Indus Valley Times

୨୬ ବର୍ଷ ତଳେ ଘଟାଇଥିବା ଅପରାଧୀକ କର୍ମ ପାଇଁ ଏବେ ବନ୍ଧା ହେଲେ ୪ ଅଭିଯୁକ୍ତ

 Breaking News

୨୬ ବର୍ଷ ତଳେ ଘଟାଇଥିବା ଅପରାଧୀକ କର୍ମ ପାଇଁ ଏବେ ବନ୍ଧା ହେଲେ ୪ ଅଭିଯୁକ୍ତ

November 07
10:04 2021

ବାଲେଶ୍ୱର, ୭/୧୧ : ୨୬ ବର୍ଷ ତଳେ ଘଟାଇଥିବା ଅପରାଧୀକ କର୍ମ ପାଇଁ ଏବେ ବନ୍ଧା ହେଲେ ୪ ଅଭିଯୁକ୍ତ । ସମସ୍ତଙ୍କୁ ଗିରଫ ପରେ ପୋଲିସ କୋର୍ଟ ଚାଲାଣ କରିଛି । ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି।
ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଛକରେ ୨୬ ବର୍ଷ ତଳର ବହୁଚର୍ଚ୍ଚିତ ବୋମା ବିସ୍ଫୋରଣ ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।
ସେମାନେ ହେଲେ ଜଗନ୍ନାଥ ରାଉଳ, ସରୋଜ ଜେନା, ସୁଶାନ୍ତ ପ୍ରାମାଣିକ ଏବଂ ପଞ୍ଚାନନ ମୁଖୀ । ସମସ୍ତଙ୍କୁ ଗିରଫ ପରେ ପୋଲିସ କୋର୍ଟଚାଲାଣ କରିଛି ।
୧୯୯୫ମସିହାରେ ଏହି ବିସ୍ଫୋରଣ ଘଟିଥିଲା । ଏକ ବସ୍ ଯୋଗେ ଆସିଥିବା ପେଟିକୁ ଜଣେ ରିକ୍ସା ଚାଳକ ନିଜ ରିକ୍ସାରେ ଲୋଡ୍ କରୁଥିବାବେଳେ ତାହା ତଳେ ପଡ଼ି ବିସ୍ଫୋରଣ ହୋଇଥିଲା ।
ଏଥିରେ ସଂପୃକ୍ତ ରିକ୍ସାଚାଳକଙ୍କ ମୃତ୍ୟୁ ହୋଇଥିଲା । ତାପରଠୁ ଖସିଯାଇଥିଲେ ଏହି ଚାରି ମୁଖ୍ୟ ଅଭିଯୁକ୍ତ । ଯାହାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲା ବାଲିଆପାଳ ପୋଲିସ । ଦୀର୍ଘ ବର୍ଷ ପରେ ପୁଲିସ୍ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031