Indus Valley Times

୫୭୬ଜଣହିନ୍ଦୀଓସଂସ୍କୃତଶିକ୍ଷକ-ଶିକ୍ଷୟିତ୍ରୀଙ୍କୁନିଯୁକ୍ତି ‌ଦେଲେ ରାଜ୍ୟସରକାର

 Breaking News

୫୭୬ଜଣହିନ୍ଦୀଓସଂସ୍କୃତଶିକ୍ଷକ-ଶିକ୍ଷୟିତ୍ରୀଙ୍କୁନିଯୁକ୍ତି ‌ଦେଲେ ରାଜ୍ୟସରକାର

୫୭୬ଜଣହିନ୍ଦୀଓସଂସ୍କୃତଶିକ୍ଷକ-ଶିକ୍ଷୟିତ୍ରୀଙ୍କୁନିଯୁକ୍ତି ‌ଦେଲେ ରାଜ୍ୟସରକାର
February 22
17:02 2024

ଭୁବନେଶ୍ୱର,୨୨/୨: ଗୁରୁବାର ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ମୋଟ୍‌ ୫୭୬ ଜଣ ହିନ୍ଦୀ ଓ ସଂସ୍କୃତ ଶିକ୍ଷୟିତ୍ରୀ/ଶିକ୍ଷକ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୩୬୮ ଜଣ ହିନ୍ଦୀ ଓ ୨୦୮ ଜଣ ସଂସ୍କୃତ ଶିକ୍ଷକ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ସେଣ୍ଟରରେ ଏକ ନିଯୁକ୍ତି ପର୍ବର ଆୟୋଜନ କରାଯାଇଥିଲା।
ଏହି ଅବସରରେ ନୂତନ ଶିକ୍ଷୟିତ୍ରୀଶିକ୍ଷକମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଲେ, ଶିକ୍ଷା ଗୋଟିଏ ଜାତିର ଚିନ୍ତା, ଚେତନାରେ ପରିବର୍ତ୍ତନ ଆଣିଥାଏ।

ଛାତ୍ରୀଛାତ୍ରଙ୍କୁ ବଡ଼ ସ୍ବପ୍ନ ଦେଖିବା ପାଇଁ ପ୍ରେରଣା ଦେଇଥାଏ। ପିଲାମାନଙ୍କୁ ସେମାନଙ୍କ ସ୍ବପ୍ନ ପୂରଣ ଦିଗରେ ଅନୁପ୍ରାଣିତ କରିବାକୁ ସେ କହିଥିଲେ। ଏହାସହିତ ନିଜର ଜ୍ଞାନ ମୂଲ୍ୟବୋଧ ଦ୍ବାରା ଛାତ୍ରୀଛାତ୍ରଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ

Top of Form

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031