Indus Valley Times

୨୦୨୪ ସାଧାରଣ ନିର୍ବାଚନ ପୁର୍ବରୁ ୨୦୨୩ରେ ହେବ ସେମିଫାଇନାଲ

 Breaking News

୨୦୨୪ ସାଧାରଣ ନିର୍ବାଚନ ପୁର୍ବରୁ ୨୦୨୩ରେ ହେବ ସେମିଫାଇନାଲ

୨୦୨୪ ସାଧାରଣ ନିର୍ବାଚନ ପୁର୍ବରୁ ୨୦୨୩ରେ ହେବ ସେମିଫାଇନାଲ
January 01
13:58 2023

ସ୍ୱାଗତିକା ଭୂତିଆଙ୍କ ସ୍ୱତନ୍ତ୍ର ଉପସ୍ଥାପନା
ଆଜି ଠାରୁ ଆରମ୍ଭ ହୋଇଛି ନୂତନ ବର୍ଷ ୨୦୨୩ । ନୂଆ ଆଶା, ନୂଆ ସମ୍ଭାର ନେଇ ଆସିଛି ନୂଆବର୍ଷ । ଏହି ବର୍ଷଟି ରାଜନୀତି ଦୃଷ୍ଟିରୁ ମ୍ମ ବେଶ୍ ଗୁରୁତ୍ୱ ରଖୁଛି । କାରଣ ୨୦୨୪ରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ ଯେଉଁଥିରେ ଦେଶରେ ନୂଆ ସରକାର ଗଠନ ହେବ । କିନ୍ତୁ ସାଧାରଣ ନିର୍ବାଚନ ପୁର୍ବରୁ ରାଜନୈତିକ ଦଳଗୁଡିକ ୨୦୨୩ମସିହାରେ ସେମିଫାଇନାଲର ସମ୍ମୁଖିନ ହେବ । ୨୦୨୩ ମସିହାରେ ୧୦ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ସେଗୁଡିକ ହେଲା ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ,କର୍ଣ୍ଣାଟକ, ମିଜରାମ,ତେଲେଙ୍ଗାନା ଓ ଜାମ୍ମୁ କାଶ୍ମୀର ଭଳି ରାଜ୍ୟରେ ।
ଏହି ନିର୍ବାଚନ ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ ହେବା ନେଇ ଆଶା କରାଯାଉଛି । ଯଦିଓ କଂଗ୍ରେସ ଲୋକସଭାରେ ମୁଖ୍ୟ ବିରୋଧି ଦଳ ଆସନରୁ ଖସି ଆସିଛି ତଥାପି ଜାତୀୟ ରାଜନୀତିରେ କଂଗ୍ରେସ ମୁଖ୍ୟ ଭୂମିକା ଗ୍ରହଣ କରୁଛି । ଏହାରି ଭିତରେ ଆଲୋଚନା ମଧ୍ୟ ହେଉଛି ଯେ ୨୦୨୪ ସାଧାରଣ ନିର୍ବାଚନ ପୁର୍ବରୁ ଆମ୍ ଆଦ୍‌ମି ପାଟି ର୍(ଆପ୍ ) ମଧ୍ୟ ଜାତୀୟ ରାଜନୀତିରେ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଛି ।
୨୦୨୪ ସାଧାରଣ ନିର୍ବାଚନ ଜିତିବା ବିଜେପି ପାଇଁ ଯେତିକି ଚ୍ୟାଲେଞ୍ଜ ଭରା ରହିବ କଂଗ୍ରେସ ପାଇଁ ତାଠାରୁ ଅଧିକ ଚ୍ୟାଲେଞ୍ଜର ସମ୍ମୁଖିନ ହେବାକୁ ପଡିବ ସରକାର ଗଠନ ପାଇଁ । ବିଗତ ନିର୍ବାଚନ ଗୁଡିକରେ କଂଗ୍ରେସର ପ୍ରଦର୍ଶନ ପୁରା ଭାରତବର୍ଷରେ ଯେତିକି ନୈରାଶ୍ୟଜନକ ରହିଛି । ଏହି ଦୃଷ୍ଟିରୁ ଦଳ ଜନତାଙ୍କ ବିଶ୍ୱାସ ଜିତିବା ଢେର୍ କଷ୍ଟକର ବ୍ୟାପାର ହେବ ବୋଲି ଆକଳନ କରଯାଉଛି । ୨୦୧୯ ସାଧାରଣ ନିର୍ବାଚନରେ ଦଳ ମାତ୍ର ୫୨ଟି ଆସନ ପାଇଥିଲା ।
କଂଗ୍ରେସର ସ୍ଥିତି ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ରାହୁଲ ଗାନ୍ଧି ‘ଭାରତ ଯୋଡ’ ଯାତ୍ରା ରୂପକ ଯେଉଁ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ତାହା କେତେ ଫଳପ୍ରଦ ହେବ ଆଗାମୀ ନିର୍ବାଚନରେ ତାହା ଜଣାପଡିବ । ଗୋଟିଏ କଥା କୁହାଯାଇପାରେ ଯେ ରାହୁଲ ଗାନ୍ଧିଙ୍କ ଏହି ଅଭିଯାନ କଂଗ୍ରେସର ଛିଡି ଯାଉଥିବା ସୂତା ଖିଅକୁ ପୁନଃ ଯୋଡି ମଜୁବୁତ କରିବା ପାଇଁ ସହାୟତା କରୁଛି । ରାହୁଲ ଗାନ୍ଧିଙ୍କର କାଶ୍ମୀର ଠାରୁ କନ୍ୟାକୁମାରୀ ଯାଏଁ ପଦଯାତ୍ରା କଂଗ୍ରେସ ଦଳକୁ ବଳ ଯୋଗାଇଛି ଆଗାମୀ ନିର୍ବାଚନ ଲଢ଼ିବା ପାଇଁ ।
