Indus Valley Times

୫ ବର୍ଷର ନାବାଳକକୁ ଗଳା କାଟି ହତ୍ୟା, ଅପହରଣ ପରେ ମାରିଦେଲେ!

 Breaking News

୫ ବର୍ଷର ନାବାଳକକୁ ଗଳା କାଟି ହତ୍ୟା, ଅପହରଣ ପରେ ମାରିଦେଲେ!

୫ ବର୍ଷର ନାବାଳକକୁ ଗଳା କାଟି ହତ୍ୟା, ଅପହରଣ ପରେ ମାରିଦେଲେ!
March 07
11:37 2026

ରାୟଗଡ଼ା, ୭/୩ : ୫ ବର୍ଷର ନାବାଳକକୁ ଗଳା କାଟି ହତ୍ୟା। ନାବାଳକକୁ ଅପହରଣ ପରେ ଗଳାକାଟି ହତ୍ୟା କରିଛନ୍ତି ଅପହରଣକାରୀ। ଥାନାରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ।
ଏପରି ଏକ ଚାଞ୍ଚଲ୍ୟକର ଘଟଣା ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ଗାଁରେ ଘଟିଛି। ମୃତ ନାବାଳକ ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ଗାଁର ପୁରଶୋତମ ଗନ୍ତାୟତଙ୍କ ୫ ବର୍ଷର ପୁଅ ଋଷି ଗନ୍ତାୟତ ବୋଲି ସୂଚନା ମିଳିଛି। ପରିବାର ଲୋକଙ୍କ ଅଭିଯୋଗକୁ ଅସଧାର କରି ପୋଲିସ ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ମୃତ ଋଷିର ମାମୁଁଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ମେସଜ ଆସିଥିଲା। ସେହି ମେସେଜରେ ନାବାଳକ ରୁଷିକୁ ସେମାନେ ଅପହରଣ କରିଥିବା ଉଲ୍ଲେଖ କରିବା ସହ ୪ ଲକ୍ଷ ଟଙ୍କା ଦାବି କରାଯାଇଥିଲା। ସକାଳ ସୁଦ୍ଧା ୪ଲକ୍ଷ ଟଙ୍କା ନଦେଲେ ଋଷିକୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ଏହାପରେ ତୁରନ୍ତ ଋଷିର ମାମୁଁକୁ ଏହି ମେସେଜ ବାବଦରେ ତାଙ୍କ ବାପାଙ୍କୁ ଜଣାଇଥିଲେ। ଏହାପରେ ପରିବାର ଲୋକ ଋଷିକୁ ବହୁ ଖୋଜାଖୋଜି କରିଥିଲେ। କିଛି ଘଣ୍ଟା ପରେ ନାବାଳକ ଋଷିର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା। ପୁଅର ମୃତଦେହ ଦେଖି ପରିବାର ଲୋକେ ପୁରା ସ୍ତବ୍ଦ ହୋଇଯାଇଛନ୍ତି। ଏହାପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଉକ୍ତ ଘଟଣାକୁ ନେଇ ତଦନ୍ତ ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930