Indus Valley Times

୧୫କୋଟି ପାଇଁ ବ୍ୟବସାୟୀ ବନ୍ଧୁ କରିଛନ୍ତି ସତୀଶ କୌଶିକଙ୍କ ହତ୍ୟା

 Breaking News

୧୫କୋଟି ପାଇଁ ବ୍ୟବସାୟୀ ବନ୍ଧୁ କରିଛନ୍ତି ସତୀଶ କୌଶିକଙ୍କ ହତ୍ୟା

୧୫କୋଟି ପାଇଁ ବ୍ୟବସାୟୀ ବନ୍ଧୁ କରିଛନ୍ତି ସତୀଶ କୌଶିକଙ୍କ ହତ୍ୟା
March 12
16:01 2023

ନୂଆଦିଲ୍ଲୀ,୧୨/୩: ଦିବଙ୍ଗତ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁକୁ ନେଇ ଏକ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ସତୀଶ ଯେଉଁ ଫାର୍ମହାଉସ୍ରେ ହୋଲି ପାର୍ଟି କରିଥିଲେ, ତା’ ମାଲିକ ବିକାଶ ମାଲୁଙ୍କ ହାତ ତାଙ୍କ ମୃତ୍ୟୁ ପଛରେ ଥିବା ଖୁଲାସା ହୋଇଛି। ଏନେଇ ଲିଖିତ ଅଭିଯୋଗ କରିଛନ୍ତି ଖୋଦ୍ ବିକାଶ ମାଲୁଙ୍କ ପତ୍ନୀ ସାନଭୀ ମାଲୁ।
କୁବେର ଗ୍ରୁପର ବିକାଶ ମାଲୁ ସତୀଶଙ୍କ ମୃତ୍ୟୁ ପାଇଁ ଷଡଯନ୍ତ୍ର ରଚିଥିବା ସାନ୍ଭୀ ଅଭିଯୋଗ ଆଣିଛନ୍ତି। ଏନେଇ ସେ ଦିଲ୍ଲୀ ପୁଲିସ କମିଶନରଙ୍କୁ ଚିଠି ଲେଖି ଜଣାଇବା ସହ ଗଣମାଧ୍ୟମ ଆଗରେ କରିଛନ୍ତି ବଡ଼ ଖୁଲାସା।
ସାନଭୀ ନିଜ ଅଭିଯୋଗରେ କହିଛନ୍ତି, ହୋଲି ଦିନ ସତୀଶ ତାଙ୍କ ସ୍ୱାମୀଙ୍କ ଫାର୍ମହାଉସକୁ ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଫାର୍ମହାଉସରୁ କିଛି ଆପତ୍ତିଜନକ ମେଡିସିନ୍ ମଧ୍ୟ ମିଳିଛି। ତେବେ କଥା ଏତିକିରେ ସରିନାହିଁ। ଗତବର୍ଷ ଅଗଷ୍ଟ ମାସରେ ସତୀଶ ଓ ବିକାଶ ମାଲୁଙ୍କ ମଧ୍ୟରେ ଟଙ୍କା ପଇସା ନେଣଦେଣକୁ ନେଇ ଝଗଡ଼ା ହୋଇଥିଲା। ବିକାଶ ହେଉଛନ୍ତି ସତୀଶଙ୍କ ପୁରୁଣା ବନ୍ଧୁ। ସତୀଶ ବିକାଶଙ୍କୁ ପୂର୍ବରୁ ୧୫ କୋଟି ଟଙ୍କା ଧାର ଦେଇଥିଲେ।
ଦୀର୍ଘ ଦିନ ହୋଇଯିବା ପରେ ଏହି ଟଙ୍କା ଫେରାଇବା ପାଇଁ ସତୀଶ ବିକାଶଙ୍କୁ କହିଥିଲେ। କିନ୍ତୁ ବିକାଶ ଟଙ୍କା ଫେରାଇବା ଉଦ୍ଦେଶ୍ୟରେ ନଥିଲେ। ସେ ଏତେ ଟଙ୍କା ଫେରାଇ ପାରିବି ନାହିଁ ବୋଲି କହିଥିଲେ। ଏବେ ମୃତ୍ୟୁ ପୂର୍ବରୁ ସତୀଶ ବିକାଶଙ୍କ ଫାର୍ମହାଉସକୁ ଯାଇଥିଲେ ଏବଂ ସେଠାରୁ କିଛି ସନ୍ଦେହଜନକ ମେଡିସିନ୍ ଉଦ୍ଧାର ହୋଇଛି, ତେଣୁ ସତୀଶ କୌଶିକଙ୍କ ମୃତ୍ୟୁ ପଛରେ ତାଙ୍କ ସ୍ୱାମୀ ବିକାଶ ମାଲୁଙ୍କ ହାତ ଥିବା କହିଛନ୍ତି ସାନଭୀ ମାଲୁ। ଏଥିସହ ଏହି ମାମଲାର ତଦନ୍ତ ଦାବି କରିଛନ୍ତି।
ସେପଟେ ଦିଲ୍ଲୀ ପୁଲିସ କମିଶନରଙ୍କୁ ସାନଭୀଙ୍କ ଏହି ଅଭିଯୋଗ ଚିଠି ମିଳିବା ପରେ ପୁଲିସ ତତ୍ପର ହୋଇ ଉଠିଛି। ପୁଲିସର ଏକ ଟିମ୍ ତାଙ୍କ ଘରକୁ ଯାଇ ସାନଭୀଙ୍କ ବୟାନ ରେକର୍ଡ କରୁଛି।
ଉଲ୍ଲେଖଯୋଗ୍ୟ, ସାନଭୀ ଦୁଇ ମାସ ପୂର୍ବେ ବିକାଶ ମାଲୁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। କୁହାଯାଉଛି ଯେ, ଏବେ ଜାଣିଶୁଣି ବିକାଶଙ୍କୁ ଫସାଇବା ପାଇଁ ସାନ୍ଭୀ ଏଭଳି ଚିଠି ଲେଖି ଅଭିଯୋଗ ଆଣିଛନ୍ତି। କାରଣ ସତୀଶ କୌଶିକଙ୍କ ପରିବାର ଲୋକେ ବିକାଶଙ୍କୁୁ ନେଇ ଏଭଳି କିଛି ସନ୍ଦେହ ପ୍ରକାଶ କରିନାହାନ୍ତି। ଏଥିସହ ପୁଲିସକୁ ମିଳିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ମଧ୍ୟ ଏଭଳି କୌଣସି ସନ୍ଦେହଜନକ କଥା ସାମ୍ନାକୁ ଆସିନାହିଁ। ହୃଦ୍ଘାତ ଯୋଗୁ ସତୀଶଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031