Indus Valley Times

୨୦୨୨-୨୩ ଶିକ୍ଷାବର୍ଷରେ ୩ଟି ତ୍ରୈମାସିକ ପରୀକ୍ଷା: ପ୍ରତି ପରୀକ୍ଷାରେ ୨୦ ମାର୍କ ଥିଓରି, ୧୦ ମାର୍କ ପ୍ରାକ୍ଟିକାଲ

 Breaking News

୨୦୨୨-୨୩ ଶିକ୍ଷାବର୍ଷରେ ୩ଟି ତ୍ରୈମାସିକ ପରୀକ୍ଷା: ପ୍ରତି ପରୀକ୍ଷାରେ ୨୦ ମାର୍କ ଥିଓରି, ୧୦ ମାର୍କ ପ୍ରାକ୍ଟିକାଲ

୨୦୨୨-୨୩ ଶିକ୍ଷାବର୍ଷରେ ୩ଟି ତ୍ରୈମାସିକ ପରୀକ୍ଷା: ପ୍ରତି ପରୀକ୍ଷାରେ ୨୦ ମାର୍କ ଥିଓରି, ୧୦ ମାର୍କ ପ୍ରାକ୍ଟିକାଲ
August 24
09:52 2022

ଭୁବନେଶ୍ବର,୨୪/୮: ଏଣିକି ଯୁକ୍ତ୨ରେ ତ୍ରୈମାସିକ ପରୀକ୍ଷା ହେବ । ପ୍ରତି ପରୀକ୍ଷାରେ ୨୦ ମାର୍କ ଥିଓରି ଓ ୧୦ମାର୍କ ପ୍ରାକ୍ଟିକାଲ ପରୀକ୍ଷା ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟର ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଶତ ପ୍ରତିଶତ ସିଲାବସ୍ରେ ଶିକ୍ଷା ଗ୍ରହଣ କରିବେ। ଏଥିସହ ୨୦୨୨-୨୩ ଶିକ୍ଷାବର୍ଷରେ ୩ଟି ତ୍ରୈମାସିକ ପରୀକ୍ଷା ସହ ବାର୍ଷିକ ପରୀକ୍ଷାର ସମ୍ମୁଖୀନ ହେବେ।
ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଲାଗି ପ୍ରଥମ ତ୍ରୈମାସିକ ପରୀକ୍ଷା ସେପ୍ଟେମ୍ବର ଦ୍ବିତୀୟ/ତୃତୀୟ ସପ୍ତାହ, ଦ୍ବିତୀୟ ତ୍ରୈମାସିକ ପରୀକ୍ଷା ନଭେମ୍ବର ଦ୍ବିତୀୟ/ତୃତୀୟ ସପ୍ତାହ ଏବଂ ତୃତୀୟ ତ୍ରୈମାସିକ ପରୀକ୍ଷା ଜାନୁଆରି ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ। ତିନୋଟି ଯାକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଲାଗି ସମାନ ମାର୍କର ପରୀକ୍ଷା ଦେବାକୁ ପଡ଼ିବ। ଅର୍ଥାତ୍ ପରୀକ୍ଷାର୍ଥୀଙ୍କୁ ୪୫ ମିନିଟ୍ରେ ୨୦ ମାର୍କର ଥିଓରି ପରୀକ୍ଷା ଦେବେ। ଏଥିସହ ପ୍ରତି ତ୍ରୈମାସିକ ପରୀକ୍ଷାରେ ୧୦ ମାର୍କର ପ୍ରାକ୍ଟିକାଲ ରହିଛି, ଯାହାକି ପ୍ରାକ୍ଟିକାଲ/ପ୍ରୋଜେକ୍ଟ କ୍ଲାସରେ ଦିଆଯିବ। ସିଲାବସ୍ ଆଧାରରେ ବାର୍ଷିକ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ଏହି ପରୀକ୍ଷା କେବେ କରାଯିବ, ସେନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି ଆଜି ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
ଅନୁରୂପ ଭାବେ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମଧ୍ୟ ୩ଟି ତ୍ରୈମାସିକ ପରୀକ୍ଷା ଓ ଗୋଟିଏ ବାର୍ଷିକ ପରୀକ୍ଷାର ସମ୍ମୁଖୀନ ହେବେ। ତେବେ କେଉଁ ସମୟରେ ଏହି ପରୀକ୍ଷାଗୁଡ଼ିକ ଅନୁଷ୍ଠିତ ହେବ, ସେନେଇ ପରିଷଦ ପକ୍ଷରୁ ସୂଚନା ଦିଆଯାଇନାହିଁ। ଦ୍ବାଦଶ ଶ୍ରେଣୀର ସମସ୍ତ ତିନୋଟି ତ୍ରୈମାସିକ ପରୀକ୍ଷା ଏବଂ ଏକାଦଶ ଶ୍ରେଣୀର ସମସ୍ତ ତ୍ରୈମାସିକ ପରୀକ୍ଷା ଓ ବାର୍ଷିକ ପରୀକ୍ଷା ଛାତ୍ରଛାତ୍ରୀ ନିଜେ ପଢ଼ୁଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦେବେ। ତ୍ରୈମାସିକ ପରୀକ୍ଷାରେ ୧ ମାର୍କର ୬ଟି ପ୍ରଶ୍ନ ଆସିବାକୁ ଥିବା ବେଳେ ଦୁଇ ମାର୍କ ବିଶିଷ୍ଟ ୪ଟି ପ୍ରଶ୍ନରୁ ପରୀକ୍ଷାର୍ଥୀ ୩ଟିର ଉତ୍ତର ଦେବେ। ସେହିପରି ୪ ମାର୍କ ବିଶିଷ୍ଟ ୩ଟି ପ୍ରଶ୍ନରୁ ଦୁଇଟିର ଉତ୍ତର ଲେଖିବେ। ପ୍ରଶ୍ନପତ୍ର ପଢ଼ିବାକୁ ପରୀକ୍ଷାର୍ଥୀଙ୍କୁ ୫ ମିନିଟ୍ ସମୟ ମିଳିବ। ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷାର ଉତ୍ତର ଖାତା ମୂଲ୍ୟାୟନ ଶିକ୍ଷାନୁଷ୍ଠାନସ୍ତରରେ ହେବ। ଛାତ୍ରଛାତ୍ରୀ ଯେଉଁ ମାର୍କ ପାଇବେ, ବିଦ୍ୟାଳୟଗୁଡ଼ିକ ତାହାକୁ ପରିଷଦର ଡାଟାବେସ୍ରେ ଅପ୍ଲୋଡ୍ କରିବେ। ପରବର୍ତ୍ତୀ ସମୟରେ ବିଦ୍ୟାଳୟଗୁଡ଼ିକୁ ଏହାର ଫର୍ମାଟ୍ ଓ ଲିଙ୍କ୍ ପ୍ରଦାନ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ସମୟରେ ବିଦ୍ୟାଳୟଗୁଡ଼ିକୁ ଏହାର ଫର୍ମାଟ ଓ ଲିଙ୍କ୍ ପ୍ରଦାନ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଦ୍ବାଦଶ ଶ୍ରେଣୀର ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ପୂର୍ବ ପ୍ରଚଳିତ ଢାଞ୍ଚା ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031