Indus Valley Times

୬ ଦିନିଆ ଓଡିଶା ଗସ୍ତରେ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାର

 Breaking News

୬ ଦିନିଆ ଓଡିଶା ଗସ୍ତରେ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାର

October 06
20:30 2020

ଭୁବନେଶ୍ବର, ୬/୧୦: କଂଗ୍ରେସର ଓଡିଶା ପ୍ରଭାରୀ ଏ ଚେଲ୍ଲା କୁମାର ମଙ୍ଗଳବାର ଦିନ ଓଡ଼ିଶାରେ ଗସ୍ତରେ ଆସିଛନ୍ତି । ଏ ଚେଲ୍ଲା କୁମାର ଓଡିଶା ପ୍ରଭାରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ମଙ୍ଗଳବାର  ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ମଙ୍ଗଳବାର ରାତି ସେ ପୁରୀ ଶ୍ରୀକ୍ଷେତ୍ରରେ ରହିବେ। ବୁଧବାର ଦିନ ରାଜ୍ୟ କଂଗ୍ରେସ ଭବନରେ ଓଡ଼ିଶା କଂଗ୍ରେସର ପ୍ରଭାରୀ ଏ ଚେଲ୍ଲା କୁମାରଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ଓଡ଼ିଶାରେ ୬ଦିନ ରହଣି ମଧ୍ୟରେ ସେ ସବୁଦଳର ନେତାଙ୍କୁ ଭେଟିବା କାର‌୍ୟ୍ୟକ୍ରମ ରହିଛି ଏବଂ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନର ୨ଟି ବିଧାନସଭା ମଣ୍ଡଳୀ ଗସ୍ତ କାର‌୍ୟ୍ୟକ୍ରମ ରହିଛି।

ଆଜି ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲା କୁମାର ୬ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି । ତେବେ ତାଙ୍କୁ ଶୋଭାଯାତ୍ରାରେ ପାଛୋଟି ନେବା ପ୍ରସ୍ତାବକୁ ଭୁବନେଶ୍ୱର କମିସନରେଟ ପୁଲିସ ଅନୁମତି ପ୍ରଦାନ କରିନାହିଁ। ସର୍ବାଧିକ ୩ଟି ଗାଡ଼ି ନେଇ ଯାତ୍ରା କରିବାକୁ ପୁଲିସ କମିସନରେଟ୍ ନିର୍ଦେଶ ଦେଇଛି। ଯାହାକୁ ନେଇକି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଦଳୀୟ କର୍ମୀ ତାଙ୍କୁ ଶୋଭାଯାତ୍ରାରେ ନେବା ଲାଗି ଆଗ୍ରହୀ ଅଛନ୍ତି । କିନ୍ତୁ ସରକାର ଓ ପୁଲିସ ବିଭାଗ କରୋନା ଆଳ ଦେଖାଇ ଏସବୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ରାଲି, ସଭାସମିତି କେମିତି ହେଉଛି ବୋଲିଂ ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ପ୍ରଭାରୀ ଦାୟିତ୍ୱ ମିଳିବା ପରେ ଚେଲ୍ଲା କୁମାର ପ୍ରଥମ ଥର ଓଡ଼ିଶା ଗସ୍ତ କରିଥିବାରୁ କର୍ମୀଙ୍କ ମଧ୍ୟରେ ଉତ୍ସାହ ରହିଛି। କିନ୍ତୁ ପୁଲିସ ପକ୍ଷରୁ ମନା କରାଯାଇଥିବାରୁ ଆମେ ଏହାକୁ ମାନିବୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031