Indus Valley Times

୨୩ ଆଡ଼କୁ ଘନୀଭୂତ ହୋଇପାରେ ସିଷ୍ଟମ ! ଓଡ଼ିଶାରେ ପ୍ରସ୍ତୁତି ଜୋରଦାର, ବିଚଳିତ ନହେବାକୁ ମନ୍ତ୍ରୀଙ୍କ ପରାମର୍ଶ

 Breaking News

୨୩ ଆଡ଼କୁ ଘନୀଭୂତ ହୋଇପାରେ ସିଷ୍ଟମ ! ଓଡ଼ିଶାରେ ପ୍ରସ୍ତୁତି ଜୋରଦାର, ବିଚଳିତ ନହେବାକୁ ମନ୍ତ୍ରୀଙ୍କ ପରାମର୍ଶ

୨୩ ଆଡ଼କୁ ଘନୀଭୂତ ହୋଇପାରେ ସିଷ୍ଟମ ! ଓଡ଼ିଶାରେ ପ୍ରସ୍ତୁତି ଜୋରଦାର, ବିଚଳିତ ନହେବାକୁ ମନ୍ତ୍ରୀଙ୍କ ପରାମର୍ଶ
September 18
19:36 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ବର, ୧୮/୯ : ଉତ୍ତର ଥାଇଲ୍ୟାଣ୍ଡ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଅବପାତରେ ପରିଣତ ହେବ। ଏହି ଘୂର୍ଣ୍ଣିବଳୟ ଶୁକ୍ରବାର (ସେପ୍ଟେମ୍ବର ୧୮) ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ପ୍ରବେଶ କରିବ ଏବଂ ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ୨୧ କିମ୍ବା ୨୨ ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ।
ପରବର୍ତ୍ତୀ ୩ରୁ ୪ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଧୀରେ ଧୀରେ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଛତିଶଗଡ଼, ପୂର୍ବ ଉତ୍ତର ପ୍ରଦେଶ ଓ ସଂଲଗ୍ନ ବିହାର ଆଡ଼କୁ ଅଗ୍ରସର ହେବ।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଆଜି ଜାରି ହୋଇଥିବା ସାପ୍ତାହିକ ପାଣିପାଗ ସ୍ଥିତିରେ ଏଭଳି ଆକଳନ କରାଯାଇଛି। ଅବପାତ ବାତ୍ୟାର ରୂପ ନେବ କି ନାହିଁ ସେ ନେଇ ଆଇଏମ୍‌ଡି ଏପର‌୍ୟ୍ୟନ୍ତ କୌଣସି ସ୍ପଷ୍ଟ କରିନାହିଁ।
ହେଲେ ୨୩ ତାରିଖଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆଇଏମ୍‌ଡି ପୂର୍ବାନୁମାନ କରିବା ସହ ସତର୍କ ସୂଚନା ଜାରି କରିଛି। ପ୍ରବଳ ବର୍ଷା ପ୍ରଭାବରେ ଚାଷକାର୍ଯ୍ୟ ପ୍ରଭାବିତ ହେବ ବୋଲି ଆକଳନ କରାଯାଇଛି। ପନିପରିବା, ମାଣ୍ଡିଆ, ଅଦା, ହଳଦୀ, ଡାଲି ଜାତୀୟ ଫସଲ ପ୍ରଭାବିତ ହେବାକୁ ଥିବାରୁ ଜମିରୁ ପାଣି ନିଷ୍କାସନ କରିବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଏଥିସହ ବର୍ଷା ନ ସରିବା ଏବଂ ମାଟି ଠିକ୍ ନ ହେବା ପର୍ଯ୍ୟନ୍ତ ଚାଷକାର‌୍ୟ୍ୟ ନ କରିବାକୁ କୁହାଯାଇଛି।
ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରମୁହାଁ ହେବ
୨୩ରୁ ପ୍ରବଳ ବର୍ଷା ନେଇ ସତର୍କ କରାଇଲା
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୧୯ ତାରିଖରେ ଲଘୁଚାପ ସୃଷ୍ଟି ହେବା ଏକପ୍ରକାର ଥୟ। ଆଇଏମ୍‌ଡି ସମେତ ଆଉ କେତେକ ଅନ୍ତର୍ଜାତୀୟ ମଡେଲ୍‌ର ସାମଗ୍ରିକ ଆକଳନ ଅନୁସାରେ ୨୨ କିମ୍ବା ୨୩ ତାରିଖ ବେଳକୁ ଏହା ଅବପାତରେ ପରିଣତ ହେବ। ଏହା ଅଧୀନ ଘନୀଭୂତ ହୋଇ ସେପ୍ଟେମ୍ବର ୨୩ ଓ ୨୪ ବେଳକୁ ଗଭୀର ଅବପାତ ହେବାର ସମ୍ଭାବନା ରହିଛି।
ଆହୁରି ଘନୀଭୂତ ହୋଇ ବାତ୍ୟା ହେବାର ସମ୍ଭାବନାକୁ ମଧ୍ୟ ଏବେ ସୁଦ୍ଧା ବାଦ୍ ଦିଆଯାଇପାରୁ ନାହିଁ। ଗତିପଥ ଓ ତୀବ୍ରତା ମଧ୍ୟ ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ।
ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଏହା ଆସୁଥିବାର ବିଭିନ୍ନ ମଡେଲ୍ ଆକଳନ କରିଛନ୍ତି। ହେଲେ କେତେକ ବିଶ୍ୱସ୍ତରୀୟ ମଡେଲ୍‌ର ଆକଳନରେ ଗତିପଥ ଆହୁରି ଉତ୍ତରକୁ ଯାଉଥିବା ଦେଖାଯାଉଛି।
ସୃଷ୍ଟି ଓ ସମୟକୁ ନେଇ ବିଭିନ୍ନ ମଡେଲ୍ ମଧ୍ୟରେ ସମନ୍ୱୟ ବଢ଼ିଛି, ହେଲେ ଗତିପଥ, ଉପକୂଳ ଅତିକ୍ରମ ସ୍ଥାନ ଓ ତୀବ୍ରତାରେ ଏପର୍ଯ୍ୟନ୍ତ ଯଥେଷ୍ଟ ସମନ୍ୱୟ ଆସିପାରି ନାହିଁ। ସମ୍ଭାବ୍ୟ ଅବପାତ ପ୍ରଭାବରେ ୨୨ ତାରିଖରୁ ଓଡ଼ିଶାରେ ବର୍ଷା ବଢ଼ିବ। ୨୩ରୁ ୨୫ ତାରିଖ ମଧ୍ୟରେ ସର୍ବାଧିକ ବର୍ଷା ହୋଇପାରେ।
ବର୍ତ୍ତମାନର ଦକ୍ଷିଣମୁହାଁ ଗତିପଥ ବଜାୟ ରହିଲେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରଥମେ ଅଧିକ ବର୍ଷା ହୋଇପାରେ। ପରେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାକୁ ବ୍ୟାପୀ ପାରେ। ଗତିପଥ ଉତ୍ତରକୁ ଘୁଞ୍ଚିଲେ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିବ ବୋଲି ସେ ପୂର୍ବାନୁମାନ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930