Indus Valley Times

୨୪ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି : ବଢିବ ତାପମାତ୍ରା, କମିବ ଶୀତ

 Breaking News

୨୪ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି : ବଢିବ ତାପମାତ୍ରା, କମିବ ଶୀତ

୨୪ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି : ବଢିବ ତାପମାତ୍ରା, କମିବ ଶୀତ
January 22
08:52 2022

ଭୁବନେଶ୍ବର, ୨୨/୧ : ଉତ୍ତର ଦିଗରୁ ପଶ୍ଚିମା ଝଡ଼ ଏବେ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବାରୁ ପାଗରେ ପରିବର୍ତ୍ତନ ଘଟିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଆସନ୍ତା ୨ ଦିନରେ ପାରଦସ୍ତର ଆହୁରି ୨ରୁ ୩ ଡିଗ୍ରି ବୃଦ୍ଧି ଘଟିବ। ଫଳରେ ଶୀତ କମିବ। ଏହି ସମୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ପାଣିପାଗ କେନ୍ଦ୍ର କହିଛି, ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଥିଲା। କିଛି କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଛି। ବିଶେଷକରି ଭୁବନେଶ୍ବରରେ ଘନ କୁହୁଡ଼ି ଦେଖାଯାଇଛି। ମାଲକାନଗିରି, ମୟୂରଭଞ୍ଜ, ଭଦ୍ରକ, ଅନୁଗୁଳ, ଗଜପତି, କଳାହାଣ୍ଡି ଓ ଖୋର୍ଧା ଆଦି ଜିଲ୍ଲାର କେତେକ ସ୍ଥାନ କୁହୁଡ଼ିରେ ଆଚ୍ଛାଦିତ ଥିଲା।
ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୦ ଡିଗ୍ରି ରେକର୍ଡ ହୋଇଥିବା ବେଳେ କିରେଇରେ ୯.୫ ଡିଗ୍ରି, ଦାରିଙ୍ଗବାଡ଼ିରେ ୧୦.୫ଡିଗ୍ରି ଓ ରାଜଧାନୀ ଭୁବନେଶ୍ବରରେ ୧୬.୮ଡିଗ୍ରି ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ୧ରୁ ୩ ଡିଗ୍ରି ପର‌୍ୟ୍ୟନ୍ତ ବୃଦ୍ଧି ପାଇଛି।
ବର୍ତ୍ତମାନ ଉତ୍ତର ଦିଗରୁ ଏକ ପଶ୍ଚିମା ଝଡ଼ ଓଡ଼ିଶା ମଧ୍ୟ ଦେଇ ଗତି କରୁଛି। ଏହା ପ୍ରଭାବରେ ଆସନ୍ତା ୩ ଦିନ ପର‌୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ବରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ନୂଆପଡ଼ା ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
ଅନ୍ୟପଟେ ୨୩ ତାରିଖ ଦିନ ବର୍ଷାର ପରିମାଣ ବଢ଼ିବ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ଆଦି ଜିଲ୍ଲାର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ତାରିଖ ଆଡ଼କୁ ବର୍ଷା ପରିମାଣ କମିବ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାର କିଛି ସ୍ଥାନରେ ସ୍ବଳ୍ପ ବର୍ଷା ହୋଇପାରେ। ଏହାପରେ ବର୍ଷା କମିଯିବ। କିନ୍ତୁ ୨୭ ତାରିଖ ଆଡ଼କୁ ପୁଣି ଏକ ପଶ୍ଚିମା ଝଡ଼ର ପ୍ରଭାବରେ ଓଡ଼ିଶାରେ ପାଗ ପୁଣି ପରିବର୍ତ୍ତନ ହୋଇପାରେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031