Indus Valley Times

୪ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

 Breaking News

୪ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

୪ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ
September 07
15:38 2025

ଭୁବନେଶ୍ୱର, ୭/୯ : ସଂପୂର୍ଣ୍ଣ ସୁସ୍ଥ ହୋଇ ନବୀନ ନିବାସରେ ମାରାଥନ ବୈଠକ ପରେ ରବିବାର ଚାରି ଦିନିଆ ଦିଲ୍ଲୀ ଗସ୍ତରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୯ ତାରିଖରେ ନିର୍ବାଚନ ଥିବାରୁ ନବୀନଙ୍କ ଦିଲ୍ଲୀ ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି । ଏ ପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇନି ଯେ, ବିଜେଡିର ସାତ ରାଜ୍ୟସଭା ସାଂସଦ ଏନଡିଏ ନା ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ।
ସୂଚନା ଅନୁଯାୟୀ, ୪ ଦିନିଆ ଦିଲ୍ଲୀ ଗସ୍ତରେ ନବୀନ ରାଜନୈତିକ ଏବଂ କିଛି ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟି ପାରନ୍ତି ।
ଅସୁସ୍ଥ ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବୀନଙ୍କ ସୁସ୍ଥ କାମନା ସହ ଦିଲ୍ଲୀ ଆସିଲେ ଭେଟିବାକୁ କହିଥିଲେ । ତେବେ ବିଜେଡି ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।
ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ ଠିକ୍ ଏମିତି ସମୟରେ ହେଉଛି ଯେତେବେଳେ ମଙ୍ଗଳବାର ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି ।
ପୁଣି ବିଜେଡିର ମଙ୍ଗ କିଏ ସମ୍ଭାଳିବ ଅର୍ଥାତ ନବୀନ ନିଜର ଉତ୍ତରାଧିକାରୀ କାହାକୁ ଚୟନ କରିବେ ତାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ । ଏସବୁକୁ ଦେଖିଲେ ନବୀନଙ୍କ ଦିଲ୍ଲୀ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031