୩ ବର୍ଷରେ ବ୍ରଜପାତରେ ଗଲାଣି ୧୦୫୭ ଜଣଙ୍କ ଜୀବନ : ମୟୁରଭଞ୍ଜ, ବାଲେଶ୍ଵର, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ମୃତ୍ୟୁ
December 05
15:31
2024
ଭୁବନେଶ୍ବର, ୫/୧୨ : ବିଗତ ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ଜୀବନ। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
ସେ କହିଛନ୍ତି, ଗତ ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ଜୀବନ। କେବଳ ଏଇ ୭ ମାସ ମଧ୍ୟରେ ଗଲାଣି ୨୦୧ ଜୀବନ। ସେହିପରି ୨୦୨୩-୨୪ ରେ ୨୭୨ ଜଣ ପ୍ରାଣ ହରାଇଥିଲେ। ୨୦୨୨-୨୩ ରେ ମଧ୍ୟ ୩୦୬ ଜଣଙ୍କ ଜୀବନ ନେଇଥିଲା ବଜ୍ରପାତ।
ଗତ ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ଜୀବନ। କେବଳ ଏଇ ୭ ମାସ ମଧ୍ୟରେ ଗଲାଣି ୨୦୧ ଜୀବନ। ସେହିପରି ୨୦୨୩-୨୪ ରେ ୨୭୨ ଜଣ ପ୍ରାଣ ହରାଇଥିଲେ। ୨୦୨୨-୨୩ ରେ ମଧ୍ୟ ୩୦୬ ଜଣଙ୍କ ଜୀବନ ନେଇଥିଲା ବଜ୍ରପାତ।
ସେ ଆହୁରି କହିଛନ୍ତି, ବଜ୍ରପାତ ଦ୍ୱାରା ସର୍ବାଧିକ ଲୋକ ମୟୁରଭଞ୍ଜ, ବାଲେଶ୍ଵର ଗଞ୍ଜାମ ଜିଲ୍ଲାରେ ମୃତ୍ୟୁବରଣ କରିଛନ୍ତି। ବିଧାନସଭାରେ ଲିଖିତ ଉତ୍ତର ରଖି ଏହା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।