Indus Valley Times

୯୪ ବର୍ଷ ବୟସରେ ପାଦ ଥାପିଲେ ବିଜେପିର ଷ୍ଟଲୱାର୍ଟ ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ

 Breaking News

୯୪ ବର୍ଷ ବୟସରେ ପାଦ ଥାପିଲେ ବିଜେପିର ଷ୍ଟଲୱାର୍ଟ ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ

୯୪ ବର୍ଷ ବୟସରେ ପାଦ ଥାପିଲେ ବିଜେପିର ଷ୍ଟଲୱାର୍ଟ ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ
November 08
12:09 2021

ନୂଆଦିଲ୍ଲୀ, ୮/୧୧: ବିଜେପିର ଷ୍ଟଲୱାର୍ଟ ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଏଲ୍କେ ଆଡଭାନୀଙ୍କ ଆଜି ଜନ୍ମଦିନ। ସେ ଆଜି ୯୪ ବର୍ଷ ବୟସରେ ପାଦ ରଖିଛନ୍ତି। ଏହି ଅବସରରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତାଙ୍କ ଘରକୁ ଯାଇ ବିଜେପିର ଏହି ବରିଷ୍ଠ ନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ କେକ୍ କାଟି ତାଙ୍କ ଜନ୍ମଦିନ ପାଳନ କରିଛନ୍ତି।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଏଲ୍କେ ଆଡଭାନୀଙ୍କୁ ତାଙ୍କ ଜନ୍ମ ଦିନ ଶୁଭେଚ୍ଛା ଜଣାଇଥିଲେ। ସେ ଲଖିଥିଲେ, “ସମ୍ମାନିତ ଆଡଭାନୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି।
ଲୋକମାନଙ୍କୁ ସଶକ୍ତିକରଣ ତଥା ଆମର ସାଂସ୍କୃତିକ ଗୌରବକୁ ବଢ଼ାଇବା ଦିଗରେ ତାଙ୍କର ଅନେକ ଉଦ୍ୟମ ରହିଛି। ଏଥିପାଇଁ ଦେଶ ତାଙ୍କ ନିକଟରେ ସର୍ବଦା ଋଣି ରହିବ।”
ପିଏମ ମୋଦି ଗତ ବର୍ଷ ମଧ୍ୟ ଲାଲ କୃଷ୍ଣ ଆଡଭାନୀଙ୍କ ଜନ୍ମଦିନରେ ମଧ୍ୟ ତାଙ୍କ ଘରେ ପହଞ୍ଚି କେକ୍ କାଟିଥିଲେ। ତା’ପରେ ସେ ଟୁଇଟ୍ କରି କହିଥିଲେ, “ଆଡଭାନୀ ଜୀଙ୍କର ସମର୍ଥନ ଏବଂ ମାର୍ଗଦର୍ଶନ ମୋ ଭଳି କାର୍ଯ୍ୟକର୍ତ୍ତାଙ୍କ ପାଇଁ ଅମୂଲ୍ୟ। ରାଷ୍ଟ୍ର ନିର୍ମାଣରେ ତାଙ୍କର ଅବଦାନ ଅତୁଳନୀୟ ।”
ଚଳିତବର୍ଷ ମଧ୍ୟ ମୋଦି ତାଙ୍କ ଘରେ ପହଞ୍ଚି ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ତାଙ୍କ ସହ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031