Indus Valley Times

୧୨ ବର୍ଷ ପରେ ପୁଣି ଏକାଠି ସ୍କ୍ରିନ୍ ଶେଆର କରିବେ ସଞ୍ଜୟ ଓ ସୁନୀଲ

 Breaking News

୧୨ ବର୍ଷ ପରେ ପୁଣି ଏକାଠି ସ୍କ୍ରିନ୍ ଶେଆର କରିବେ ସଞ୍ଜୟ ଓ ସୁନୀଲ

୧୨ ବର୍ଷ ପରେ ପୁଣି ଏକାଠି ସ୍କ୍ରିନ୍ ଶେଆର କରିବେ ସଞ୍ଜୟ ଓ ସୁନୀଲ
January 30
12:54 2022

ମୁମ୍ବାଇ,୩୦/୧: ଦର୍ଶକମାନେ ସିଲ୍ଭର ସ୍କ୍ରିନ୍ରେ ୧୨ ବର୍ଷ ହେଲାଣି ସଞ୍ଜୟ ଦତ୍ତ ଓ ସୁନୀଲ ସେଟ୍ଟୀଙ୍କୁ ଏକାଠି ଦେଖି ନାହାନ୍ତି। ଶେଷଥର ପାଇଁ ୨୦୧୦ରେ ଫିଲ୍ମ ‘ନୋ ପ୍ରୋବ୍ଲେମ୍’ରେ ଦୁହେଁ ଏକାଠି ଅଭିନୟ କରିଥିଲେ। ହେଲେ ଉଭୟ ସଞ୍ଜୟ ଓ ସୁନୀଲଙ୍କ ଫ୍ୟାନ୍ଙ୍କ ପାଇଁ ଖୁସି ଖବର। ସେମାନଙ୍କର ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଏହି ଦୁଇ ଅଭିନେତାଙ୍କୁ ସେମାନେ ପୁଣି ଥରେ ଗୋଟିଏ ଫିଲ୍ମରେ ଦେଖିପାରିବେ।
ନିର୍ଦ୍ଦେଶକ ସମୀର କାର୍ନିକ ଏକ ନୂଆ ଫିଲ୍ମ କରୁଛନ୍ତି। ଫିଲ୍ମର ନାଁ ସ୍ଥିର ହୋଇ ନାହିଁ। ତେବେ ଏଥିରେ ସେ ଉଭୟ ସଞ୍ଜୟ ଓ ସୁନୀଲଙ୍କୁ ନେବେ। ସମୀର ‘ୟମଲା ପଗ୍ଲା ଦିୱାନ’ ଫିଲ୍ମ ତିଆରି କରିଥିଲେ।
ସୁନୀଲ ଏହି ଖବର ସତ ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ବାବା (ସଞ୍ଜୟ ଦତ୍ତ) ଓ ମୁଁ ପୁଣି ଥରେ ଏକ ଫିଲ୍ମରେ କାମ କରିବାକୁ ଯାଉଥିବାରୁ ମୁଁ ବହୁତ ଖୁସି ଅଛି। ଆମେ ବହୁ ବର୍ଷ ପରେ ପୁଣି ଏକାଠି କାମ କରିବାର ସୁଯୋଗ ପାଇଛୁ। ଆମ ଦୁହିଁଙ୍କ ମଧ୍ୟରେ ବେଶ୍ ଭଲ ତାଳମେଳ ରହେ।
ଫିଲ୍ମର କାହାଣୀ ଖୁବ୍ ଭଲ ବୋଲି କହିଛନ୍ତି ସୁନୀଲ। ଏହାସହିତ ଫିଲ୍ମଟି କମେଡିରେ ପରିପୂର୍ଣ୍ଣ ରହିବ ବୋଲି ସେ କହିଛନ୍ତି।
ସଞ୍ଜୟ ଓ ସୁନୀଲ ଆଉ କେତେକ ଫିଲ୍ମରେ ମଧ୍ୟ ଏକାଠି କାମ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି କାଣ୍ଟେ (୨୦୦୨), ଦସ୍ (୨୦୦୫) ଓ ଶୁଟ୍ ଆଉଟ୍ ଏଟ୍ ଲୋଖଣ୍ଡୱାଲା (୨୦୦୭)।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031