Indus Valley Times

୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କୃଷି ଅଧିକାରୀ ହିଂମାଶୁ ଶେଖର ପାଢ଼ି

 Breaking News

୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କୃଷି ଅଧିକାରୀ ହିଂମାଶୁ ଶେଖର ପାଢ଼ି

September 28
16:34 2021

ବଲାଙ୍ଗିର, ୨୮/୯ : ୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବଲାଙ୍ଗିର କୃଷି ଜିଲ୍ଲା ଅଧିକାରୀ ହିଂମାଶୁ ଶେଖର ପାଢ଼ି।
ପଣ୍ଡକିଟାଲ ଗାଁର ସାର ଦୋକାନୀ ଦୁର‌୍ୟ୍ୟୋଧନ ବାରିକଙ୍କ ଠାରୁ ଲାଞ୍ଚ ନେଉଥିବା ବେଲେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ଦୁର‌୍ୟ୍ୟୋଧର ସାର ଦୋକାନ କରିଥିବା ବେଲେ ସାର ବିକ୍ରି କରିବା ପାଇଁ ମାଗଣାରେ ପିଓଏସ ବା ପଏଣ୍ଟ ଅଫ ସେଲ ମେସିନ ପାଇବା କଥା। କିନ୍ତୁ ମାଗଣାରେ ମେସିନ ଦେବା ପାଇଁ ବଲାଙ୍ଗିର କୃଷି ଜିଲ୍ଲା ଅଧିକାରୀ ତାଙ୍କୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଏହା ପରେ ସାର ଦୋକାନୀ ଏନେଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ମଙ୍ଗଳବାର ନିଜ ଅଫିସରେ କୃଷି ଜିଲ୍ଲା ଅଧିକାରୀ ହିମାଂଶୁ ପାଢ଼ି ସାର ଦୋକାନୀଙ୍କ ଠାରୁ କେମିକାଲ ମିଶା ଟଙ୍କା ନେଉଥିବା ବେଲେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ତାଙ୍କୁ ଧରିଥିଲେ।
ପରେ ଶ୍ରୀ ପାଢ଼ିଙ୍କ ହାତୀଶାଳପଡ଼ା ସ୍ଥିତ ଭଡ଼ା ଘରକୁ ଯାଇ ଭିଜିଲାନ୍ସ ଅଧିକାରୀମାନେ ଖୋଳତାଡ଼ କରିଥିଲେ। ଭଡ଼ାଘରୁ ଛୋଟ ଗଞ୍ଜେଇ ପୁଡ଼ିଆଟିଏ ମଧ୍ୟ ମିଲିଛି ବୋଲି ଜଣାପଡ଼ିଛି।
ଭିଜିଲାନ୍ସ କୃଷି ଜିଲ୍ଲା ଅଧିକାରୀଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଲାଞ୍ଚ କଥାକୁ ଅସ୍ୱୀକାର କରିଛନ୍ତି ଶ୍ରୀ ପାଢ଼ି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031