Indus Valley Times

୨ ଜଣ ଏଏନ୍‌ଏମ୍ ଙ୍କ ଆତ୍ମହୁତି ଉଦ୍ୟମ

 Breaking News

୨ ଜଣ ଏଏନ୍‌ଏମ୍ ଙ୍କ ଆତ୍ମହୁତି ଉଦ୍ୟମ

December 15
14:57 2020

ଭୁବନେଶ୍ୱର,୧୫/୧୨ : ଧାରଣାରେ ବସିଥିବା ୨ଜଣ ଏଏନ୍‌ଏମ୍ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଭୁବନେଶ୍ୱର ମାଷ୍ଟର କ୍ୟାଟିନ୍ ନିକଟ ଧାରଣ ସ୍ଥଳରେ ବସିଥବା ଏନଏମ୍ ଙ୍କ ମଧ୍ୟରୁ ସୋମବାର ଦିନ ଦୁଇ ଜଣ ଏଏନ୍‌ଏମ୍ ନିଜ ଦେହରେ କିରୋସିନି ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କିରୋସିନି ଢ଼ାଳି ଆତ୍ମହତ୍ୟା ଉଦ୍ୟମ କଲା ବେଳେ ଅନ୍ୟ ସହଯୋଗୀମାନେ ସେମାନଙ୍କୁ ଉଧ୍ୟାର କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ କରୋନା ସହ ଲଢ଼େଇ କରି ସ୍ଥିତିକୁ ସାମାନ୍ୟ କରିଥିବା କରୋନା ଯୋଦ୍ଧା ଏବେ ରାଜରାସ୍ତା।ରେ । ସ୍ଥିତିରେ ସୁଧାର ଆସିବା ପରେ ସେମାନଙ୍କୁ ଏଡ଼ାଇଦେଲେ ସରକାର। ଏବେ ସ୍ଥାୟୀ ନିଯୁକ୍ତି ଦାବି କରିବାରୁ ଶୁଣୁ ନାହାନ୍ତି ସରକାର।
ଅନ୍ୟୋପାୟ ହୋଇ ସ୍ଥାୟୀ ନିଯୁକ୍ତି ଦାବିରେ ଆଜିକି ୧୮ ଦିନ ହେଲାଣି ହଜାର ହଜାର ଏଏନ୍‌ଏମ୍ ଦିନରାତି ରାଜ ରାସ୍ତାରେ ବସିଛନ୍ତି। ଏହାସତ୍ତ୍ୱେ ସରକାର ସେମାନଙ୍କ ଦାବିକୁ ଦୃଷ୍ଟି ଦେଉ ନ ଥିବାରୁ ଗତ ୭ ଦିନ ହେଲା ଅନଶନରେ ମଧ୍ୟ ବସିଛନ୍ତି । ଦାବି ପୂରଣ ନ ହେବା ଯାଏ ରାଜରାସ୍ତାରେ ବସିକି ରହିବେ ବୋଲି ଜିଦ୍ ଧରିଛନ୍ତି।
ଆଜି ୨ ଏଏନ୍‌ଏମ୍ ଆତ୍ମାହୂତି ଉଦ୍ୟମ କରିଥିବା ବେଳେ ସରକାର ଦାବି ନ ଶୁଣିଲେ ଆସନ୍ତା ୧୮ ତାରିଖରେ ସମୂହ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି ଏଏନ୍‌ଏମ୍ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031