Indus Valley Times

୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର; ମନ୍ଦିର ପ୍ରବେଶ ପୁର୍ବରୁ କରୋନା ନେଗେଟିଭ୍ ରିପୋର୍ଟ ଜରୁରୀ

 Breaking News

୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର; ମନ୍ଦିର ପ୍ରବେଶ ପୁର୍ବରୁ କରୋନା ନେଗେଟିଭ୍ ରିପୋର୍ଟ ଜରୁରୀ

December 15
21:39 2020

ଭୁବନେଶ୍ୱର,୧୫/୧୨: କରୋନା ମହାମାରୀ କରୋନା ଯୋଗୁଁ ଦୀର୍ଘ ପ୍ରାୟ ନଅ ମାସ ହେବ ବନ୍ଦ ପଡିଥିବା ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ଯାଉଛି। ଆସନ୍ତା ଡିସେମ୍ବର ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର। ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ସେବାୟତ ସୂଚନା ଦେଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ ସେବାୟତ ପରିବାର ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ। ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ବାସିନ୍ଦା ଓ ଏହାପରେ ରାଜ୍ୟବାସୀ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିପାରିବେ। ସୋମବାର ଦିନ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ଲିଙ୍ଗରାଜ ମନ୍ଦିର ଖୋଲିବା ନିଷ୍ପତ୍ତି ହୋଇଛି।
ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ଆସନ୍ତା ୨୭ ତାରିଖରୁ ଲିଙ୍ଗରାଜ ମନ୍ଦିର ଖୋଲିବ। ୨୭ ତାରିଖଠାରୁ ୩୧ ତାରିଖ ପର‌୍ୟ୍ୟନ୍ତ କେବଳ ସେବାୟତ ଓ ପୂଜକ ପରିବାର ଲୋକେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ନୂଆବର୍ଷ ଅବସରରେ ଜାନୁଆରି ୧ ଓ ୨ ତାରିଖ ମନ୍ଦିର ବନ୍ଦ ରହିବ। ଏହା ପରେ ୩ରୁ ୫ ତାରିଖ ମଧ୍ୟରେ ରାଜଧାନୀବାସୀଙ୍କୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଅନୁମତି ମିଳିବ। ଜାନୁଆରି ୬ରୁ ୩୧ତାରିଖ ଯାଏଁ ରାଜ୍ୟବାସୀଙ୍କୁ ଦର୍ଶନ ପାଇଁ ସୁଯୋଗ ମିଳିବ। ଲିଙ୍ଗରାଜ ମନ୍ଦିରରେ କୋଭିଡ ଗାଇଡଲାଇନକୁ ପାଳନ କରି ଦର୍ଶନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ବିଏମ୍ସି କମିସନର ଶ୍ରୀ ଚୌଧୁରୀ କହିଛନ୍ତି, ଯେଉଁମାନେ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଚାହିଁବେ ସେମାନେ ୪ରୁ ୫ ଦିନ ମଧ୍ୟରେ କରୋନା ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ। ଏତଦ୍ ବ୍ୟତୀତ ମନ୍ଦିର ନିକଟରେ ଏକ କରୋନା ପରୀକ୍ଷା କେନ୍ଦ୍ର ରହିବ। ପଜିଟିଭ ବ୍ୟକ୍ତିମାନଙ୍କୁ ଦର୍ଶନ ସୁଯୋଗ ମିଳିପାରିବ ନାହିଁ। ଏତଦ୍ ବ୍ୟତୀତ ଆସନ୍ତା ୩ ତାରିଖ ଠାରୁ ମହାନଗର ନିଗମ ଅଂଚଳରେ ଯେଉଁମାନେ ମନ୍ଦିର ଖୋଲିବାକୁ ଚାହୁଁଛନ୍ତି ଅଣ୍ଡରଟେକିଂ ଦେଇ ଖୋଲି ପାରିବେ।
ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କର ବଡ଼ ପର୍ବ ବଡ଼ଦିନ ଆଉ ମାତ୍ର ୧୦ ଦିନ ଅଛି। ଏହାକୁ ଦୃଷ୍ଟିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୨୫ ତାରିଖରେ ଖ୍ରୀଷ୍ଟୀୟ ଧର୍ମାବଲମ୍ବୀ ପର୍ବ ପାଳନ କରିବାକୁ ହେଲେ ଅଣ୍ଡରଟେକିଂ ଦେବାକୁ ହେବ। ସେମାନେ ସାମାଜିକ ଦୂରତାକୁ ରକ୍ଷା କରି ପାଳନ କରିପାରିବେ। ସେହିଭଳି ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ପୂର୍ବରୁ ଧର୍ମାନୁଷ୍ଠାନର କମିଟିମାନେ ଆମକୁ ଅଣ୍ଡରଟେକିଂ ଜରିଆରେ ପ୍ରସ୍ତାବ ଦେଇପାରିବେ। ପ୍ରସ୍ତାବକୁ ଦେଖି ବିଏମ୍ସି ଧର୍ମାନୁଷ୍ଠାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031