Indus Valley Times

୧.୫ ଲକ୍ଷର ଆଇଫୋନ ଅର୍ଡର କରିଥିଲେ, ଆସିଲା ସାବୁନ

 Breaking News

୧.୫ ଲକ୍ଷର ଆଇଫୋନ ଅର୍ଡର କରିଥିଲେ, ଆସିଲା ସାବୁନ

୧.୫ ଲକ୍ଷର ଆଇଫୋନ ଅର୍ଡର କରିଥିଲେ, ଆସିଲା ସାବୁନ
February 08
11:06 2022

ନୂଆଦିଲ୍ଲୀ, ୮/୨ : ଆପଲର ସବୁଠାରୁ ଦାମୀ ସ୍ମାର୍ଟଫୋନ ଅର୍ଡର କରି ଫସିଲେ ବ୍ରିଟେନରେ ରହୁଥିବା ଜଣେ ମହିଳା। ଫୋନ ପରିବର୍ତ୍ତେ ଡେଲିଭର ଦେଲା ସାବୁନ। ଏଭଳି ଘଟଣା ନୂଆ ନୁହେଁ, ଏହା ପୂର୍ବରୁ ମଧ୍ୟ ଲୋକେ ଦାମୀ ଜିନିଷ ଅର୍ଡର କରି ଠକାମିର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। କିଛି ମାସ ପୂର୍ବରୁ, କେରଳର ଜଣେ ମହିଳା ଆପଲ୍ ଆଇଫୋନ୍ ୧୨ ଅର୍ଡର କରିଥିଲେ ଏବଂ ଏହା ବଦଳରେ ତାଙ୍କୁ ମିଳିଥିଲା ବାସନ ସଫା ସାବୁନ। ଏବେ ବ୍ରିଟେନର ଜଣେ ମହିଳାଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି।
ଖୌଲା ଲାଫାଇଲି ନାମକ ଜଣେ ମହିଳା ଏକ ପ୍ରତିଷ୍ଠିତ ସ୍ଥାନୀୟ ଦୋକାନରୁ ଆଇଫୋନ୍ ୧୩ ପ୍ରୋ ମ୍ୟାକ୍ସ ଅର୍ଡର କରିଥିଲେ। ସେ ପ୍ରାୟ ୧.୫ ଲକ୍ଷ ଟଙ୍କାର ଦାମୀ ଫୋନ ଅର୍ଡର କରିଥିବା ବେଳେ ତାଙ୍କ ପାଖକୁ ଗୋଟିଏ ଡଲାରର ହ୍ୟାଣ୍ଡ ସୋପ ଆସିଛି। ଏହି ଘଟଣା ପରେ ଡେଲିଭରି ବଏ ଜିନିଷ ଅଦଳବଦଳ କରିଥାଇପାରନ୍ତି ବୋଲି ସନ୍ଦେହ କରୁଛନ୍ତି ମହିଳା।
ତାଙ୍କ କହିବା ମୁତାବକ, ଅର୍ଡର କରିବାର ଗୋଟେ ଦିନ ପରେ ଡେଲିଭର କରିବାକୁ ମୁଁ ବିକଳ୍ପ ବାଛିଥିଲି। ହେଲେ ଡେଲିଭରି ବଏ ୨ ଦିନ ସମୟ ଲଗାଇବା ସହ ଟ୍ରାଫିକରେ ଫସିଥିବା କହିଥିଲେ। ୨ଦିନ ପରେ ସେ ଘର ଆଗକୁ ଆସି ମଧ୍ୟ ଜିନିଷ ଡେଲିଭର କରିନଥିଲେ। ଘର ବାହାରର ଫଟୋ ଉଠାଇ ଘରେ କେହି ନଥିବା ଲେଖି ଚାଲି ଯାଇଥିଲେ ଡେଲିଭରି ବଏ। ସେ ସମୟରେ ମୁଁ ଘରେ ଥିଲି କିନ୍ତୁ ସେ ମୋତେ ଡାକିନଥିଲେ। ପରେ ଯେତେବେଳେ ମୋତେ ଜିନିଷ ଡେଲିଭର କରାଗଲା ମୁଁ ବକ୍ସ ଦେଖି ଆଶ୍ଚର‌୍ୟ୍ୟ ହୋଇଯାଇଥିଲି, କାରଣ ଭିତରେ କେବଳ ଥିଲା ସାବୁନ।
ଏନେଇ ମହିଳାଜଣଙ୍କ ଅଭିଯୋଗ କରିଥିବା ବେଳେ ଏପର‌୍ୟ୍ୟନ୍ତ ନିଜ ମୋବାଇଲ ବା ପଇସା ଫେରିପାଇନଥିବା କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031