Indus Valley Times

୬୪ ବର୍ଷରେ ପାଦ ଥାପିଲା ନନ୍ଦନକାନନ ପ୍ରାଣୀଉଦ୍ୟାନ, ଲୋକର୍ପିତ ହେବ ୱାଲାବି ଏନକ୍ଲୋଜର

 Breaking News

୬୪ ବର୍ଷରେ ପାଦ ଥାପିଲା ନନ୍ଦନକାନନ ପ୍ରାଣୀଉଦ୍ୟାନ, ଲୋକର୍ପିତ ହେବ ୱାଲାବି ଏନକ୍ଲୋଜର

December 29
09:38 2023

ଭୁବନେଶ୍ୱର ,୨୯/୧୨ : ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଆଜି ପ୍ରତିଷ୍ଠା ଦିବସ। ୬୪ତମ ପ୍ରତିଷ୍ଠା ଦିବସରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି ଅବସରରେ ନନ୍ଦନକାନନର ବାର୍ଷିକ ରିପୋର୍ଟ ପ୍ରକାଶ କରିବା ସହ ନନ୍ଦନକାନନର ଥିମ୍ ସଙ୍ଗ ରିଲିଜ ହେବ।
ସେହିପରି ୱାଲାବି ଏନକ୍ଲୋଜରର ଉଦଘାଟନ, କ୍ୟୋସେୱାରୀ ଓ ଅଷ୍ଟ୍ରିଜ୍କୁ ସ୍ୱତନ୍ତ୍ର ଖୁଆଡରେ ଛଡାଯିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ନନ୍ଦନକାନନ୍ ଇଣ୍ଟିଗ୍ରେଟେଡ୍ ମନିଟରିଂ ସିଷ୍ଟମ୍ ଆପ୍, ଷ୍ଟେଟ୍ ବଟାନିକାଲ୍ ଗାର୍ଡେନର ୱେବସାଇଟ୍ ଉନ୍ମୋଚନ ଏବଂ ରାଜ୍ୟ ବଟାନିକାଲ୍ ଗାର୍ଡେନରେ ବାମ୍ବୁସେଟମ୍ ର ଉଦଘାଟନ କରିବେ ମନ୍ତ୍ରୀ।
ସେହିପରି ବଟାନିକାଲ୍ ଗାର୍ଡେନରେ ହାଇଡ୍ରୋଫାଇଟ୍ ଗାର୍ଡେନର ଉଦଘାଟନ ସହ ବାଘ ମାନଙ୍କ ନାମ ଘୋଷଣା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031