Indus Valley Times

୨ଟି ରାସ୍ତାର ଉନ୍ନତିକରଣ ନିମନ୍ତେ ଶିଳାନ୍ୟାସ କଲେ ଆକାଶ

 Breaking News

୨ଟି ରାସ୍ତାର ଉନ୍ନତିକରଣ ନିମନ୍ତେ ଶିଳାନ୍ୟାସ କଲେ ଆକାଶ

October 10
19:57 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୧୦/୧୦ : କୋରେଇ ବିଧାୟକ ଶ ଆକାଶ ଦାସନାୟକଙ୍କ କରକମଳରେ ବ୍ୟାସନଗର ପୌରପରିଷଦରେ ୨ ଗୋଟି ରାସ୍ତାର ଉନ୍ନତିକରଣ ନିମନ୍ତେ ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ବ୍ୟାସନଗର ପୌରପରିଷଦ ରୟାଲ କଳିଙ୍ଗ ଛକ ଠାରେ ଏହି ଶିଳାନ୍ୟାସ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କହ୍ନେଇପୁର ଠାରୁ ନହକା ଭାୟା ଚାନ୍ଦମା ହିଙ୍ଗୁଳା ରାସ୍ତାର ଉନ୍ନତିକରଣ, ଅଟକଳ ପରିମାଣ – ୪୬ ଲକ୍ଷ ଟଙ୍କା, ଦମକଳ କେନ୍ଦ୍ର ଠାରୁ ସୋବ୍ରା ବ୍ରିଜ୍ ପର୍ଯ୍ୟନ୍ତ ବାମପାଶ୍ୱର୍ ରାସ୍ତାର ଉନ୍ନତିକରଣ, ଅଟକଳ ପରିମାଣ – ୪୨ ଲକ୍ଷ ଏବଂ ଡାହାଣ ପାଶ୍ୱର୍ ରାସ୍ତାର ଉନ୍ନତିକରଣ, ଅଟକଳ ପରିମାଣ – ୪୨ ଲକ୍ଷ ଟଙ୍କା । ରୟାଲ କଳିଙ୍ଗ ଛକ ଠାରେ କର୍ମୀମାନେ ବିଧାୟକଙ୍କୁ ସ୍ୱାଗତ ଜଣାଇଥିଲେ । ତୁରନ୍ତ ରାସ୍ତା କାମ ଆରମ୍ଭ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ବ୍ୟାସଦେବ ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାସ, ଯୁବମୋର୍ଚ୍ଚା ସଭାପତି ଜିତେନ୍ଦ୍ର ବେହୁରା, ମହିଳା ମୋର୍ଚ୍ଚା ସଭାପତି ରଶ୍ମିତା ରାଉତ, ଶିଶିର ରାଉତ, ଅଯୋଧ୍ୟା ଜେନା, ପ୍ରିୟବ୍ରତ ସାହୁ, ଧନେଶ୍ୱର ବାରିକ, କୃଷ୍ଣଚନ୍ଦ୍ର ରାଉତ, ଅଶୋକ କୁମାର ରାଉତ, ତାରିଣୀ ଦାସ, ଗଣେଷ ମାଝୀ, ଚନ୍ଦନ ଜେନା, ଗୌରାଙ୍ଗ ସାହୁ, ବିଷ୍ଣୁ ଚରଣ ମଲ୍ଲିକ, ବିଶ୍ୱନାଥ ସେଠୀ, ସ୍ୱର୍ଣ୍ଣପ୍ରଭା ନାୟକ, ନିବେଦିତା ଜେନା, ଆଶା ମଲ୍ଲିକ, ସୁନିଲ କୁମାର ବଳ, ରାଜେଶ ରାଉତ, ପ୍ରକାଶ ଜେନା, ସପନ ଖୁଂଟିଆ, ସତ୍ୟପ୍ରକାଶ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930