Indus Valley Times

ବୌଦ୍ଧରେ ୯ ଜିଲ୍ଲାପରିଷଦ ଆସନ ପାଇଁ ୪୧ ପ୍ରାର୍ଥୀପତ୍ର ଦାଖଲ

 Breaking News

ବୌଦ୍ଧରେ ୯ ଜିଲ୍ଲାପରିଷଦ ଆସନ ପାଇଁ ୪୧ ପ୍ରାର୍ଥୀପତ୍ର ଦାଖଲ

January 22
20:04 2022

41 candidates file nominations for 9 ZP seats in Boudh
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୨/: ବୌଦ୍ଧଜିଲ୍ଲାର ୯ ଗୋଟି ଜିଲ୍ଲାପରିଷଦ ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ସମାପ୍ତ ହୋଇଛି । ଶେଷ ଦିବସରେ ବିଜେପି ୯,କଂଗ୍ରେସ ୯ ଓ ବିଜେଡିର ଜଣେ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ଜଣାଯାଇଛି । ଗୁରୁବାର ବିଜେଡିର ୮ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୮ ନମ୍ବର ଜୋନ ପାଇଁ ସଂଶୟ ରହିଥିଲା । ଶେଷ ଦିବସରେ ବିଜେଡି ପକ୍ଷରୁ ହରଭଙ୍ଗା ବ୍ଲକ ବିଜେଡ ସଭାପତି ସୁଶାନ୍ତ କୁମାର ପ୍ରଧାନଙ୍କ ପତ୍ନୀ ତାରାମଣୀ ପ୍ରଧାନ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ବିଜେପି ପକ୍ଷରୁ ଶୁକ୍ରବାର ଦିନ ସମସ୍ତ ୯ ଗୋଟି ଜୋନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ବିଜେପି ପକ୍ଷରୁ ୧ ନମ୍ବର ଜୋନ ପାଇଁ ପଦ୍ମା କହଁର,୨ ନମ୍ବର ପଦ୍ମାବତୀ ପ୍ରଧାନ,୩ ନମ୍ବର ରମେଶ ଚନ୍ଦ୍ର ମିଶ୍ର,୪ ନମ୍ବର ଇଂ. ରାକେଶ ତ୍ରିପାଠୀ,୫ ନମ୍ବରରେ ଦିପିକା ନାୟକ,୬ ନମ୍ବରରେ ସନ୍ତୋଷିନୀ ମହାକୁଡ,୭ ନମ୍ବରରେ ସୂର୍ଯ୍ୟ ନାରାୟଣ ମହାପାତ୍ର,୮ ନମ୍ବରରେ ଶୁଭଲକ୍ଷ୍ମୀ ମଲ୍ଲିକ ଓ ୯ ନମ୍ବରରେ ଅରୂପା ଦୀପ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି କଂଗ୍ରେସ ପକ୍ଷରୁ ୧ ନମ୍ବର ଜୋନ ପାଇଁ କୁମୁଦିନୀ ମିର୍ଦ୍ଧା,୨ ନମ୍ବର କଳାକାନ୍ତି ଦଳବେହେରା,୩ ନମ୍ବର କର୍ମୁ ସାଗର,୪ ନମ୍ବର ରଘୁନାଥ ପଲିଆ,୫ ନମ୍ବର ରାସେଶ୍ୱରୀ ତାଣ୍ଡିଆ,୬ ନମ୍ବର ସନ୍ଧ୍ୟାରାଣୀ ସିଂହ,୭ ନମ୍ବର ରୋହିତାଶ୍ୱ ବେହେରା,୮ ନମ୍ବର ପ୍ରଭାତୀ ବେହେରା ଓ ନମ୍ବରରେ ରାଜେନ୍ଦ୍ର ଦୀପ ନାମାଙ୍କନ ପତ୍ର ଦାଖଲ କରିଥିବା ଜିଲା ନିର୍ବାଚନ କାର୍ଯ୍ୟାଳୟ ସୁତ୍ରରୁ ଜଣାଯାଇଛି । ଏହାବ୍ୟତୀତ ୧୪ ଜଣ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ଜଣାଯାଇଛି । ୯ ଗୋଟି ଜିଲ୍ଲାପରିଷଦ ପାଇଁ ୨୦ ତାରିଖରେ ୧୧ ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିବାବେଳେ ଶେଷ ଦିବରେ ୪୮ ଟି ସମୁଦାୟ ୫୯ ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ଜଣାଯାଇଛି । ବିଜେପି ପକ୍ଷରୁ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି,ବରିଷ୍ଠ ନେତା କହ୍ନାଇଁ ଚରଣ ଡାଙ୍ଗ ଓ ସୁଶାନ୍ତ କୁମାର ପ୍ରଧାନ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ଉପସ୍ଥିତ ଥିବାବେଳେ କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ନବ କୁମାର ମିଶ୍ର, ବରିଷ୍ଠ ନେତା ସୁଧିର କର୍ଣ୍ଣ,ମୁଖ୍ୟପ୍ରବକ୍ତା ଶାନ୍ତନୁ କୁମାର ମହାପାତ୍ର ଓ ଉପସଭାପତି ସମରେଶ ମିଶ୍ର ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ଉପସ୍ଥିତ ଥିଲେ । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ସନତ କୁମାର ନାଏକଙ୍କ ଉପସ୍ଥିତିରେ ନିର୍ବାଚନ କାର୍ଯ୍ୟାଳୟର କର୍ମଚାରୀମାନେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାରେ ସହଯୋଗ କରିଥିଲେ ।


