Legatus

୪୩ ଟପିଲା ଭୁବନେଶ୍ୱର

 Breaking News

୪୩ ଟପିଲା ଭୁବନେଶ୍ୱର

୪୩ ଟପିଲା ଭୁବନେଶ୍ୱର
April 22
18:42 2024

ଭୁବନେଶ୍ୱର, ୨୨/୪ : ରେକର୍ଡ ତାତି। ଚଳିତ ସିଜିନର ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ପ୍ସଉ ରେକର୍ଡ କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ଶୋସାଲ୍ ମିଡ଼ିଆ ଢ ରେ ସୂଚନା ଦେଇଛନ୍ତି।
ଶ୍ରୀ ଦାସଙ୍କ ସୂଚନା ଅନୁସାରେ ଆଜି ଦିନ ସାଢ଼େ ୨ଟା ସୁଦ୍ଧ ଭୁବନେଶ୍ୱରରେ ୪୩.୮ ଡିଗ୍ରୀ, ବାଲେଶ୍ୱରରେ ୪୦.୭ ଡିଗ୍ରୀ, ଚାନ୍ଦବାଲିରେ ୪୦.୪ ଡିଗ୍ରୀ, କେନ୍ଦୁଝରରେ ୩୮ ଡିଗ୍ରୀ, ଗୋପାଳପୁରରେ ୩୭ ଡିଗ୍ରୀ, ସମ୍ବଲପୁରରେ ୩୬.୬ ଡିଗ୍ରୀ, ଝାରସୁଗୁଡାରେ ୩୬.୨ ଡିଗ୍ରୀ, ପାରାଦୀପରେ ୩୫.୪ ଡିଗ୍ରୀ, ହୀରାକୁଦରେ ୩୪.୮ ଡିଗ୍ରୀ, ରାଉରକେଲାରେ ୩୪.୪ ଓ ପୁରୀର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି।
ପୂର୍ବରୁ ଅର୍ଥାତ ଏପ୍ରିଲ ୫ ତାରିଖରେ ଭୁବନେଶ୍ୱରର ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ତା’ପରେ ଅର୍ଥତ ଗତ୧୮ ତାରିଖରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ଆଜି ଦିନ ସାଢ଼େ ୨ଟାରେ ସବୁ ରେକର୍ଡକୁ ଭାଙ୍ଗିଛି ଭୁବନେଶ୍ୱର। ଅସମ୍ଭାଳ ତାତି ଯୋଗୁ ଅସ୍ତବ୍ୟସ୍ତ ଜୀବନ ଯାତ୍ରା। ଶୂନ୍ଶାନ୍ ହୋଇଛି ଭୁବନେଶ୍ୱରର ରାଜରାସ୍ତା।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31