Indus Valley Times

୨୭୭ଗ୍ରାମ୍ ବ୍ରାଉନସୁଗାର ସହ କାର ଜବତ; ମହିଳାଙ୍କ ସମେତ ୫ଗିରଫ

 Breaking News

୨୭୭ଗ୍ରାମ୍ ବ୍ରାଉନସୁଗାର ସହ କାର ଜବତ; ମହିଳାଙ୍କ ସମେତ ୫ଗିରଫ

୨୭୭ଗ୍ରାମ୍ ବ୍ରାଉନସୁଗାର ସହ କାର ଜବତ; ମହିଳାଙ୍କ ସମେତ ୫ଗିରଫ
June 01
20:29 2026

ଜଗତସିଂହପୁର, ୧/୬ : ଜଗତସିଂହପୁରରେ ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଜିଲ୍ଲାରେ ଚାଲିଥିବା ବ୍ରାଉନସୁଗାର କାରବାର ଉପରେ ଚଢ଼ାଉ କରି ପୁଲିସ ୪୧.୫୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିବା ସହ ଜଣେ ମହିଳା କିଙ୍ଗପିନ୍ ସମେତ ୫ ଜଣଙ୍କୁ ଗିରଫ କରିଛି। ଏହି ଘଟଣା ଜିଲ୍ଲାରେ ଵେଧଡକ ଚାଲିଥିବା ନିଶା କାରବାରରକୁ ପୁଣିଥରେ ପଦାରେ ପକାଇଛି।
ବିଶେଷ ସୂଚନା ଆଧାରରେ ଜଗତସିଂହପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଯଶୋବନ୍ତପୁର ଅଞ୍ଚଳରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଏକ ସଂଗଠିତ ବ୍ରାଉନସୁଗାର ଚୋରା କାରବାର ଚକ୍ରର ପର୍ଦ୍ଦାଫାଶ ହୋଇଥିଲା। ପୁଲିସ ୨୭୭.୫ ଗ୍ରାମ ବ୍ରାଉନସୁଗାର, ଏକ ଧଳା ରଙ୍ଗର କାର ଏବଂ ୫ଟି ମୋବାଇଲ ଫୋନ୍ ଜବତ କରିଛି।
ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଲକ୍ଷ୍ମୀସାଗର ଥାନା ଅଧୀନ ହାଲଦିପାଡ଼ିଆ ବସ୍ତିର ତାରା ଶର୍ମାଙ୍କୁ ଏହି ରାକେଟର ମୁଖ୍ୟ ସୂତ୍ରଧର ବୋଲି ପୁଲିସ କହିଛି। ତାଙ୍କ ସହିତ ଭୁବନେଶ୍ୱର, କଟକ ଓ ପୁରୀ ଜିଲ୍ଲାର ଆଉ ୪ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଗ୍ୟାଙ୍ଗ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରୁ ବ୍ରାଉନସୁଗାର ସଂଗ୍ରହ କରି ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଚଢ଼ା ଦରରେ ବିକ୍ରି କରୁଥିଲେ। ମାତ୍ର ୧୦ ଗ୍ରାମ ବ୍ରାଉନସୁଗାରକୁ ପ୍ରାୟ ୧.୫ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଥିବା ତଦନ୍ତରୁ ସାମ୍ନାକୁ ଆସିଛି।
ଏହି ଚଢ଼ାଉକୁ ଜିଲ୍ଲାରେ ନିଶା ବିରୋଧୀ ଅଭିଯାନର ଏକ ବଡ଼ ସଫଳତା ବୋଲି ଦେଖାଯାଉଛି। ତେବେ ଏହି କାରବାର ପଛରେ ଆଉ କିଏ କିଏ ଜଡ଼ିତ ଅଛନ୍ତି ଏବଂ ଏହାର ନେଟୱର୍କ କେତେ ଦୂର ପର‌୍ୟ୍ୟନ୍ତ ବ୍ୟାପିଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ଆଗାମୀ ଦିନରେ ଏହି ମାମଲାରେ ଆହୁରି ବଡ଼ ଖୁଲାସା ହେବାର ସମ୍ଭାବନା ରହିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930