Indus Valley Times

୧୦୦ ଡାଏଲ କଲେ ରାସ୍ତାରୁ ହଟିବ ବେଆଇନ ପାର୍କିଂ: ଟ୍ରାଫିକ୍ ଡିସିପ

 Breaking News

୧୦୦ ଡାଏଲ କଲେ ରାସ୍ତାରୁ ହଟିବ ବେଆଇନ ପାର୍କିଂ: ଟ୍ରାଫିକ୍ ଡିସିପ

December 19
21:19 2020

ଭୁବନେଶ୍ୱର,୧୯/୧୨: ବେଆଇନ୍ ଗାଡି ପାର୍କିଂ କରୁଥିଲେ ସାବଧାନ । କାରଣ ଆକ୍ସନ ମୋଡରେ ଆସିଛନ୍ତି ଟ୍ରାଫିକ୍ ଡିସିପି । ରାଜଧାନୀ ଭୁବନେଶ୍ୱରରେ ରାସ୍ତା କଡରେ ପୁରୁଣା ଗାଡିଗୁଡିକ ବେଆଇନ୍ ପାର୍କିଂ ହେଉଛି । ଏନେଇ ବାରମ୍ବାର ଅଭିଯୋଗ ପରେ ଆକ୍ସନ ମୋଡରେ ଆସିଛନ୍ତି ଟ୍ରାଫିକ୍ ଡିସିପ ସୌମ୍ୟା ମିଶ୍ର ।
ରାଜଧାନୀ ରାସ୍ତା କଡରୁ ପୁରୁଣା ଗାଡି ଗୁଡିକୁ ହଟାଇବା ପାଇଁ ଆଜିଠୁ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି ଟ୍ରାଫିକ। ଭୁବନେଶ୍ୱରର ବରମୁଣ୍ଡା, ରସୁଲଗଡ ଏବଂ କଳ୍ପନାରେ ଆଜି ଟ୍ରାଫିକ ପକ୍ଷରୁ ଗାଡି ଗୁଡିକୁ ଉଠାଯାଇଛି ଟ୍ରାଫିକ ସମସ୍ୟା ଏବଂ ଦୁର୍ଘଟଣା ଯୋଗୁଁ ବାରମ୍ବାର ଅଭିଯୋଗ ପରେ ଆଜି କାର‌୍ୟ୍ୟାନୁଷ୍ଠାନ ନେଇ ଡ୍ରାଇଭ ଆରମ୍ଭ ହୋଇଛି। ତେବେ ଆଗକୁ ଭୁବନେଶ୍ୱରର ସମସ୍ତ ଅଞ୍ଚଳରେ ଏହି ଡ୍ରାଇଭ କରାଯିବ ବୋଲି ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର କହିଛନ୍ତି ।
ଏନେଇ ଡିସିପି କହିଛନ୍ତି, ଯଦି ନିଜ ଆଖପାଖ ଅଞ୍ଚଳରେ ଏମିତି ବେଆଇନ ପୁରୁଣା ଗାଡି ପାର୍କିଂ ଦେଖନ୍ତି, ତେବେ ରାଜଧାନୀବାସୀ ସୋସିଆଲ ମିଡିଆ କିମ୍ବା ୧୦୦ ନମ୍ବରକୁ କଲ୍ କରି ମଧ୍ୟ ଅଭିଯୋଗ କରିପାରିବେ ବୋଲି ଟ୍ରାଫିକ ଡିସିପି କହିଛନ୍ତି। ଭୁବନେଶ୍ୱରର ରାସ୍ତା କଡରେ ପୁରୁଣା ଓ ଅବ୍ୟବହୃତ ଗାଡି ବର୍ଷ ବର୍ଷ ଧରି ପଡି ରହୁଛି। ଗାଡି ମାଲିକ ମାନେ ସେହି ଗାଡିକୁ ନେଉଛନ୍ତି ନା ନଷ୍ଟ କରୁଛନ୍ତି। ବିଶେଷ କରି ବରମୁଣ୍ଡା ବସ୍ ଷ୍ଟାଣ୍ଡ, ରସୁଲଗଡ ଶିଳ୍ପାଞ୍ଚଳରେ ଏମିତି ବହୁତ ଗାଡି ପଡି ରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031