣ କୁମାର ପ୍ରମୁଖ ମଞ୍ଚଆସିନ ଅତିଥିଭାବେ ଯୋଗଦେଇଥିଲେ । ହିନ୍ଦୀ ଭାଷାର ଇତିହାସ ଓ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।
ମୁଖ୍ୟତଃ ଏହା ଜନମାନସଙ୍କ ଭାଷା ଏବଂ ଏହା ସମସ୍ତ ଭାରତୀୟଙ୍କୁ ଏକ ସୂତ୍ରରେ ବାନ୍ଧିରଖିବା ଭାଷା । ହିନ୍ଦୀ ଭାଷାର ଅଧିକ ପ୍ରଚଳନ ଓ ଏହାର ଅନଦେଖାକୁ ରୋକିବା ପାଇଁ ପ୍ରତିବର୍ଷ ୧୪ ସେପ୍ଟେମ୍ବର ଦିନ ଏହି ହିନ୍ଦୀ ଦିବସ ପାଳନ କରାଯାଉଛି । ୧୯୪୯ ମସିହା ୧୪ ସେପ୍ଟେମ୍ବର ଦିନ ସଂଭିଧାନ ସଭାର ମତ ପ୍ରକାରେ ହିନ୍ଦୀକୁ ରାଷ୍ଟ୍ରଭାଷା ଘୋଷିତ କରାଯାଇଥିଲା ବୋଲି କହିଥିଲେ ।
ଏହି ଅବସରରେ ଉଭୟ କମ୍ପ୍ୟୁଟର ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଓ ରାଜାତାରା କଲେଜର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ” ହିନ୍ଦୀ କାହିଁକି ଆମର ରାଷ୍ଟ୍ରଭାଷା ହେବା ଉଚିତ” ଶୀର୍ଷକ ବିଷୟ ଉପରେ ଏକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚଆସିନ ଅତିଥି ମାନେ ପୁରସ୍କାର ବଣ୍ଟନ କରିଥିଲେ ।
କାର୍ଯ୍ୟକ୍ରମରେ ଶ୍ରୀମତୀ ସୁଲକ୍ଷଣି ଲୀମା ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀମତୀ କ୍ଷୀରାଦ୍ୱି ତନୟା ପଣ୍ଡା ଯୋଗଦେଇ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031