Indus Valley Times

୨ ଲକ୍ଷ ୩୭ ହଜାର ଗଂଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

 Breaking News

୨ ଲକ୍ଷ ୩୭ ହଜାର ଗଂଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

December 03
21:49 2020

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୩/୧୨: ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ବାଉଁଶୁଣୀ ଥାନା ଗୋଚ୍ଛାପଡା ପଂଚାୟତର ଦୁମଦୁମା ଅଭ୍ୟନ୍ତରୀଣ ଜଙ୍ଗଲ ମଧ୍ୟରେ କରାଯାଇଥିବା ଗଂଜେଇ ଚାଷ ଉପରେ ଚଡାଉ କରାଯାଇ ୨ ଲକ୍ଷ ୩୭ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଛି । ନଷ୍ଟ ଗଂଜେଇର ଆନୁମାନିକ ବଜାର ଦର ୨୩କୋଟି ୭୦ଲକ୍ଷ ଟଙ୍କା ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢାଉରେ ମାଜିଷ୍ଟ୍ରେଟ ଭାବରେ ବିଂରଚି ଧରୁଆ, ଇନିସପେକ୍ଟର ବିଜୟ ଧରୁଆ, ରମେଶ ଚନ୍ଦ୍ର ମହାନ୍ତି, ରୂପେଶ ମୁଖୀ, ପ୍ରିୟରଂଜନ କହଁର, ଏସ କେ ଅକତାର, ଅଂଚଳି ଅମାତ ପ୍ରମୁଖ ସାମିଲଥିଲେ ।
ବୌଦ୍ଧ: ବାଲ୍ୟ ବିବାହ ନିଷେଧ ପାଇଁ ଜିଲ୍ଲା ସ୍ତରିୟ ଟାସ୍କ ଫୋର୍ସର ବୈଠକ


କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୩/୧୨: ବୌଦ୍ଧ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଏବଂ ବାଲ୍ୟ ବିବାହ ନିଷେଧ ପାଇଁ ଜିଲ୍ଲା ସ୍ତରିୟ ଟାସ୍କ ଫୋର୍ସ ର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିଲା । ବାଲ୍ୟ ବିବାହ ନିଷେଧ ପାଇଁ ତୃଣମୁଳ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ଆସନ୍ତା ତିନିମାସ ମଧ୍ୟରେ ୧୦୦ ଗ୍ରାମକୁ ଚିହ୍ନଟକରି ବାଲ୍ୟ ବିବାହ ରୋକିବା ପାଇଁ କାଯ୍ୟ ଖସଡା ପ୍ରସ୍ତୁତ କରି ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା କରିବା ପାଇଁ ପ୍ରସ୍ତୁତି କରିବାକୁ ପରାମର୍ଶ ଦେଲେ । ପ୍ରତ୍ୟେକ ବ୍ଲକରୁ ଦୁଇଟି ଲେଖାଏଁ ଗ୍ରାମ ପଂଚାୟତକୁ ଚାଇଲ୍ଡ ଫ୍ରେଣ୍ଡଲି ପଂଚାୟତ ଗଠନ କରିବାକୁ ପରାମର୍ଶ ଦେଲେ ଏବଂ ଜିଲ୍ଲାକୁ ସମ୍ପୁଣ୍ଣ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ବିଭାଗୀୟ ଅଧିକାରୀ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମିଳିତ ପ୍ରୟାସ କରିବାକୁ ସମସ୍ତ ସଦସ୍ୟ/ ସଦସ୍ୟା ମାନଙ୍କୁ ନିର୍ଦ୍ଦେଶ ଦେଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ବାଲ୍ୟ ବିବାହ ଆଇନ ଏବଂ ଜିଲ୍ଲାରେ ବାଲ୍ୟ ବିବାହ ରୋକିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ବାଲ୍ୟ ବିବାହ ରୋକିବା ପାଇଁ ଏକ୍ସନ ପ୍ଲାନ ଉପସ୍ଥାପନ କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାସ ଯୋଗଦେଇ ପ୍ରତ୍ୟେକ ପଂଚାୟତ ସମ୍ମୁଖ ସ୍ଥାନରେ ବାଲ୍ୟ ବିବାହ ଆଇନ ଏବଂ ଦଣ୍ଡ ବିଧାନ ବ୍ୟବସ୍ଥା କୁ ହୋଡିଙ୍ଗ ମାଧ୍ୟମରେ ସାଧାରଣ ଲୋକଙ୍କ ସୂଚନା ପାଇଁ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଏନ.ସି. ଜ୍ୟୋତିରଞ୍ଜନ ନାଏକ ଯୋଇଦେଇ କିଶୋରି ବାଳିକା ଏବଂ ଶିଶୁ ସୁରକ୍ଷା ଉପରେ ନିଜର ମତ ଉପସ୍ଥାପନ କରିଥିଲେ । ଉପ-ଜିଲ୍ଲାପାଳ ଶ୍ରୀ ଅଶ୍ୱିନୀ କୁମାର ମେହେର ଯୋଗଦେଇ ଶିଶୁ ସୁରକ୍ଷା ଉପରେ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତାର ବ୍ୟବସ୍ଥା କରିବା ପାଇଁ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡି.ଏସ.ପି ଧିରେନ୍ଦ୍ର ସ୍ୱାଇଁ, ଜିଲ୍ଲା ସ୍ୱାସ୍ଥ୍ୟ ଅଧୀକାରୀ ତ୍ରିଲୋଚନ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର, ଜିଲ୍ଲା ଶ୍ରମ ଅଧିକାର. ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ସାକ୍ଷୀଗୋପାଳ ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, କଂଟାମାଳ ଓ ବୌଦ୍ଧ ସି.ଡି.ପି.ଓ, ଚାଇଲ୍ଡ ଲାଇନ ଡାଇରେକ୍ଟର ଓ ଜିଲ୍ଲାରେ କାମ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱ.ସି.ଡି.ଏ, ରେଆର, ଲୋକ କଳା ବିକାସ କେନ୍ଦ୍ର, ରାମକୃଷ୍ଣ ବାଳାଶ୍ରମ ରସଂପାଦକ,କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ, ଏକ୍ସନଏଡ ଜିଲ୍ଲା ସଂଯୋଜକ ଉପସ୍ଥିତି ରହି ନିଜର ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ୟୁନିଟର ରାଜେନ୍ଦ୍ର ମଲ୍ଲିକ, ସମରସେନ ସିଂ, ବସନ୍ତ ଦିସିରୀ, ଚିତ୍ରସେନ ସାହୁ ସହଯୋଗ କରିଥିଲେ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ପାଇଁ ପିଡିଙ୍କ ଠାରେ ଅଭିଯୋଗ କଲେ ମଥୁରା ପଂଚାୟତବାସୀ
ବୌଦ୍ଧ,୩/୧୨: ବୌଦ୍ଧଜିଲ୍ଲାରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିବା ବେଳେ ଜିଲ୍ଲାରେ ପ୍ରକୃତ ହିତାଧିକାରୀ ଆବାସ ଯୋଜନାରୁ ପାଇବାରୁ ବଂଚିତ ହୋଇଛନ୍ତି । ଜିଲ୍ଲାର ହରଭଙ୍ଗା ବ୍ଲକର ମଥୁରା ପଂଚାୟତର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ଦାବିରେ ପଂଚାୟତର ଶତାଧିକ ମହିଳା ଓ ପୁରୁଷ ଗୁରୁବାର ଦିନ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସେମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କର ଏହି ତାଲିକାରେ ନାମ ଯାହାଫଳରେ ସେମାନେ ଘର ଖଣ୍ଡେ ପାଇବାରୁ ବଂଚିତ ହୋଇଛନ୍ତି । ତେଣୁ ସେମାନଙ୍କୁ ଏହି ତାଲିକାରେ ସାମିଲ କରାଯାଇ ଆବାସ ଗୃହ ଯୋଗାଇ ଦେବାକୁ ଦାବି କରିଛନ୍ତି । ସମାଜସେବୀ ନିର୍ଗୁଣ ମହାକୁଡ,ଉତ୍ସବ ନାଏକ, ଗୁଣନିଧି ବାଦୀ, ରଜନୀ ରଣା, ପ୍ରତିଭା ପ୍ରଧାନ, ପ୍ରଭାସିନୀ ପ୍ରଧାନ, ଖତ ନାଏକ ପ୍ରମୁଖ ଗୃହ ଯୋଗାଇ ଦେବାପାଇଁ ଅଭିଯୋଗ କରିଛନ୍ତି ।
ବୌଦ୍ଧ ସିଭିଲ ଏଣ୍ଡ କ୍ରିମିନାଲ ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ
ବୌଦ୍ଧ,୩/୧୨ : ବୌଦ୍ଧଜିଲ୍ଲା ସିଭିଲ ଏଣ୍ଡ କ୍ରିମିନାଲ ସଂଘର ନିର୍ବାଚନ ପ୍ରକ୍ରିୟା ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ କୃଷ୍ଣଚନ୍ଦ୍ର ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଯାଇଛି । ସମସ୍ତ ପଦବୀପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ସମସ୍ତେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏଥିରେ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଶାନ୍ତନୁ କୁମାର ମହାପାତ୍ର ନିର୍ବାଚିତ ହୋଇଥିବାବେଳେ ଉପସଭାପତି ବିଭୁ ପ୍ରସାଦ କ୍ଷେତି, ସଂପାଦକ ଆଶୁତୋଷ ଦାଶ, ସହ-ସଂପାଦକ ନିକୁଞ୍ଜ ମାଧବ ବେହେରା ନିର୍ବାଚିତ ହୋଇଛନ୍ତି । ସେହିପରି କୋଷାଧ୍ୟକ୍ଷ ଭାବେ ବିକାଶ କୁମାର ଅଗ୍ରୱାଲ ନିର୍ବାଚିତ ହୋଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031