Indus Valley Times

୧୧ହଜାର ୨୦୦ କୋଟିର ଅତିରିକ୍ତ ବଜେଟ୍

 Breaking News

୧୧ହଜାର ୨୦୦ କୋଟିର ଅତିରିକ୍ତ ବଜେଟ୍

୧୧ହଜାର ୨୦୦ କୋଟିର ଅତିରିକ୍ତ ବଜେଟ୍
November 21
14:04 2020

ଭୁବନେଶ୍ୱର,୨୧/୧୧ :ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ୧୧ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ପ୍ରସୃତ କରିଛନ୍ତି। ଶୁକ୍ରବାର ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଏକି ଅତିରିକ୍ତ ବଜେଟ୍ ଉପସ୍ଥାପନା କରିଛନ୍ତି ।
ଏଥିରେ ପ୍ରଶାସନିକ ବ୍ୟୟ ବାବଦକୁ ୨ହଜାର ୨୭୩ କୋଟି (୨୦.୩୭%)ଟଙ୍କା, କାର‌୍ୟ୍ୟକ୍ରମ ବ୍ୟୟ ବାବଦକୁ ୭ହଜାର ୪୩୮ କୋଟି (୬୬.୩୫%) ଟଙ୍କା, ବିପର‌୍ୟ୍ୟୟ ମୁକାବିଲା ବାବଦକୁ ୧ହଜାର ୪୮୪ େକାଟି (୧୩.୨୪%) ଟଙ୍କା ଏବଂ ରାଜ୍ୟ ବଜେଟ୍ରୁ ସ୍ଥାନୀୟ ସଂସ୍ଥାକୁ ହସ୍ତାନ୍ତର ବାବଦରେ ୫କୋଟି (୦.୦୪%) ଟଙ୍କା ବ୍ୟୟ ବରାଦ ରଖାଯାଇଛି।
ଗତ ଫେବ୍ରୁଆରି ୧୮ ତାରିଖରେ ବିଧାନସଭାରେ ମୂଳ ବଜେଟ୍ ଆଗତ କରାଯାଇଥିଲା, ଯେଉଁଥିରେ ସରକାର ଦେଢ ଲକ୍ଷ କୋଟି ଟଙ୍କାର ଏକ ବିଶାଳ ବଜେଟ୍ ପ୍ରସ୍ତୁତ କରିଥିଲେ। ଏଥିରେ ପୁଞ୍ଜି ବ୍ୟୟ ଅଟକଳ ବାବଦରେ ୨୬ ହଜାର ୫୧୩ େକାଟି ଟଙ୍କା ରଖାଯାଇଥିଲା। ଏହି ଅର୍ଥ କିଭଳି ଓ କେଉଁଠି ଯୋଗାଡ଼ କରାଯିବ, ସେ ପ୍ରଶ୍ନର ଉତ୍ତରରେ ଅର୍ଥ ବିଭାଗ କହିଛି, ବିଭାଗମାନଙ୍କ ଦ୍ବାରା ଫେରସ୍ତ ଓ ସମଯୋଜନ (ଆଡଜଷ୍ଟମେଣ୍ଟ) ଜରିଆରେ ପ୍ରଶାସନିକ ବ୍ୟୟ ଓ ସ୍ଥାନୀୟ ସଂସ୍ଥାଙ୍କୁ ଅର୍ଥ ହସ୍ତାନ୍ତର ଲାଗି ଉଦ୍ଦିଷ୍ଟ ବ୍ୟୟକୁ ଭରଣା କରାଯିବ। ସେହିଭଳି ଆର୍ଥିକ ବର୍ଷ ଶେଷର ବଳକା ଓ ଜାତୀୟ ବିପର‌୍ୟ୍ୟୟ ପ୍ରଶମନ ପାଣ୍ଠିରୁ ପାଇବାକୁ ଆଶା ରଖାଯାଇଥିବା ଅର୍ଥ ସହାୟତାରେ ବିପର‌୍ୟ୍ୟୟ ପ୍ରଶମନ ପାଣ୍ଠି ଲାଗି ଉଦ୍ଦିଷ୍ଟ ଖର୍ଚ୍ଚ ଭରଣା ହେବ। ଅନ୍ୟପକ୍ଷରେ ମୋଟ ୭୪୩୮ କୋଟି ଟଙ୍କାର କାର‌୍ୟ୍ୟକ୍ରମ ବ୍ୟୟବରାଦ ମଧ୍ୟରୁ ଆଂଶିକ ଭାବେ ୨୭୫୫ କୋଟି ଟଙ୍କା ସହବନ୍ଧିତ ସମ୍ବଳ ମାଧ୍ୟମରେ ଏବଂ ବଳକା ୪୬୩୮ କୋଟି ଟଙ୍କା ବିଭିନ୍ନ ବିଭାଗ ଦ୍ବାରା ସଞ୍ଚୟ ତଥା ସମର୍ପଣ ଦ୍ବାରା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଆଜି ଅର୍ଥମନ୍ତ୍ରୀ କହିଛନ୍ତି, ସରକାର ମୂଳ ବଜେଟ୍ରେ ଏକ ନୂତନ ଓଡ଼ିଶା ଗଠନ ଲାଗି ଆଭିମୁଖ୍ୟ ରଖିଥିଲେ। ହେଲେ କୋଭିଡ୍ ମହାମାରୀ ପ୍ରଭାବରେ ଜୀବନ ଓ ଜୀବିକା ଯେଭଳି ଅସୁରକ୍ଷିତ ହୋଇପଡ଼ିଲା, ସେ ପରିପ୍ରେକ୍ଷୀରେ ସରକାରଙ୍କୁ ଚଳିତ ଆର୍ଥିକ ବର୍ଷରେ ତାଙ୍କର ପ୍ରାଥମିକତା ସଂଶୋଧନ କରିବାକୁ ପଡ଼ିଛି। ଗତ ଆଠ ମାସ ଧରି ରାଜ୍ୟ ସରକାର କୋଭିଡ୍ ସଫଳ ଭାବେ ମୁକାବିଲା କରିଛନ୍ତି। ଫଳରେ ବିଶ୍ବସ୍ତର ତୁଳନାରେ ଓଡ଼ିଶାରେ କୋଭିଡ୍ ମୃତ୍ୟୁହାର କମିଛି ଓ ନୂତନ ମାମଲା ସଂଖ୍ୟା ହ୍ରାସ ପାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବି ଓଡ଼ିଶାକୁ ପ୍ରଶଂସା କରିଛି।
ଏବେ କିନ୍ତୁ ଚିନ୍ତାର ବିଷୟ ହେଲା ଯେ ଅନ୍ୟ ଦେଶମାନଙ୍କରେ କୋଭିଡ୍ ସଂକ୍ରମଣର ଅନ୍ୟ ଏକ ଲହରି ଦେଖାଦେଇଥିବାରୁ ଆମ ରାଜ୍ୟରେ ମଧ୍ୟ ଏହାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଏଣୁ ସରକାର ପରିସ୍ଥିତି ପ୍ରତି ସତର୍କ ନଜର ରଖିଛନ୍ତି ଓ ରାଜ୍ୟବାସୀଙ୍କ ଜୀବନ ଓ ଜୀବିକା ସୁରକ୍ଷା ନିମିତ୍ତ ସମସ୍ତ ଆବଶ୍ୟକ ପଦକ୍ଷେପ ଜାରି ରଖାଯିବ ବୋଲି ଆଜି ଅର୍ଥମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ଅତିରିକ୍ତ ବଜେଟ୍ ଆଭିମୁଖ୍ୟ ସଂପର୍କରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ମହାମାରୀକୁ ଦୃଷ୍ଟିରେ ରଖି ଆବଣ୍ଟନର ପ୍ରାଥମିକତା ନିର୍ଧାରଣ କରାଯାଇଛି। େକାଭିଡ୍ ପରିଚାଳନା ପଦକ୍ଷେପ ସ୍ବରୂପ ମୁଖ୍ୟମନ୍ତ୍ରୀ ଏମ୍ଏସ୍ଏମ୍ଇ, କୋଭିଡ୍ ଯୋଦ୍ଧାଙ୍କୁ ସ୍ବତନ୍ତ୍ର ସହାୟତା, ସ୍ବାସ୍ଥ୍ୟ କର୍ମୀଙ୍କୁ ପ୍ରୋତ୍ସାହନ, ହସ୍ତତନ୍ତ ବୟନ ଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ର, ମିସନ ଶକ୍ତି ହିତାଧିକାରୀ ଏବଂ କୃଷି କ୍ଷେତ୍ରକୁ ଫୋକସ କରିଛନ୍ତି। ଏହା ବ୍ୟତୀତ କିଛି ବୃହତ୍ ପ୍ରକଳ୍ପକୁ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ନିଷ୍ପତ୍ତି ହୋଇଛି। ଏସବୁ ପାଇଁ ଅତିରିକ୍ତ ବଜେଟ୍ରେ ଅର୍ଥ ବରାଦ କରାଯାଇଛି।
ବଜେଟ୍ରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ସର୍ବାଧିକ ୨୦୪୧ କୋଟି (କାର‌୍ୟ୍ୟକ୍ରମ ବ୍ୟୟର ୨୭.୪%), ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ ୧୬୨୭ କୋଟି ଟଙ୍କା (କାର‌୍ୟ୍ୟକ୍ରମ ବ୍ୟୟର ୨୧.୮%), ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପାଇଁ ୧୦୭୭ କୋଟି (କାର‌୍ୟ୍ୟକ୍ରମ ବ୍ୟୟର ୧୪.୫%), ଶକ୍ତି ବିଭାଗ ପାଇଁ ୯୫୭ କୋଟି (କାର‌୍ୟ୍ୟକ୍ରମ ବ୍ୟୟର ୧୨.୮%) ଅର୍ଥ ବରାଦ ହୋଇଛି। ଏହି କ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ କାର‌୍ୟ୍ୟକ୍ରମ ବ୍ୟୟର ୬.୧% ଅର୍ଥାତ୍ ପ୍ରାୟ ୪୫୭ କୋଟି ଟଙ୍କା ସରକାର ପ୍ରଦାନ କରିଛନ୍ତି।
