Indus Valley Times

୨୧ତମ ପି.ଏମ. କିଷାନ ଦିବସ ପାଳିତ

 Breaking News

୨୧ତମ ପି.ଏମ. କିଷାନ ଦିବସ ପାଳିତ

November 19
19:47 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୯/୧୧ : ଜିଲ୍ଲାସ୍ତରୀୟ ୨୧ତମ ପି .ଏମ. କିଷାନ ଦିବସର ସିଧା ପ୍ରସାରଣ କାର୍ଯ୍ୟକ୍ରମ କୃଷି ବିଜ୍ଞାନ କେନ୍ଦ୍ର, ନୟାଗଡ଼ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି କୋଏମ୍ବାଟୁର, ତାମିଲନାଡୁ ଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସିଧା ପ୍ରସାରଣ ମାଧ୍ୟମରେ ଚାଷୀମାନଙ୍କୁ ପ୍ରାକୃତିକ କୃଷି ସମ୍ବନ୍ଧରେ ଉଦବୋଧନ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଖଣ୍ଡପଡ଼ା ଶ୍ରୀ ଦୁଷ୍ମନ୍ତ କୁମାର ସ୍ବାଇଁ ଯୋଗଦାନ କରି ନୟାଗଡ଼ ଜିଲ୍ଲାର ଚାଷୀ ଭାଇଭଉଣୀମାନଙ୍କୁ ବିଭିନ୍ନ ଚାଷ ସମ୍ବନ୍ଧରେ ଆଲୋକପାତ କରିଥିଲେ।
ଏହା ଛଡା ଉକ୍ତ କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଏବଂ ଜିଲ୍ଲାର ବିଭାଗୀୟ ଅଧିକାରୀମାନେ ଚାଷୀମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ଚାଷବାସ ଏବଂ ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ।
ଏହି କାର୍ଯ୍ୟକ୍ରମଟି ଉଭୟ କୃଷି ବିଜ୍ଞାନ କେନ୍ଦ୍ର, ନୟାଗଡ଼ ଓ ଜିଲ୍ଲା କୃଷି ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ , ଜିଲ୍ଲା ଉଦ୍ୟାନ ବିଭାଗର ମୁଖ୍ୟ ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ, ମୁଖ୍ୟ କୃଷି ଯାନ୍ତ୍ରିକକରଣ ଅଧିକାରୀ ଯୋଗଦାନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ଡ. ଅନିଲ କୁମାର ସ୍ବାଇଁ ପରିଚାଳନା କରିବା ସହିତ ଚାଷୀ ଭାଇଭଉଣୀମାନଙ୍କୁ ଉତ୍ସାହିତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031