Indus Valley Times

୪୦ ଲକ୍ଷ ଟଙ୍କାର ଲିପଷ୍ଟିକ୍ ଲଗାନ୍ତି ନୀତା ଅମ୍ବାନୀ

 Breaking News

୪୦ ଲକ୍ଷ ଟଙ୍କାର ଲିପଷ୍ଟିକ୍ ଲଗାନ୍ତି ନୀତା ଅମ୍ବାନୀ

୪୦ ଲକ୍ଷ ଟଙ୍କାର ଲିପଷ୍ଟିକ୍ ଲଗାନ୍ତି ନୀତା ଅମ୍ବାନୀ
November 04
10:11 2021

ନୂଆଦିଲ୍ଲୀ ୪/୧୧ : ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ କେବଳ ତାଙ୍କ ପୋଷାକ, ବ୍ୟାଗ କିମ୍ବା ଅଳଙ୍କାରରେ ନୁହେଁ, ବରଂ ଲିପଷ୍ଟିକ୍ ଉପରେ ମଧ୍ୟ ଅତ୍ୟଧିକ ଖର୍ଚ୍ଚ କରନ୍ତି।
ଅକେଜନ୍ ଅନୁଯାୟୀ ନୀତା ତାଙ୍କ ଲିପଷ୍ଟିକ୍ ସେଡ୍ସ ବାଛନ୍ତି। ତେବେ ଚାଲନ୍ତୁ ଜାଣିବା ନୀତାଙ୍କ ମେକଅପ୍ କିଟ୍ ରେ ଲିପଷ୍ଟିକ୍ ର କେଉଁ କେଉଁ ସେଡ୍ସ ରହିଛି।
ନୀତା ଅମ୍ବାନୀ ତାଙ୍କର ଡ୍ରେସିଂରୁ ନେଇ ମେକ୍ ଅପ୍ ପର୍ଯ୍ୟନ୍ତ ସବୁଥିରେ ବିଶେଷ ଧ୍ୟାନ ଦିଅନ୍ତି। ଯଦିଓ ତାଙ୍କ ମେକଅପ୍ କିଟ୍ ରେ ବହୁତ କିଛି ଅଛି, କିନ୍ତୁ ସବୁଠାରୁ ମହଙ୍ଗା ଜିନିଷ ବିଷୟରେ କହିବାକୁ ଗଲେ ତାଙ୍କର ଲିପଷ୍ଟିକ୍।
ନୀତାଙ୍କ ମେକଅପ୍ ଆର୍ଟିଷ୍ଟ ହେଉଛନ୍ତି ମିକି କଣ୍ଟ୍ରାକ୍ଟର ଏବଂ ସେ ତାଙ୍କଠାରୁ ମେକଅପ୍ ଟିପ୍ସ ନେଇଥାନ୍ତି। ସେ କଷ୍ଟୋମାଇଜ୍ ଲିପଷ୍ଟିକ୍ ସେଡ୍ସ ପସନ୍ଦ କରନ୍ତି।
ତାଙ୍କ ପାଖରେ ଲିପଷ୍ଟିକ୍ ସେଡ୍ସର ବ୍ୟାପକ ସଂଗ୍ରହ ରହିଛି ଏବଂ ସମଗ୍ର ସଂଗ୍ରହର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା।
କେବଳ ତାଙ୍କ ଲିପଷ୍ଟିକ୍ ପ୍ୟାକେଜିଂରେ ନୁହେଁ, ଏହାର ଉପାଦାନରେ ମଧ୍ୟ ପ୍ରାକୃତିକ ଜିନିଷ ବ୍ୟବହୃତ ହୁଏ। ଏହି ଲିପଷ୍ଟିକ୍ ସୁନା ଓ ରୂପା କାମରୁ ତିଆରି ହୋଇଥାଏ।
ନୀତାଙ୍କ ମେକଅପ୍ କିଟରେ ଦେଶୀ-ବିଦେଶୀ ବ୍ରାଣ୍ଡର ଏପରି ଅନେକ ଲିପଷ୍ଟିକ୍ ଅଛି, ଯାହାର ମୂଲ୍ୟ ସାଢେ ତିନି ହଜାରରୁ ଆରମ୍ଭ ହୋଇ ଚାଳିଶ ହଜାର ପର‌୍ୟ୍ୟନ୍ତ ଅଛି। ନୀତା ତାଙ୍କ ପ୍ରଫେସନାଲ୍ ଲୁକକୁ ବଢାଇବା ପାଇଁ ପ୍ରାୟତଃ ନ୍ୟୁଡ୍ ସେଡ୍ସ, ବ୍ରାଉନ୍ କିମ୍ବା ପିଚ୍ ରଙ୍ଗର ଲିପଷ୍ଟିକ୍ କ୍ୟାରି କରନ୍ତି।
ବିବାହ କିମ୍ବା କୌଣସି କାର୍ଯ୍ୟରେ, ନୀତା ପ୍ରାୟତଃ ଡାର୍କ ସେଡ୍ସ ଲିପଷ୍ଟିକ୍ ପସନ୍ଦ କରନ୍ତି। ଏଥିରେ ମରୁନ ଠାରୁ ଲାଲ୍ ଏବଂ କମଳା ରଙ୍ଗର ସେଡ୍ସ ଅନ୍ତର୍ଭୁକ୍ତ। ଅନେକ ସମୟରେ ସେ ତାଙ୍କ ପୋଷାକ ସହିତ ମେଳ ଖାଉଥିବା ଲିପଷ୍ଟିକ୍ ମଧ୍ୟ ନେଇଥାନ୍ତି।
-ପ୍ରମେୟ

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930