Indus Valley Times

୧୦୦ ଦିନରେ ବିକାଶ ସମ୍ପୂର୍ଣ୍ଣ ହୋଇନି, କିନ୍ତୁ ବିକାଶ ପାଇଁ ଭିତ୍ତିଭୂମି ପଡ଼ିଛି: ଉପମୁଖ୍ୟମନ୍ତ୍ରୀ

 Breaking News

୧୦୦ ଦିନରେ ବିକାଶ ସମ୍ପୂର୍ଣ୍ଣ ହୋଇନି, କିନ୍ତୁ ବିକାଶ ପାଇଁ ଭିତ୍ତିଭୂମି ପଡ଼ିଛି: ଉପମୁଖ୍ୟମନ୍ତ୍ରୀ

୧୦୦ ଦିନରେ ବିକାଶ ସମ୍ପୂର୍ଣ୍ଣ ହୋଇନି, କିନ୍ତୁ ବିକାଶ ପାଇଁ ଭିତ୍ତିଭୂମି ପଡ଼ିଛି: ଉପମୁଖ୍ୟମନ୍ତ୍ରୀ
September 19
16:07 2024

ଭୁବନେଶ୍ୱର,୧୯/୯: ସରକାରର ୧୦୦ ଦିନ ପୂର୍ତ୍ତିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅଭିଭାଷଣ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କୁ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଶ୍ରୀମନ୍ଦିର ୪ ଦ୍ୱାର, ରତ୍ନ ଭଣ୍ଡାର ଖୋଲିଲା, ସୁଭଦ୍ରା ସହାୟତା ଦିଆଗଲା। ଶ୍ରୀମନ୍ଦିର ପାଇଁ ୫୦୦ କୋଟି, ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟିର କର୍ପସ ଫଣ୍ଡ ରହିଛି। ଏ ସରକାରର ବଡ଼ ସଫଳତା, ଲୋକଙ୍କ ସହ ଯୋଡ଼ିହେବାର ପ୍ରତିବଦ୍ଧତା। ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ମିଳିଛି, ଅନ୍ୟ ମହିଳାଙ୍କୁ ଖୁବଶୀଘ୍ର ମିଳିବ। ମୋଦି ଗ୍ୟାରେଣ୍ଟିରେ ଯାହା ଲେଖିଛୁ, ସବୁ ଗୋଟିଏ ଗୋଟିଏ ପୂରଣ କରାଯିବ ବୋଲି ପ୍ରଭାତୀ ପରିଡା କହିଛନ୍ତି।
ସେପ୍ଟେମ୍ବର ୧୭ରେ ନିଜ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଯାଇଛି। ଓଡ଼ିଶାର ପ୍ରାୟ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କ ଖାତାକୁ ଯାଇଛି ସୁଭଦ୍ରା ଟଙ୍କା। ହେଲେ ଅଧିକାଂଶ ମହିଳାଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯାଇନାହିଁ। ଯାହାକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ହିତାଧିକାରୀ।
ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ୧୭ ତାରିଖ ପରେ ଆବେଦନ କରୁଥିବା ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ଲାଭ ନିଶ୍ଚିତ ଭାବେ ମିଳିବ । ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିବାକ ନିର୍ଦ୍ଧିଷ୍ଟ କୌଣସି ସମୟ ସୀମା ନାହିଁ । ଜଣେ ଚାହିଁଲେ ବର୍ତ୍ତମାନ ମଧ୍ୟ ରେଜିଷ୍ଟ୍ରେସନ କରିପାରିବ।ଏଥିରୁ ବଞ୍ଚିତ ହେବେ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31