Indus Valley Times

୨ ଦିନ ପରେ ଫେରିବ ଶୀତ, ପାରଦ ସ୍ତର ପ୍ରାୟ ୫ ଡିଗ୍ରି ପର୍ଯ୍ୟନ୍ତ ଖସିବ

 Breaking News

୨ ଦିନ ପରେ ଫେରିବ ଶୀତ, ପାରଦ ସ୍ତର ପ୍ରାୟ ୫ ଡିଗ୍ରି ପର୍ଯ୍ୟନ୍ତ ଖସିବ

February 12
08:10 2022

ଭୁବନେଶ୍ୱର, ୧୨/୨: ଆସନ୍ତା ଦୁଇ ଦିନ ରାତି ତାପମାତ୍ରା ଆହୁରି ୫ ଡିଗ୍ରୀ କମିବ । ଶୁକ୍ରବାର ଦାରିଙ୍ଗିବାଡ଼ିରେ ପାରଦ ୯.୫ ଡିଗ୍ରୀ ଥିଲା ।
ସିମିଳିଗୁଡ଼ାରେ ୧୨.୪, ଜି.ଉଦୟଗିରିରେ ୧୩.୫, ନୂଆପଡ଼ାରେ ୧୪.୨ ଓ କିରେଇରେ ରାତି ତାପମାତ୍ରା ୧୪.୫କୁ ଖସିଥିଲା । ରାଜ୍ୟର କିଛି ସ୍ଥାନରେ ଶୁକ୍ରବାର ପାଗ ମେଘୁଆ ଥିଲା ।
ଶୁକ୍ରବାର ରାଜ୍ୟର ହାତଗଣତି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମୟୂରଭଞ୍ଜର ତିରିଂ ଷ୍ଟେସନରେ ୧୨.୨ ମିଲିମିଟର ବର୍ଷା ହୋଇଛି ।
ବାଲେଶ୍ୱରର ଭୋଗରାଇରେ ୧୮ ମିଲିମିଟର, ମୟୂରଭଞ୍ଜର ରାଇରଙ୍ଗପୁରରେ ୬.୬, ବାଲେଶ୍ୱରର ଜଳେଶ୍ୱରରେ ୫, ସୁନ୍ଦରଗଡ଼ର ଲାଠକଟାରେ ୪ ଓ ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ ୩.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆଗକୁ ଦୁଇ ଦିନ ଯାଏ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031