ବୌଦ୍ଧ ଜିଲ୍ଲାରେ ୱାର୍ଡମେମ୍ବେର ପ୍ରାର୍ଥୀ ଭାବେ ୧,୫୧୧; ସରପଞ୍ଚ ପ୍ରାର୍ଥୀ ୩୪୪ ଓ ସମିତିସଭ୍ୟ ପ୍ରାର୍ଥୀ ୩୩୬ଞ୍ଚ ନାମାଙ୍କନ ଦାଖଲ

ବୌଦ୍ଧ,୨୨/୧- ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶୁକ୍ରବାର ଦିନ ଥିଲା ଶେଷ ଦିନ । ବୌଦ୍ଧଜିଲ୍ଲାରେ ସମୁଦାୟ ୬୯ ପଞ୍ଚାୟତ ପାଇଁ ୨୧୯୧ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜିଲ୍ଲାର ହରଭଙ୍ଗା ବ୍ଲକରେ ୱାର୍ଡମେମ୍ବର ପାଇଁ ୪୮୨ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପଦବି ପାଇଁ ୧୩୦ ଜଣ ଓ ସମିତି ସଭ୍ୟ ପାଇଁ ୧୨୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ବୌଦ୍ଧ ବ୍ଲକରେ ୱାର୍ଡ ମେମ୍ବର ପାଇଁ ୪୫୯ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପଦବି ପାଇଁ ୧୦୨ ଓ ସମିତି ସଭ୍ୟ ପଦବି ପାଇଁ ୧୨୨ ଜଣ ନାମାଙ୍କନ ପତ୍ର ଦାଖଲ କରିଛନନ୍ତି । । କଣ୍ଟାମାଳ ବ୍ଲକରେ ୫୩୪ ୱାର୍ଡ ମେମ୍ବର ପଦବି ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପଦବି ପାଇଁ ୧୧୨ ଓ ସମିତି ସଭ୍ୟ ପାଇଁ ୯୧ ଜଣ ପ୍ରାର୍ଥୀନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ରର ଶେଷ ଦିନରେ ପପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଳକ ଗୁଡିକରେ ଭିଡ ଦେଖିବାକୁ ମିଳିଥିଲ । ଶନିବାର ଦିନ ପ୍ରାର୍ଥୀ ପତ୍ର ଯାଞ୍ଚ ହେବାର ଥିବା ବେଳେ ଆସନ୍ତା ୨୫ ତାରିଖ ଦିନ ସୁଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହର ଅଛି । ନାମାଙ୍କନ ସରିଲା ପରେ ଗାଁ ଗୁଡିକରେ ବର୍ତ୍ତମାନ ଚଚ୍ଚ।।ର୍ ରାଜନୀୀତି ଜୋର ଧରିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031