Indus Valley Times

୨୩ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରରୁ ସ୍ଥାନାନ୍ତର ହେବ ଖାଲି ଆଲମିରା ଓ ସିନ୍ଦୁକ, କ୍ରୟ କରିପାରିବେ ମହାପ୍ରସାଦ

 Breaking News

୨୩ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରରୁ ସ୍ଥାନାନ୍ତର ହେବ ଖାଲି ଆଲମିରା ଓ ସିନ୍ଦୁକ, କ୍ରୟ କରିପାରିବେ ମହାପ୍ରସାଦ

August 20
17:47 2024

ପୁରୀ,୨୦/୮: ରତ୍ନଭଣ୍ଡାରରୁ କଢାଯିବ ସିନ୍ଦୁକ। ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଏହାକୁ ସ୍ଥାନାନ୍ତରଣ କରାଯିବ। ଆସନ୍ତା ୨୩ରେ ଅର୍ଥାତ୍ ଶୁକ୍ରବାର ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ ହେବ ଖାଲି ଆଲମିରା ଓ ସିନ୍ଦୁକ। ଉଭୟ ବାହାର ଓ ଭିତର ରତ୍ନଭଣ୍ଡାରରୁ ଶ୍ରୀମନ୍ଦିର ନୀଳାଦ୍ରି ବିହାର ମ୍ୟୁଜିୟମ ନିକଟରେ ଥିବା କୋଠରୀକୁ ସ୍ଥାନାନ୍ତରଣ କରାଯିବ।
ଶୁକବ୍ରାର ମଧ୍ୟାହ୍ନ ୧ଟାରୁ ଏହି ସ୍ଥାନାନ୍ତର କାର‌୍ୟ୍ୟ ଆରମ୍ଭ ହେବ। ଏହି ସମୟରେ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ଶ୍ରୀଜୀଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ମହାପ୍ରସାଦ କିଣିିବାକୁ ଇଚ୍ଛୁକ ଭକ୍ତ ସିଂହଦାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରକୁ ଯାଇପାରିବେ । ସୂଚନାଥାଉ କି, ଗତ ଜୁଲାଇ ୧୪ ଓ ୧୮ ତାରିଖ ଦିନ ଶ୍ରୀମନ୍ଦିର ବାହାର ଓ ଭିତର ରତ୍ନଭଣ୍ଡାରରୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ହୋଇସାରିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930