Indus Valley Times

୧୨ ଘଣ୍ଟିଆ ନୟାଗଡ ସହର ବଜାର ବନ୍ଦ, ମେଡିକାଲ କଲେଜ ସ୍ଥାପନ ଦାବିରେ ଆନ୍ଦୋଳନ

 Breaking News

୧୨ ଘଣ୍ଟିଆ ନୟାଗଡ ସହର ବଜାର ବନ୍ଦ, ମେଡିକାଲ କଲେଜ ସ୍ଥାପନ ଦାବିରେ ଆନ୍ଦୋଳନ

୧୨ ଘଣ୍ଟିଆ ନୟାଗଡ ସହର ବଜାର ବନ୍ଦ, ମେଡିକାଲ କଲେଜ ସ୍ଥାପନ ଦାବିରେ ଆନ୍ଦୋଳନ
February 24
11:21 2026

ନୟାଗଡ଼, ୨୪/୨ : ଭେଷଜ ମେଡିକାଲ କଲେଜ ପାଇଁ ନୟାଗଡ଼ ଜିଲା ସଦର ମହକୁମା ମଙ୍ଗଳବାର ସକାଳ ୬ରୁ ବନ୍ଦ ହୋଇଛି । ନୟାଗଡ଼ ସହରର ବ୍ୟବସାୟୀମାନେ ଦୋକାନବଜାର ବନ୍ଦ କରି ବନ୍ଦକୁ ସଫଳ କରିଛନ୍ତି । ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟା ପାଇଁ ଦୋକାନ ବଜାର ବନ୍ଦ ରହିବ ବୋଲି କୁହାଯାଇଛି ।
ଦଶମ ଓ ଯୁକ୍ତ ୨ ପରୀକ୍ଷା ଚାଲିଥିବାରୁ ଯାନବାହନ ଚଳାଚଳ ବନ୍ଦ କରାଯାଇ ନାହିଁ । ଜୟ ନୟାଗଡ଼ ଫାଉଣ୍ଡେସନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ମେଡ଼ିକାଲ କଲେଜ ପାଇଁ ୧୦ରୁ ଉର୍ଦ୍ଧ୍ବ ବର୍ଷ ହେଲା ଦାବି ହୋଇ ଆସୁଛି । ତେବେ ଓଡ଼ିଶା ବଜେଟ୍ ୨୦୨୬-୨୭ରେ ନୟାଗଡ଼ ଜିଲାରେ ହୋମିଓପାଥ୍ ମେଡିକାଲ କଲେଜ ପ୍ରତିଷ୍ଠା ହେବା ନେଇ ସରକାର ଘୋଷଣା କରିଥିଲେ।
ସରକାର ହୋମିଓପାଥ୍ ମେଡିକାଲ କଲେଜ ନୟାଗଡ଼ ଜିଲାରେ ଘୋଷଣା କୁ ସ୍ଵାଗତ କରାଯାଇଛି । ତେବେ ଭେଷଜ ମେଡିକାଲ କଲେଜ ପ୍ରତିଷ୍ଠା ନେଇ କିଛି କହି ନଥିବାରୁ ଅସନ୍ତୋଷ ବ୍ୟକ୍ତ କରାଯାଇ ନୟାଗଡ଼ ବନ୍ଦ କରାଯାଇଛି। ଆଗାମୀ ଦିନରେ ନୟାଗଡ଼ ଜିଲା ବନ୍ଦ ହେବ ବୋଲି କୁହାଯାଇଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930