Indus Valley Times

୧୮ରୁ ୨୧ ତାରିଖ ଯାଏ ପ୍ରବଳ ବର୍ଷା ହେବ ଉତ୍ତର ଓଡ଼ିଶାରେ

 Breaking News

୧୮ରୁ ୨୧ ତାରିଖ ଯାଏ ପ୍ରବଳ ବର୍ଷା ହେବ ଉତ୍ତର ଓଡ଼ିଶାରେ

September 17
09:32 2021

ଭୁବନେଶ୍ୱର ୧୭/୯: ଆସନ୍ତା ୧୮ ତାରିଖରୁ ପୁଣି ବର୍ଷା ବଢ଼ିବ । ୨୦/୨୧ ଯାଏଁ ବର୍ଷା କରାଇବ । ଅଧିକ ବର୍ଷା ହେବ ଉତ୍ତର ଓଡ଼ିଶାରେ । ଏବେ ଯାଇଥିବା ଲଘୁଚାପ ବର୍ଷାଠାରୁ ସମ୍ଭାବ୍ୟ ବର୍ଷା ପରିମାଣ କମ୍ ରହିବ ।
କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୧୮ରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇ ୧୯ରେ ପଶ୍ଚିମବଙ୍ଗର ମେଦିନପୁର ଓ ସଂଲଗ୍ନ ବାଲେଶ୍ୱର ନିକଟରେ ରହିବ । ଏହା ବର୍ତ୍ତମାନର ଲଘୁଚାପ ବଳୟ ଓ ମୌସୁମୀ ଟ୍ରଫର ପୂର୍ବଭାଗରେ ମିଶିଯିବ ।
ପରେ ସୁନ୍ଦରଗଡ଼ ଦେଇ ଉତ୍ତର ଛତିଶଗଡ଼ ଡେଇଁ ପଶ୍ଚିମ ଉତ୍ତରପ୍ରଦେଶକୁ ଯାଇପାରେ । ଏହା ବିଶେଷ ଘନୀଭୂତ ହେବା ସମ୍ଭାବନା କମ୍ । ତେଣୁ ବଡ଼ ବର୍ଷା ସମ୍ଭାବନା କମ୍ ।
ତଥାପି ୧୮ ତାରିଖ ରାତିରୁ ଉତ୍ତର ଉପକୂଳରେ ବର୍ଷା ଆରମ୍ଭ ହେବ । ୧୯ରେ ସାରା ଓଡ଼ିଶାରେ ବର୍ଷା ହେବ । ବେଶି ବର୍ଷା ଉପକୂଳ ଅଞ୍ଚଳରେ ହୋଇପାରେ । ୨୦ରେ ଉପକୂଳ ଓ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଛତିଶଗଡ଼ରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ ।
ମୁଖ୍ୟତଃ ସ୍ୱଳ୍ପରୁ ମଧ୍ୟମ ଓ କେତେକ ଜାଗାରେ ଭାରି ବର୍ଷା ସମ୍ଭାବନା ଅଛି । ୧୯ ଓ ୨୦ରେ ସ୍ୱଳ୍ପରୁ ମଧ୍ୟମ ଏବଂ ଅଳ୍ପ କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ । ୨୧ରୁ ୨୩ ଯାଏଁ ବିଶେଷ ବର୍ଷା ନାହିଁ । ମୌସୁମୀ ଟ୍ରଫ ପ୍ରଭାବରେ ଅନେକ ଜାଗାରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ । ୨୩ରେ ମିଆଁମାରର ରାଜଧାନୀ ୟାଙ୍କଟକ ପାଖରେ ଲଘୁଚାପ ବଳୟ ହୋଇପାରେ । ଉତ୍ତର-ପଶ୍ଚିମରେ ଗତି କରି ୨୪ ତାରିଖକୁ ଲଘୁଚାପ କ୍ଷେତ୍ର ରୂପ ନେବ ।
୨୫ରେ ଲଘୁଚାପ କିମ୍ବା ସ୍ପଷ୍ଟ ଚିହ୍ନଟ ଲଘୁଚାପ (ୱେଲ ମାର୍କଡ ଲୋପ୍ରେସର) ରୂପ ନେଇପାରେ । ଏହା ବାଂଲାଦେଶ ଓ ସଂଲଗ୍ନ ମିଆଁମାର ଉପକୂଳଠାରୁ ଦୂରରେ ସୃଷ୍ଟି ହେବା ପରେ ବାଂଲାଦେଶ କିମ୍ବା ପଶ୍ଚିମବଙ୍ଗକୁ ମୁହାଁଇପାରେ । ଏହା ପ୍ରଭାବରେ ଓଡ଼ିଶାରେ ବିଶେଷ ବଡ଼ ବର୍ଷା ସମ୍ଭାବନା କମ୍ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031