Indus Valley Times

“ୟୋଥ ଫର ଆକ୍ସନ” ସଂଗଠନ ପକ୍ଷରୁ ନୟାଗଡ଼ ଜିଲ୍ଲା ପାଇଁ କର୍ମକର୍ତ୍ତା ଚୟନ ଓ ଦାୟିତ୍ଵ ଘୋଷଣା

 Breaking News

“ୟୋଥ ଫର ଆକ୍ସନ” ସଂଗଠନ ପକ୍ଷରୁ ନୟାଗଡ଼ ଜିଲ୍ଲା ପାଇଁ କର୍ମକର୍ତ୍ତା ଚୟନ ଓ ଦାୟିତ୍ଵ ଘୋଷଣା

“ୟୋଥ ଫର ଆକ୍ସନ” ସଂଗଠନ ପକ୍ଷରୁ ନୟାଗଡ଼ ଜିଲ୍ଲା ପାଇଁ କର୍ମକର୍ତ୍ତା ଚୟନ ଓ ଦାୟିତ୍ଵ ଘୋଷଣା
September 23
19:57 2021

ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ
ନୂଆଗାଁ , ୨୩/୯: ନୟାଗଡ଼ ସଦରମହକୁମା ସ୍ଥିତ ନୀଳମାଧବ ହୋଟେଲ ପରିସରରେ ଗତକାଲି ତା୨୨/୯ ବୁଧବାର ଦିନ “ୟୋଥ ଫର ଆକ୍ସନ” ସଂଗଠନ ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶା ରାଜ୍ୟ “ୟୋଥ ଫର ଆକ୍ସନ” ର ରାଜ୍ୟ ସଭାପତି ଦେବାଶିଷ ନାୟକ, କାର୍ଯ୍ୟକାରୀ ସଭାପତି ସୁଜିତ୍ ସିଂ,ପୂର୍ବାଞ୍ଚଳ ଜୋନ ସଭାପତି ରାଜେନ୍ଦ୍ର ନାୟକ,ପୂର୍ବାଞ୍ଚଳ ଜୋନ ଉପସଭାପତି ତଥା ଜିଲ୍ଲା ପ୍ରଭାରୀ ସଞ୍ଜୟ କୁମାର ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ନୟାଗଡ଼ ଜିଲ୍ଲା ସଂଗଠନ ସଭାପତି “ପରମେଶ୍ଵର ସାହୁ” ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ ,କର୍ମକର୍ତ୍ତା ମାନଙ୍କ ବୈଠକ ରେ ନୟାଗଡ଼ ଜିଲ୍ଲା ସଂଗଠନ ର କର୍ମକର୍ତ୍ତାଙ୍କୁ ଚୟନ କରାଯିବା ସହିତ ଦାୟିତ୍ଵ ଘୋଷଣା ପର୍ବ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ଜିଲ୍ଲାର ୨୪ ଜଣିଆ କାର୍ଯ୍ୟକାରିଣୀ ଟିମ୍ ସହିତ ଜିଲ୍ଲାର ସମସ୍ତ ୮ ଟି ବ୍ଲକର ସଭାପତି ଏବଂ ଜିଲ୍ଲାର ୩ ଗୋଟି N.A.C ସହ ନୟାଗଡ଼ ମୁନିସପାଲିଟ ଟିମ୍ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ତଥା ସମାଜସେବୀ ଶ୍ରୀକାନ୍ତ ଖଟେଇ,ବରିଷ୍ଠ ସମାଜସେବୀ ଦାମୋଦର ସାହୁ,ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ପ୍ରହଲ୍ଲାଦ ବାରାଡ,ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ର ପୂର୍ବତନ ସରପଂଚ ସୌମ୍ୟରଞ୍ଜନ ପ୍ରଧାନ,ଜଗନ୍ନାଥ ପ୍ରେମୀ ଅବତାର ହୁସେନ,ସମାଜସେବୀ ନିଗମାନନ୍ଦ ଦାସ ପ୍ରମୁଖ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031