ସେହିଭଳି ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସର ସରକାର ରହିଛି । ଛତିଗଡରେ ଭୂପେଶ ବାଘେଲ ଓ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କର ଆଂଚଳିକ ସ୍ତରରେ ବେଶ୍ ପ୍ରଭାବ ରହିଛି । ତେଣୁ ଦଳ ଏହି ଦୁଇ ନେତାଙ୍କ କାନ୍ଧରେ ଭରା ଦେଇ କଂଗ୍ରେସ କ୍ଷମତା ବଜାଇ ରଖିବା ପାଇଁ ଚେଷ୍ଟା କରିବ । ଛତିଶଗଡ଼ରେ ମଧ୍ୟ କଂଗ୍ରେସର ସ୍ଥିତି ବେଶ୍ ସୁଦୃଢ଼ ରହିଛି । ରାଜସ୍ଥାନର ରାଜନୀତି କେଉଁ ମୋଡ ନେବ ତାହା ଆକଳନ କରିବା କଷ୍ଟ ।
ଭାରତୀୟ ଜନତା ପାର୍ଟି ମଧ୍ୟ ଦିନକୁ ଦିନ ଅଧିକ ଶକ୍ତି ଶାଳି ହେବା ଦେଖିବାକୁ ମିଳୁଛି ।୨୦୧୯ ମସିହାରେ ଦଳ ୩୦୩ଟି ଆସନ ପାଇଥିବା ବେଳେ ପରବିର୍ତ୍ତି ସାଧାରଣ ନିର୍ବାଚନରେ ଦଳ କିଭଳି ଆହୁରି ଆସନ ଜିତିବ ସେନେଇ ରଣନୀତି ପ୍ରସ୍ତୁତି କରୁଛି । କିନ୍ତୁ କିଛି ରାଜ୍ୟରେ ଦଳର ଅନ୍ତଃକନ୍ଦଳ ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଆଗାମୀ ଦିନରେ କର୍ଣ୍ଣାଟକରେ ବିଜେପିକୁ ରୋକିବା ପାଇଁ କଂଗ୍ରେସ ଜୋରଦାର ପ୍ରୟସ କରୁଥିବା ବେଳେ ତେଲେଙ୍ଗାନାରେ ସରକାର ଗଢ଼ିବା ପାଇଁ ବିଜେପି ସବୁ ଚେଷ୍ଟା ଲଗାଇ ଦେଇଛି ।
ସେହିଭଳି ଓଡ଼ିଶାରେ ରାଜନୀତିରେ ବିଜୁ ଜନତା ଦଳ ବେଶ୍ ଶକ୍ତି ଶାଳୀ ରହିଛି । ଓଡ଼ିଶାରେ ୨୦୦୯ ରେ ବିଜେଡ଼ି ଓ ବିଜେପି ମେଂଟ ଭାଙ୍ଗିଲା ପରଠାରୁ ବିଜେଡି ଲଗାତାର ସାଧାରଣ ନିର୍ବାଚନ ଜିତି ଆସୁଛି । ୨୦୦୯,୨୦୧୪ ଓ ୨୦୧୯ ଲଗାତାର ତିନୋଟି ସାଧାରଣ ନିର୍ବାଚନରେ ଦଳ ଯଥାକ୍ରମେ ୧୦୩,୧୦୭ ଓ ୧୧୨ଟି ଆସନ ଜିତି ଥିଲା ବେଳେ ବିରୋଧି କଂଗ୍ରେସ ଓ ବିଜେପି ଶାସକ ଦଳର ପାଖ ମାଡିବାକୁ ସକ୍ଷମ ହୋଇ ନାହାଁନ୍ତି । ବିଜେପି ଏହି ୨୦୦୯,୨୦୧୪ ଓ ୨୦୧୯ ତିନୋଟି ନିର୍ବାଚନରେ ୬,୧୦ ଓ ୨୩ଟି ଆସନ ପାଇଥିଲା, ସେହିଭଳି କଂଗ୍ରେସ ୨୦୦୯,୨୦୧୪ ଓ ୨୦୧୯ ଏହି ତିନୋଟି ନିର୍ବାଚନରେ ୨୭,୧୬ ଓ ୯ଟି ଲାଭ କରିଥିଲା ।
ଏବେ ଓଡ଼ିଶାରେ ବିଜେପି ବିଜେଡ଼ି ପ୍ରତି କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଏହି ଆଭିମୁଖ୍ୟ ବିଜେପିର ଆଗାମୀ ନିର୍ବାଚନ ପାଇଁ ପୁର୍ବ ପ୍ରସ୍ତୂତି ବୋଲି ରାଜନୈତିକ ବିଶେଷଙ୍କମାନେ ମତ ଦେଉଛନ୍ତି । ସେହିଭଳି କଂଗ୍ରେସ ରାଜ୍ୟରେ ନୂଆ ରୂପରେ ଆସି ଜନତାଙ୍କ ବିଶ୍ୱାସ ଜିତିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି । କୁହାଯାଏ ରାଜନୀତିର ଚରିତ୍ର ପରିବର୍ତ୍ତନ ଶୀଳ । ସେଇ ଦୃଷ୍ଟିରୁ ଦେଖିଲେ ଚଳିତ ବର୍ଷ ରାଜନୈତିକ ଦଳମାନଙ୍କ ପାଇଁ ବର୍ଷଟି ବେଶ୍ ଗୁରୁତ୍ୱ ବହନ କରିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031