Indus Valley Times

୬ମାସର ଶିଶୁର ସନ୍ଦେହଜନକ ମୃତ୍ୟୁ: ସନ୍ଦେହଘେରରେ ବାପା ମା’

 Breaking News

୬ମାସର ଶିଶୁର ସନ୍ଦେହଜନକ ମୃତ୍ୟୁ: ସନ୍ଦେହଘେରରେ ବାପା ମା’

November 19
17:44 2024

କଟକ, ୧୯/୧୧ : କଟକ ଜିଲ୍ଲା ଚୌଦ୍ୱାରର ୮ ନମ୍ବର ଓ୍ୱାର୍ଡ ମୁଣ୍ଡା ସାହିରେ ୬ମାସର ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ଶିଶୁଟିକୁ ତାର ବାପାମା’ ହତ୍ୟା କରିଥିବା ଅଭିଯୋଗ ଆଣି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ।
ଅଭିଯୋଗ ଅନୁସାରେ, ଗତକାଲି ରାତି ଶିଶୁଟି ତାର ବାପାମାଆଙ୍କ ପାଖରେ ଶୋଇଥିବାବେଳେ ଆଜି ସକାଳେ ତାର ମୃତ୍ୟୁ ହୋଇଥିଲା। ପରେ ବାପାମା’ ଶିଶୁଟିକୁ ନେଇ ଶ୍ମଶାନରେ ପୋତି ଦେଇଥିଲେ। ତେବେ ଶିଶୁଟିକୁ ତାର ବାପାମା’ ମଦ ନିଶାରେ ହତ୍ୟା କରିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏନେଇ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୃତ ଶିଶୁର ବାପାମା’। ଅତ୍ୟଧିକ ଥଣ୍ଡା ହୋଇଥିବା ଯୋଗୁ ପିଲାଟିର ମୃତ୍ୟୁ ଘଟିଥିବା ବାପାମା’ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31