Indus Valley Times

୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୮୪୨ କରୋନା ଆକ୍ରାନ୍ତ ଚିହ୍ନଟ, ଆଜି ପୁଣି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫ ଜଣ

 Breaking News

୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୮୪୨ କରୋନା ଆକ୍ରାନ୍ତ ଚିହ୍ନଟ, ଆଜି ପୁଣି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫ ଜଣ

୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୮୪୨ କରୋନା ଆକ୍ରାନ୍ତ ଚିହ୍ନଟ, ଆଜି ପୁଣି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫ ଜଣ
January 29
10:15 2022

ଭୁବନେଶ୍ୱର, ୨୯/୧ :ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୮୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୪୧୦୬୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮୦୯ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୦୩୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ରହିଛନ୍ତି ୬୭୧ ଜଣ ।
ଅନୁଗୁଳରୁ ୧୦୪, ବାଲେଶ୍ୱରରୁ ୧୬୯, ବରଗଡରୁ ୭୨, ଭଦ୍ରକରୁ ୧୦୬, ବଲାଙ୍ଗିରରୁ ୧୪୦, ବୌଦ୍ଧରୁ ୨୮, କଟକରୁ ୪୪୩, ଦେଓଗଡରୁ ୮୫, ଢେଙ୍କାନାଳରୁ ୮୪, ଗଜପତିରୁ ୬୫, ଗଞ୍ଜାମରୁ ୫୮, ଜଗତସିଂହପୁରରୁ ୯୬, ଯାଜପୁରରୁ ୧୩୪, ଝାରସୁଗୁଡାରୁ ୭୦, କଳାହାଣ୍ଡିରୁ ୧୫୫, କନ୍ଧମାଳରୁ ୮୦, କେନ୍ଦ୍ରାପଡାରୁ ୬୦, କେନ୍ଦୁଝରରୁ ୬୯, ଖୋର୍ଦ୍ଧାରୁ ୧୨୫୩, କୋରାପୁଟରୁ ୮୧, ମାଲକାନଗିରିରୁ ୪୩, ମୟୂରଭଞ୍ଜରୁ ୧୭୯, ନବରଙ୍ଗପୁରରୁ ୧୨୪, ନୟାଗଡରୁ ୨୧୦, ନୂଆପଡାରୁ ୧୪୨, ପୁରୀରୁ ୭୬, ରାୟଗଡାରୁ ୧୦୧, ସମ୍ବଲପୁରରୁ ୧୪୯, ସୋନପୁରରୁ ୪୨, ସୁନ୍ଦରଗଡରୁ ୧୫୯ ଓ ଷ୍ଟେଟ ପୁଲରୁ ୨୬୫ ଜଣ ରହିଛନ୍ତି ।
ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୪୧୦୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୮୫୩୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୧୭୩୯୦୭ଜଣ ସୁସ୍ଥ ହୋଇଛନ୍ତି ।
ଆଜି ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କ ଛୁଇଁଛି। ରାଜ୍ୟରେ ସର୍ବାଧିକ ୧୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି ପାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ ଅନୁଗୁଳ, ବରଗଡ଼, କଟକ, କେନ୍ଦ୍ରାପଡ଼ା, ନବରଙ୍ଗପୁର, ନୂଆପଡ଼ା, ମୟୂରଭଞ୍ଜ, ପୁରୀ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ଅଛନ୍ତି।ଏହି ମୃତକଙ୍କ ମଧ୍ୟରେ ସାତଜଣ ମହିଳା ଥିବା ବେଳେ ୮ ଜଣ ପୁରୁଷ ଅଛନ୍ତି। ଅପରପକ୍ଷରେ ଜଣେ ୧୩ ମାସର ଶିଶୁ ବି ଥିବା ଜଣାଯାଇଛି।
ଖୋର୍ଦ୍ଧା ଜିଲ୍ଲାର ୩ଜଣ ମୃତକଙ୍କ ମଧ୍ୟରେ ଜଣେ ରାଜଧାନୀ ଭୁବନେଶ୍ବରର ଥିବା ଜଣାଯାଇଛି। ସେ ଜଣେ ୬୯ ବର୍ଷୀୟା ମହିଳା। ଠିକ୍ ସେହିପରି ଖୋର୍ଦ୍ଧା ଜିଲ୍ଲାର ଜଣେ ୬୮ ଓ ଆଉ ଜଣେ ୬୫ ବର୍ଷିୟ ପୁରୁଷ ଅଛନ୍ତି। ଗଞ୍ଜାମ ଜିଲ୍ଲାର ଜଣେ ୧୩ ମାସର ଶିଶୁର କରୋନାରେ ଜୀବନ ଯାଇଥିବା ବେଳେ ଜଣେ ୬୫ ବର୍ଷୀୟା ମହିଳା ଓ ୩୪ ବର୍ଷିୟ ପୁରୁଷ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।
ଅପରପକ୍ଷରେ ମୃତକଙ୍କ ଭିତରେ ଅନୁଗୁଳ ଜିଲ୍ଲାର ଜଣେ ୨୭ ବର୍ଷୀୟା ମହିଳା, ବରଗଡ଼ର ଜଣେ ୭୫ ବର୍ଷୀୟା ମହିଳା, କଟକର ୯୬ ବର୍ଷିୟ ପୁରୁଷ, କେନ୍ଦ୍ରାପଡ଼ାର ଜଣେ ୯୦ ବର୍ଷିୟ ପୁରୁଷ, ନବରଙ୍ଗପୁରର ୫୦ ବର୍ଷୀୟା ମହିଳା, ନୂଆପଡ଼ାର ୫୭ ବର୍ଷୀୟା ମହିଳା, ମୟୂରଭଞ୍ଜର ୭୦ ବର୍ଷିୟ ପୁରୁଷ, ପୁରୀର ୭୦ ବର୍ଷିୟ ପୁରୁଷ ଓ ରାୟଗଡ଼ା ୨୫ ବର୍ଷୀୟା ମହିଳା ଅଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031