Indus Valley Times

୧୪ ମାସର ବକେୟା ଦରମା ନ ମିଳିଲେ ବ୍ଲକ ସାମନାରେ ଆତ୍ମହୁତି ଦେବୁ ବୋଲି ଧମକ ଦେଲେ ଜିଆରଏସ ଦମ୍ପତି

 Breaking News

୧୪ ମାସର ବକେୟା ଦରମା ନ ମିଳିଲେ ବ୍ଲକ ସାମନାରେ ଆତ୍ମହୁତି ଦେବୁ ବୋଲି ଧମକ ଦେଲେ ଜିଆରଏସ ଦମ୍ପତି

August 12
18:58 2021

ସୁଶାନ୍ତ କୁମାର ବେହେରାଙ୍କ ରିପୋର୍ଟ
ନବରଙ୍ଗପୁର,୧୨/୮: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖୁଟୁବାଇ ପଂଚାୟତ ରେ କାର୍ଯ୍ୟରତ ଜିଆରଏସ ଦିଲୀପ ପାତ୍ର ଓ ତାଙ୍କ ସ୍ତ୍ରୀ ଉଭୟେ ଗୁରୁବାର ଦିନ ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟ ରେ ପହଂଚି ତାଙ୍କର ବକେୟା ୧୪ ମାସର ଦରମା ପ୍ରଦାନ ଦାବି କରି କାର୍ଯ୍ୟାଳୟ ଫାଟକ ସାମନାରେ ଧାରଣା ଦେବାସହ ଦରମା ନ ଦେଲେ ଆତ୍ମହୁତି ଦେବାର ଧମକ ଦେଇଛନ୍ତି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଅଛି ପାପଡାହାଣ୍ଡି ଠାରେ ।
ସୂଚନା ମୁତାବକ ଖୁଟୁବାଇ ପଂଚାୟତ ର ଜିଆରଏସ ଦିଲୀପ ପାତ୍ର ଙ୍କ ଅଭିଯୋଗ ଅନୁଯାଇ ସେ ୧୪ ମାସର ଦରମା ପାଇଁ ବିଡ଼ିଓ ଙ୍କ ନିକଟରେ ବାରମ୍ବାର କହିବା ସତ୍ୱେ ତାଙ୍କ କଥା ଶୁଣୁନଥିବା ଯୋଗୁଁ ଅଭାବ ଅନାଟନ ରେ ପରିବାର ଚଳାଉଛନ୍ତି । ଚାକିରୀ କରି ଯଦି ଦରମା ନ ମିଳିଲେ ଆମେ କେମିତି ଚଳିବୁ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି । ଆଜି ଡିନ ୧୧ ଘଣ୍ଟା ସମୟରେ ବିଡ଼ିଓ କାର୍ଯ୍ୟାଳୟ ରେ ଥିବା ସମୟରେ ଜିଆରଏସ ଏବଂ ତାଙ୍କ ପତ୍ନୀ ପହଂଚି କାର୍ଯ୍ୟାଳୟ ଫାଟକ ସାମନାରେ ଧାରଣା ଦେବାସହ ଦରମା ନମିଳିଲେ ଆତ୍ମହୁତି ଦେବାର ଧମକ ଦେଇଛନ୍ତି ଦମ୍ପତି । ଏନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଂଜିତା ମଲିକ ଙ୍କୁ ପଚାରି ବୁଝିବାରୁ ତାଙ୍କର ୯ ମାସର ଦରମା ହୋଇଯାଇଥିବାବେଳେ ଟଙ୍କା ଆସିଲେ ସେ ତାଙ୍କ ପ୍ରାପ୍ୟ ପାଇବେ ବୋଲିକହିବା ସହ ଦିଲୀପ ଆଜକୁ ୩ମାସରୁ ଉର୍ଦ୍ଧ ହେବ ଜିଆରଏସ ଜଣକ କାର୍ଯ୍ୟରେ ଯୋଗ ନ ଦେଇ ଫେରାର ଥିଲେ ଫୋନ କଲେ ବି ନ ଉଠାଇନା ଯୋଗୁଁ ବିଡ଼ିଓ ୨ ଦୁଇଥର ଉକ୍ତ ଜିଆରଏସ ବିରୁଦ୍ଧରେ ପାପଡାହାଣ୍ଡି ଥାନାରେ ଏତଲା ଦେବାପରେ ଜିଆରଏସ ଙ୍କୁ ପୋଲିସ ଖୋଜି ବାହାର କରିଛନ୍ତି ।୧୪ ମାସର ଦରମା ମଧ୍ୟରୁ ୩ମାସ ସେ କାର୍ଯ୍ୟରେ ଯୋଗ ଦେଇନଥିବା ବେଳେ ବଳକା ୯ମାସ ର ଦରମା ବିଲ ହୋଇଅଛି ଟଙ୍କା ଆସିଲେ ଦିଆଯିବ ୩ମାସର ଦରମା କୁ ରଦ୍ଧ କରାଯାଇଛି ବୋଲି କହିଛନ୍ତି । ଏବଂ ସେ କାର୍ଯ୍ୟରେ ସହଯୋଗ କରୁନଥିବା କହି ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିବା କହିଛନ୍ତି ଏପରେ ବକେୟା ଦରମା ଦାବି ପାଇବା ଜିଦ ରେ ଅଟଳ ଜିଆରଏସ ଙ୍କ ପତ୍ନୀ ବ୍ଲକ ଗେଟ ସମ୍ମୁଖରେ ବିଡ଼ିଓ ଆସିବା ବାଟଳୁ ଜଗିରହିଛତନ୍ତି, ଅପରାହ୍ନ ୪ଟା ସୁଦ୍ଧା ବିଡ଼ିଓ ଙ୍କ ଅପେକ୍ଷା ରେ ଧାରଣା ରେ ବସି ରହିଛନ୍ତି ଜିଆରଏସ ଙ୍କ ପରିବାର ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031