Indus Valley Times

୨୬ ଓଏଏସଙ୍କ ବଦଳି: ନବୀନ ସରକାରର ଖାସ୍ ଅଫିସରମାନଙ୍କୁ ମିଳିଲା ନୂଆ ଦାୟିତ୍ୱ

 Breaking News

୨୬ ଓଏଏସଙ୍କ ବଦଳି: ନବୀନ ସରକାରର ଖାସ୍ ଅଫିସରମାନଙ୍କୁ ମିଳିଲା ନୂଆ ଦାୟିତ୍ୱ

୨୬ ଓଏଏସଙ୍କ ବଦଳି: ନବୀନ ସରକାରର ଖାସ୍ ଅଫିସରମାନଙ୍କୁ ମିଳିଲା ନୂଆ ଦାୟିତ୍ୱ
August 05
19:22 2024

ଭୁବନେଶ୍ୱର,୫/୮: ରାଜ୍ୟର ମୋହନ ମାଝିଙ୍କ ସରକାର ଆଜି ବରିଷ୍ଠ ଓଏଏସ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ପୂର୍ବ ସରକାର ନବୀନ ପଟ୍ଟନାୟକଙ୍କ ଖାସ ଥିବା କିଛି ଓଏଏସ ଅଫିସରଙ୍କୁ ମଧ୍ୟ ଆଜିର ବଦଳିରେ ନୂଆ ଦାୟିତ୍ୱ ମିଳିଛି ।
ନବୀନ ପଟ୍ଟନାୟକ ସରକାରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ବରିଷ୍ଠ ଓଏଏସ ଲାଲା ମନୋଜ କୁମାର ରାୟ, ଶୁଭ୍ରାଂଶୁ ମିଶ୍ର, ମନୋଜ କୁମାର ସ୍ବାଇଁ ଓ ରବୀନ୍ଦ୍ର କୁମାର ସେଠୀଙ୍କ ସମେତ ପୂର୍ବ ସରକାରର ବିଭିନ୍ନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ମଧ୍ୟ ଆଜି ନୂଆ ନିଯୁକ୍ତି ମିଳିଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ମୋଟ ୨୬ଜଣ ବରିଷ୍ଠ ଓଏଏସ ଅଫିସରଙ୍କ ବଦଳି ହୋଇଛି ।
ପ୍ରତାପ ମିଶ୍ର ହେଲେ ପବ୍ଲିକ ଏଣ୍ଟରପ୍ରାଇଜେସ ବିଭାଗ ସ୍ବତନ୍ତ୍ର ସଚିବ । ଲାଲା ମନୋଜ ରାୟଙ୍କୁ ଗୋପବନ୍ଧୁ ଏକାଡେମୀ ଅଫ ଆଡମିନଷ୍ଟ୍ରେସନର ଡେପୁଟି ଡିଜି (ପ୍ରଶାସନ) ଭାବେ ନିଯୁକ୍ତି ମିଳିଛି । ପ୍ରଶାନ୍ତ କିଶୋର ମହାପାତ୍ରଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ପ୍ରତାପ ଚନ୍ଦ୍ର ହୋତାଙ୍କୁ ସଂସଦୀୟ ବ୍ୟାପାର ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।
ଏସ. କେ ଜମିରୁଦ୍ଦିନ ହେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ । ରବୀନ୍ଦ୍ର ସେଠୀ ଓ ବନ ନିଗମର ମହାପ୍ରବନ୍ଧକ ଭାବେ ନିଯୁକ୍ତ ହୋଇଛନ୍ତି । ଦୀନକୃଷ୍ଣ କର ହେଲେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଯୁଗ୍ମ ସଚିବ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30