Indus Valley Times

୨୦ ଯାଏ ଝଡ଼ବର୍ଷା: ୬ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

 Breaking News

୨୦ ଯାଏ ଝଡ଼ବର୍ଷା: ୬ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

୨୦ ଯାଏ ଝଡ଼ବର୍ଷା: ୬ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ
March 18
10:40 2026

ଭୁବନେଶ୍ୱର, ୧୮/୩ : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା । ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଏହି ସମୟରେ ପବନର ବେଗର ୬୦ରୁ ୭୦ କିମି ବେଗରେ ରହିବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଖବର ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ବର୍ତ୍ତମାନ ରାଜ୍ୟରେ ଦକ୍ଷିଣ ପଶ୍ଚିମ ଦିଗରୁ ପବନ ପ୍ରବାହିତ ହେଉଛି । ଏହାଛଡ଼ା ଏକ ଗୁରୁଚାପ ମଧ୍ୟ ରହିଛି ।
ଯାହା କି କାଳବୈଶାଖୀ କରାଇବାରେ ସହଯୋଗ କରିଛି । ୧୮ ଓ ୧୯ ତାରିଖରେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ଅଧିକ ରହିବ ବୋଲି କହିଛନ୍ତି ସୋଇ ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ । ୨୦ ତାରିଖରେ ଉପକୂଳ ଓଡ଼ିଶାରେ ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି।
୨୧ ରେ ଉତ୍ତର ଓଡିଶାରେ ଘଡଘଡି ସହ ବର୍ଷା ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ୨୧ ଓ ୨୧ରେ କିଛି କିଛି ସ୍ଥାନରେ କାଳବୈଶାଖୀ ଯୋଗୁ ପବନର ବେଗ ୫୦ ରୁ ୬୦ ରହିବ । ଏପିରିକି କିଛି ସ୍ଥାନରେ ପବନର ବେଗ ୭୦ କିମି ରହିବାର ସମ୍ଭାବନା ରହିଛି ।
ସେହିପରି ରାଜ୍ୟରେ ମାର୍ଚ୍ଚ ଶେଷ ପର‌୍ୟ୍ୟନ୍ତ ତାପମାତ୍ରା କମ ରହିବ। ଉପକୂଳ ଅଞ୍ଚଳରେ ସର୍ବାଧିକ ୩୨ ରୁ ୩୩ ଡିଗ୍ରୀ ପର‌୍ୟ୍ୟନ୍ତ ରହିବାର ସମ୍ଭାବନା ଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାରେ ପାରଦ ୩୫ ରୁ ୩୬ ରହିବାର ସମ୍ଭାବନା ରହିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930