Indus Valley Times

୧୯ ରୁ ଲଘୁଚାପ , ପ୍ରବଳ ବର୍ଷାରେ ଭିଜିବ ଦକ୍ଷିଣ ଓ ଉପକୂଳ ଓଡ଼ିଶା

 Breaking News

୧୯ ରୁ ଲଘୁଚାପ , ପ୍ରବଳ ବର୍ଷାରେ ଭିଜିବ ଦକ୍ଷିଣ ଓ ଉପକୂଳ ଓଡ଼ିଶା

୧୯ ରୁ ଲଘୁଚାପ , ପ୍ରବଳ ବର୍ଷାରେ ଭିଜିବ ଦକ୍ଷିଣ ଓ ଉପକୂଳ ଓଡ଼ିଶା
September 17
16:42 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୧୭/୯ : ସମ୍ଭାବ୍ୟକୁ ବାତ୍ୟାକୁ ନେଇ ସାରା ରାଜ୍ୟରେ ଜୋରଦାର ଚର୍ଚ୍ଚା ଭିତରେ ଆସିଛି ବଡ଼ ଅପଡେଟ୍। ଏ ବଡ଼ ସୂଚନା ଦେଇଛି IMDବା ଭାରତୀୟ ପାଣିପାଗ ବିଭାଗ। ଓଡ଼ିଶାକୁ ବାତ୍ୟା ଆସିବା ନେଇ ଅନେକ ପାଣିପାଗ ବିଜ୍ଞାନୀ ଭିନ୍ନ ଭିନ୍ନ ଆକଳନ କରିଛନ୍ତି।
ପାଣିପାଗ ମଡେଲରେ ବି ଭିନ୍ନତା ଆସୁଥିଲା। ଏହାରି ଭିତରେ ବୁଲେଟିନ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି। ଯଦି ଆଇଏମଡିର ପୂର୍ବାନୁମାନକୁ ଦେଖିବା ତାହାହେଲେ – ଡେଞ୍ଜର ଜୋନରେ ଏବେ ଗୋଟିଏ ରାଜ୍ୟ ନୁହେଁ ବରଂ ଦୁଇଟି ରାଜ୍ୟ। ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ। IMD କହିଲା- ସିଷ୍ଟମ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ। ଯାହାକୁ ନେଇ ଚିନ୍ତା ବଢିଛି।
ଲାଟେଷ୍ଟ ବୁଲେଟିନ ଅନୁସାରେ ଉତ୍ତର ଥାଇଲ୍ୟାଣ୍ଡରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ଉତ୍ତର ଆଣ୍ଡାମାନ ସାଗର ଆଡ଼କୁ ଗତି କରୁଛି। ଓଗଊର ଆକଳନ ଅନୁସାରେ, ଆସନ୍ତା ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହି ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗର ଉପରେ ପହଞ୍ଚିପାରେ।
ଏହାର ପ୍ରଭାବରେ ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ତା’ର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି। ଲଘୁଚାପ ଗଠନ ପରେ ଏହା ଧୀରେ ଧୀରେ ଅଧିକ ଘନୀଭୂତ ହୋଇପାରେ।
ପରବର୍ତ୍ତୀ ୩ରୁ ୪ ଦିନ ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ବଙ୍ଗୋପସାଗରରେ ପହଞ୍ଚିବ। ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି ବୋଲି କହିଛି ଆଇଏମଡି।
ଏହାପରେ କଣ ହେବ ଏହାର ବି ବୁଲେଟିନ ଜାରି କରିଛି ଓଗଊ। ଆଗାମୀ ୧୬୮ ଘଣ୍ଟା ଅର୍ଥାତ ଆଗାମୀ ୬ ଦିନ ପାଇଁ ପ୍ରୋବାବିଲିଟି ଅଫ୍ ସାଇକ୍ଲୋଜେନେସିସ୍ ଜାରି କହିଛି ଓଗଊ। ୪ ଦିନ ପରେ ଅର୍ଥାତ ୨୧ ବା ୨୨ ତାରିଖ ବେଳକୁ ଅବପାତରେ ପରିଣତ ହେବା ଯଥେଷ୍ଟ ସମ୍ଭାବନା ରହିଛି। ଅର୍ଥାତ ୬୭% ସମ୍ଭାବନା ରହିଛି। କିନ୍ତୁ ଏସମୟରେ ବି ଏ ସିଷ୍ଟମ କୌଣସି ଉପକୂଳ ଛୁଇଁନଥିବ। ଅର୍ଥାତ ସମୁଦ୍ରରେ ହିଁ ଥିବ।
ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇପଡ଼ିବ। ସମୁଦ୍ର ଭିତରେ ପାଖାପାଖି ୪୦ରୁ ୫୦ କିମି ପବନ ବହିବ। ପ୍ରବଳ ବର୍ଷା ହେବ। ଯେହେତୁ ଉପକୂଳଠୁ ଦୂରରେ ଥିବ, ଅଧିକ ଘନୀଭୂତ ହେବାର ଆଶଙ୍କା ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଡିପ୍ ଡିପ୍ରେସନା ବା ବାତ୍ୟାର ରୂପ ନେଇପାରେ।
କିନ୍ତୁ ଗୋଟିଏରୁ ଦୁଇ ଦିନ ଅପେକ୍ଷା କରିବାକୁ ପଡ଼ିବ, IMDର ପରବର୍ତ୍ତୀ ବୁଲେଟିନରେ ସ୍ଥିତି ସ୍ପଷ୍ଟ ହେବ। କିନ୍ତୁ ସବୁଠୁ ବଡ଼ କଥା ହେଲା- ସମୁଦ୍ରରେ ତାପମାତ୍ରା ରହୁଛି। ନିମ୍ନଚାପ ରହୁଛି। ମୌସୁମୀ ଅପସାରଣ କରୁଥିବ। ଯଦି ଉପକୂଳଠୁ ଦୂରରେ ରୁହେ, ତେବେ ସିଷ୍ଟମକୁ ବଳ ଯୋଗାଇବ ଆହୁରି ଘନୀଭୂତ ହେବାକୁ।
ଯେତେବେଳେ ଆଣ୍ଡାମାନ ସାଗରରେ ଗୋଟିଏ ସିଷ୍ଟମ ସୃଷ୍ଟି ହୁଏ, ତାକୁ SEA TRAVEL ପାଇଁ ସମୟ ଲାଗେ। ସମୁଦ୍ରରେ ଗତି କରିବାକୁ ତାକୁ ସମୟ ଲାଗେ। ସେଥିପାଇଁ ପାଇଁ ଏଇ ପାଣିପାଗର କାରକ ସାହାଯ୍ୟ କରୁଛି। ଯଦି ୧୯ ତାରିଖ ବେଳକୁ ଯଦି ସିଷ୍ଟମ ଫର୍ମସନ ହୁଏ, ଅନୁମାନ କରନ୍ତୁ ଇଏ ବଙ୍ଗୋପସାଗର ଯିବାକୁ ସମୟ ଲାଗିବ।
ଯଦି ବଙ୍ଗୋପ ସାଗର ଆଡ଼କୁ ମୁହାଁଏ। ବଙ୍ଗୋପ ସାଗରେ ପହଞ୍ଚିବା ପରେ ପୂର୍ବ ଦିଗରୁ ପ୍ରବାହିତ ବାୟୁ ବଳରେ ସିଷ୍ଟମଟିକୁ ଉପକବଳକୁ ଠେଲିବ। ଯେହେତୁ ସମୁଦ୍ର ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହୁଛି, ତେଣୁ ସିଷ୍ଟମକୁ ବଳ ମିଳିବାର ସମ୍ଭାବନା ଯଥେଷ୍ଟ ଅଧିକ।
ଜିଏଫଏସ୍ ଏବଂ ଇସିଏମଡବଲୁଏଫ୍ ଭଳି ଆନ୍ତର୍ଜାତିକ ମଡେଲ୍ ଅନୁସାରେ ସମ୍ଭାବ୍ୟ ସିଷ୍ଟମ ଅଧିକ ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଓଡ଼ିଶା ଆସିପାରେ। ଜିଏଫଏସ୍ ଅନୁସାରେ ଏହା ଶକ୍ତିଶାଳୀ ବାତ୍ୟା ରୂପ ନେଇ ଓଡ଼ିଶାରେ ମାଡ଼ ହୋଇପାରେ। ଇସିଏମଡବଲୁଏଫ୍ ପ୍ରାକ୍ ଆକଳନ ହେଲା,ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ଓଡ଼ିଶାରେ ପ୍ରବେଶ କରିପାରେ।
ବର୍ତ୍ତମାନ ଯାହା ଖବର ମିଳୁଛି ଉତ୍ତର-ପୂର୍ବ ବଙ୍ଗୋପସାଗର, ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର, ମାର୍ତାବାନ ଉପସାଗର ଓ ଟେନାସେରିମ୍ ଉପକୂଳ ଅଞ୍ଚଳରେ ମେଘମାଳା ଘେରି ହୋଇରହିଛି। ଏଠାରୁ ବଜ୍ରପାତ ଓ ବର୍ଷା ହେଉଥିବା ସୂଚନା ମିଳିଛି।
ବଙ୍ଗୋପସାଗରରେ ଲଘୁଚାପ ଉପରେ କେତେ ବଳ ଯୋଗାଇବ ତା ଉପରେ ସମସ୍ତଙ୍କ ନଜର ରହିଛି। ୧୯ ତାରିଖରେ ଲଘୁଚାପ ହେବା ପରେ ଏହାର ଗତିପଥ ଓ ତୀବ୍ରତା କିଭଳି ରହିବ, ତାହା ଉପରେ ରହିଛି ପାଣିପାଗ ବିଭାଗର ନଜର।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930