ଏହି ଅବସରରେ ଅର୍ଥମନ୍ତ୍ରୀ ରାଜ୍ୟର ଆର୍ଥିକ ସ୍ଥିତିର ଯେଉଁ ଚିତ୍ର ରଖିଛନ୍ତି, ତାହା ସୂଚାଉଛି ଯେ େକାଭିଡ୍ର ସାଂଘାତିକ ପ୍ରଭାବ ରାଜ୍ୟ ଉପରେ ପଡ଼ିଛି। ରାଜସ୍ବ ଆୟର ସ୍ରୋତ ବି ଶୁଖିଯାଇଛି। ଲକ଼୍ଡାଉନ୍ କାରଣରୁ ଖର୍ଚ୍ଚ ଧାରା ମଧ୍ୟ କିଛି ଯଥେଷ୍ଟ ପ୍ରଭାବିତ ହୋଇଛି।
ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ମାସ ଶେଷ ସୁଦ୍ଧା କେନ୍ଦ୍ରୀୟ ହସ୍ତାନ୍ତର କମିଯାଇଥିବାରୁ ମୋଟ ରାଜସ୍ବ ୬.୫% ହ୍ରାସ ପାଇଛି। ତେବେ ଆଶ୍ବାସନାର ବିଷୟ ହୋଉଛି ଯେ ମହାମାରୀ ସତ୍ତ୍ବେ ରାଜ୍ୟର ନିଜସ୍ବ ଟିକସ ହାର କିନ୍ତୁ ୧.୭% ବୃଦ୍ଧି ପାଇଛି। ଏଣୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟ ବଳକା ୬ହଜାର ୭୯୦ କୋଟି ଟଙ୍କା ରହିଛି ଏବଂ ସମୁଦାୟ ଋଣ ୯୭ ହଜାର ୮୨୩କୋଟି ଟଙ୍କା ଛୁଇଁଛି (ଚଳିତ ଆର୍ଥିକ ବର୍ଷରେ ଖୋଲାବଜାରରୁ ୫ ହଜାର େକାଟି ଋଣ ହୋଇଛି) ଯାହା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ ବା ଜିଏସ୍ଡିପିର ୧୬.୪%।
ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଯେ ଅଧିକ ରାଜସ୍ବ ଆଦାୟ ଏବଂ ଋଣ ଉପରେ ନିର୍ଭରଶୀଳତା କମ୍ କରିବା ପାଇଁ ବକେୟା ରାଜସ୍ବ ଆଦାୟ ଉପରେ ସରକାର ଗୁରୁତ୍ବାରୋପ କରିଛନ୍ତି। ଏହାବ୍ୟତୀତ ସମ୍ବଳ ପ୍ରତ୍ୟାବର୍ତ୍ତନ ଉପରେ ଜୋର ଦିଆଯାଇଛି। ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ନିମିତ୍ତ ପ୍ରାଥମିକତା କ୍ଷେତ୍ରଗୁଡ଼ିକରେ ଅଧିକ ଖର୍ଚ୍ଚ ପାଇଁ ପ୍ରୟାସ କରାଯାଉଛି। ସରକାର ଜୀବନ ଓ ଜୀବିକାର ସୁରକ୍ଷା ନିମିତ୍ତ ଖର୍ଚ୍ଚରେ ସାଲିସ ନ କରି ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ୍ ପରିଚାଳନା ଅଧିନିୟମରେ ଧାର‌୍ୟ୍ୟ ହୋଇଥିବା ସମସ୍ତ ମାନଦଣ୍ଡ ହାସଲ କରିବେ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରତିଶ୍ରୁତି ରଖିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031