Indus Valley Times

୧୦ ଦିନ ଆନ୍ଦୋଳନ ସ୍ଥଗିତ: ଏଲପିଜି ଦର ହ୍ରାସ କରିବାକୁ ବିଜେଡିର ଦାବି

 Breaking News

୧୦ ଦିନ ଆନ୍ଦୋଳନ ସ୍ଥଗିତ: ଏଲପିଜି ଦର ହ୍ରାସ କରିବାକୁ ବିଜେଡିର ଦାବି

୧୦ ଦିନ ଆନ୍ଦୋଳନ ସ୍ଥଗିତ: ଏଲପିଜି ଦର ହ୍ରାସ କରିବାକୁ ବିଜେଡିର ଦାବି
November 04
15:38 2021

ଭୁବନେଶ୍ୱର, ୪/୧୧ : ପେଟ୍ରୋଲ ଓ ଡିଜେଲ୍ ଉପରୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ଓଡ଼ିଶା ସରକାର ମଧ୍ୟ ୩ଟଙ୍କା ଲେଖା ଭାଟ୍ କମାଇବା ପାଇଁ ଘୋଷଣା କରିଛନ୍ତି । ହେଲେ କେନ୍ଦ୍ର ସରକାର ଏଲପିଜି ସିଲିଣ୍ଡର ଦର କେବେ କମାଇବେ।
ଏଥିନିମନ୍ତେ ଆସନ୍ତାକାଲିଠୁ ହେବାକୁ ଥିବା ଆନ୍ଦୋଳନାକୁ ୧୦ ଦିନ ପାଇଁ ସ୍ଥଗିତ ରଖାଗଲା। ୧୦ ଦିନ ମଧ୍ୟରେ କେନ୍ଦ୍ର ସରକାର ଏ ନେଇ ଘୋଷଣା ନକଲେ ଆନ୍ଦୋଳନାକୁ ତୀବ୍ର କରାଯିବ ବୋଲି ଆଜି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି।
ଏନେଇ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ କହିଛନ୍ତି, ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଲେଖାଏ ଭାଟ୍ ହ୍ରାସ କରିଛନ୍ତି।
କେନ୍ଦ୍ର ସରକାର ଯେଉଁ ମୂଲ୍ୟ କମାଇଛନ୍ତି, ତାହାର ୩୩% ଏକ୍ସାଇଜ ଡ୍ୟୁଟି ରାଜ୍ୟ ସରକାର ବହନ କରୁଛନ୍ତି। ତେଣୁ ପେଟ୍ରୋଲରେ ୩.୩୦ ପଇସା ଓ ଡିଜେଜର ୧.୬୫ ପଇସା ରାଜ୍ୟ ସରକାରଙ୍କ ଭାଗ ରହିଛି। ଏହାବାଦ ଓଡ଼ିଶାର ଭାଗକୁ ମିଶାଇଲେ ରାଜ୍ୟ ସରକାର ପେଟ୍ରୋଲ ଉପରେ ସମୁଦାୟ ୬ ଟଙ୍କା ୩୦ ପଇସା ଓ ଡିଜେଲ ଉପରୁ ୪.୬୫ ପଇସା କମାଇଛନ୍ତି।
ଏଥିଯୋଗୁ ଓଡ଼ିଶାର ରାଜକୋଷ ଉପରେ ବାର୍ଷିକ ୨ ହଜାର କୋଟି ଟଙ୍କା ବୋଝ ପଡ଼ିବ। ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ତୁଳନା କଲେ ଆମ ରାଜ୍ୟର ରେଟ୍ ସବୁଠୁ କମ୍ ରହିଛି ବୋଲି କହିଛନ୍ତି ବିଧାୟକ । ହେଲେ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଆଉ ୪ଟଙ୍କା ଭାଟ୍ ଛାଡ଼ କରିବାକୁ ଦାବି କରିଛି ବିଜେପି ।
ଏହାବାଦ ଯୁବ ବିଜେଡି ସଭାପତି କହିଛନ୍ତି, ଏଲପିଜି ଦର ୨୦୧୪ ମସିହାରେ ୪୦୦ ଟଙ୍କା ଥିଲା, ଆଜି ପାଖାପାଖି ହଜାରେ ଟଙ୍କା ଛୁଇଁଲାଣି। କେନ୍ଦ୍ର ସରକାର ତୁରନ୍ତ ତାହା ଉପରେ ଏକ୍ସାଇଜ ଡ୍ୟୁଟି ଓ ଟ୍ୟାକ୍ସ ହ୍ରାସ କରନ୍ତୁ। କେନ୍ଦ୍ର ସରକାର ଗରୀବ ପେଟକୁ ଲାତ ମାରିବାରୁ କ୍ଷାନ୍ତ ହୁଅନ୍ତୁ।
ଏହା ପ୍ରତିବାଦରେ ଆସନ୍ତାକାଲିଠାରୁ ଦୀର୍ଘ ୩ ଦିନ ଧରି ରାଜ୍ୟରେ ବିକ୍ଷୋଭ କରାଯିବା ନିମନ୍ତେ ଦଳ ପକ୍ଷରୁ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିକୁ ୧୦ ଦିନ ପାଇଁ ସ୍ଥଗିତ ରଖାଯାଇଛି।
ଏହା ମଧ୍ୟରେ କେନ୍ଦ୍ର ସରକାର ଏଲପିଜି ସିଲିଣ୍ଡର ମୂଲ୍ୟ କମାନ୍ତୁ। ନଚେତ ୧୦ ଦିନ ପରେ ଆନ୍ଦୋଳନକୁ ଜୋରଦାର କରାଯିବ ଓ କେନ୍ଦ୍ର ସରକାରଙ୍କୁ ଦୃଢ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଯୁବ ବିଜେଡି ସଭାପତି ।
ଅପରପକ୍ଷେ, ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାର ନିଜ ଦାୟିତ୍ୱ ନେବାକୁ ଆଗାଇ ଆସନ୍ତୁ। ରାଜ୍ୟ ସରକାର ପେଟ୍ରୋଲ, ଡିଜେଲ ଉପରେ ଆଉ ୪ ଟଙ୍କା ଭାଟ୍ କମ୍ କରନ୍ତୁ।
ଏହାଦ୍ୱାରା ରାଜ୍ୟବାସୀଙ୍କ ପକେଟ ଉପରେ ବୋଝ କମ୍ ପଡ଼ିବ। ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ସେମାନେ ମିଶିକରି ଦର ବଢାଉଛନ୍ତି ବୋଲି କହିଛି କଂଗ୍ରେସ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031