Indus Valley Times

୪ ମାସ ହେଲା ସରକାରୀ ବସ୍ ବନ୍ଦ: ଯାତ୍ରୀ ହନ୍ତସନ୍ତ : ତୁରନ୍ତ ଚଳାଚଳ ନ ହେଲେ ଆନ୍ଦୋଳନ ପାଇଁ ମସୁଧା

 Breaking News

୪ ମାସ ହେଲା ସରକାରୀ ବସ୍ ବନ୍ଦ: ଯାତ୍ରୀ ହନ୍ତସନ୍ତ : ତୁରନ୍ତ ଚଳାଚଳ ନ ହେଲେ ଆନ୍ଦୋଳନ ପାଇଁ ମସୁଧା

୪ ମାସ ହେଲା ସରକାରୀ ବସ୍ ବନ୍ଦ: ଯାତ୍ରୀ ହନ୍ତସନ୍ତ : ତୁରନ୍ତ ଚଳାଚଳ ନ ହେଲେ ଆନ୍ଦୋଳନ ପାଇଁ ମସୁଧା
March 13
19:52 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୧୩/୩: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ଠାରୁ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଜନସାଧାରଣମାନଙ୍କ ଗମନାଗମନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଗତ ୨୦୧୪ ମସିହାରେ ଫୁଲବାଣୀଠାରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଏକ ଶାଖା ପ୍ରତିଷ୍ଠା କରାଯାଇଥିଲା । ଶାଖା ପ୍ରତିଷ୍ଠା ହେବା ପରଠାରୁ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ବସ୍ ଚଳାଚଳ କରୁଥିଲା ।
ଯାହା ଦ୍ଵାରା ଜନସାଧାରଣଙ୍କ ଯାତାୟାତ କ୍ଷେତ୍ରରେ ସୁବ୍ୟବସ୍ଥା ହୋଇପାରୁଥିଲା । ଏହି ପରିପ୍ରେକ୍ଷୀରେ ଫୁଲବାଣୀ ଠାରୁ କାଟିଙ୍ଗିଆ ପର୍ଯ୍ୟନ୍ତ ଭାୟା- ଘୁ.ଉଦୟଗିରି, ରାଇକିଆ, ଦାରିଙ୍ଗିବାଡ଼ି ଏବଂ ବ୍ରାହ୍ମଣୀ ଗାଁ ଦେଇ ପ୍ରତ୍ୟେକ ଦିନ ୨ ଗୋଟି ସରକାରୀ ବସ୍ ଚଳାଚଳ କରୁଥିଲା । ଯାହା ଦ୍ଵାରା ଜନସାଧାରଣ ମାନେ ଗ୍ରାମାଞ୍ଚଳଠାରୁ ଜିଲ୍ଲାର ସଦର ମହକୁମାକୁ ସୁବିଧାରେ ଯାତାୟାତ କରିପାରୁଥିଲେ ।
ଏ ସମ୍ପର୍କରେ ଫୁଲବାଣୀ ଡିପୋ ମ୍ୟାନେଜର କୁମାର ବଗର୍ତ୍ତୀ ଏବଂ ଶାଖା ପରିଚାଳକ ବନ୍ଧନ ଦାସଙ୍କୁ ବାରମ୍ବାର ଅବଗତ କରାଇବା ସତ୍ତ୍ୱେ ସେ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି କ୍ଷ
ଆଗାମୀ ଏକ ସପ୍ତାହ ମଧ୍ୟରେ ଉଭୟ ଫୁଲବାଣୀ ଠାରୁ କାଟିଙ୍ଗିଆ ଏବଂ କାଟିଙ୍ଗିଆ ଠାରୁ ଫୁଲବାଣୀ ପର୍ଯ୍ୟନ୍ତ ୨ ଗୋଟି ମାର୍ଗରେ ପୁନର୍ବାର ବସ୍ ଚଳାଚଳ କରିବାର ବ୍ୟବସ୍ଥା କରିବା ପାଇଁ ବ୍ରାହ୍ମଣୀଗାଁ, ଦାରିଙ୍ଗିବାଡ଼ି, ରାଇକିଆ ଏବଂ ଘୁ.ଉଦୟଗିରି ଅଞ୍ଚଳବାସୀ ଦାବି କରିଛନ୍ତି ।
ଯଦିଓ ଆଗାମୀ ଦିନ ମଧ୍ୟରେ ନିର୍ଧାରିତ ମାର୍ଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ତରଫରୁ ପୁନର୍ବାର ବସ୍ ଚଳାଚଳର ବ୍ୟବସ୍ଥା କରା ନ ଯାଏ ତାହା ହେଲେ ଆଗାମୀ ଦିନରେ ଅଞ୍ଚଳ ବାସୀ ରାଜ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।
ନାବାଳକର ସନ୍ଦେହ ଜନକ ମୃତ୍ୟୁ: ଆମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଠାବ: ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ
ବାଲିଗୁଡ଼ା, ୧୩/୩: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଶ୍ରୀରାମପୁର ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୧୨ ବର୍ଷର ନାବାଳକର ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଝୁଲନ୍ତା ଅବସ୍ଥାରେ ନାବାଳକର ମୃତ ଦେହ ଗାଁ ନିକଟସ୍ଥ ଏକ ଆମ୍ବ ଗଛରୁ ଠାବ ହୋଇଛି ।
ସୂଚନା ପ୍ରକାରେ ଶ୍ରୀରାମପୁର ପଞ୍ଚାୟତର ଓଡିଆ ସାହିର ଧ୍ବଜ ପ୍ରଧାନୀଙ୍କ ୧୨ ବର୍ଷର ନାବାଳକ ପୁଅ ଶୁଭମ ପ୍ରଧାନୀ ମଙ୍ଗଳବାର ନିଖୋଜ ଥିଲା ।
ପରିବାର ଲୋକେ ବହୁତ ଖୋଜାଖୋଜି ପରେ ମଧ୍ୟ ପୁଅର ସନ୍ଧାନ ପାଇନଥିଲେ । ବୁଧବାର ସକାଳେ ଗାଁ ନିକଟସ୍ଥ ଏକ ଆମ୍ବ ଗଛରେ ଶୁଭମର ମୃତଦେହ ଝୁଲୁଥିବା ଅଞ୍ଚଳବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ ।
ଘଟଣା ସ୍ଥଳରେ ପରିବାର ଲୋକେ ପହଁଚି ପୁଅର ଅବସ୍ଥା ଦେଖି କୋଟଗଡ଼ ଥାନା ପୋଲିସକୁ ଖବର ଦେବା ସହ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ଖବରପାଇ କୋଟଗଡ଼ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି ।
ଅନ୍ୟପଟେ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଶବ ବ୍ୟବଚ୍ଛଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031