Indus Valley Times

ଟ୍ରକ- ବଲେରୋ ମଧ୍ୟରେ ଧକ୍କା, ବର୍ତ୍ତିଲେ ୫ ଯାତ୍ରୀ

 Breaking News

ଟ୍ରକ- ବଲେରୋ ମଧ୍ୟରେ ଧକ୍କା, ବର୍ତ୍ତିଲେ ୫ ଯାତ୍ରୀ

November 09
10:32 2020


5 escape as Truck-Bolero collide in Boudh

By Kambhudhar Kheti

ବୌଦ୍ଧ,୯/୧୧-ବୌଦ୍ଧଥାନା ଅନ୍ତର୍ଗତ ଗମ୍ଭାରୀପଦର ପେଟ୍ରୋଲ୍ ପମ୍ପ ନିକଟରେ ଆଜି ଦିନ ପ୍ରାୟ ଗୋଟାଏ ସମୟରେ ଗୋଟିଏ ବଲେରୋ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଉଭୟ ଗାଡି ମଧ୍ୟରେ ଧକ୍କା ହୋଇଥିଲେ ମଧ୍ୟ ବଲେରୋରେ ବସିଥିବା ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ୍ ତେଲିବନ୍ଧ ଗ୍ରାମରୁ ଗୋଟିଏ ପରିବାରର ୫ ସଦସ୍ୟ ଏକ ବଲେରୋ ଯୋଗେ ବୌଦ୍ଧଆଡକୁ ଯାଉଥିବାବେଳେ ବୌଦ୍ଧପଟରୁ ସୋନପୁର ଆଡକୁ ଯାଉଥିବା ଗୋଟିଏ ଟ୍ରକ୍‌ସହ ଗମ୍ଭାରୀ ପଦର ପେଟ୍ରୋଲ୍ ପମ୍ପ ନିକଟରେ ଧକ୍କା ହୋଇଥିଲା ।


ବୌଦ୍ଧଜିଲ୍ଲାରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୯/୧୧- ବୌଦ୍ଧ ଜିଲ୍ଲାରୁ ଆଜି ୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୨୬୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ୬ କରୋନା ପଜିଟିଭ ମାନଙ୍କ ମଧ୍ୟରୁ ବୌଦ୍ଧ ସହରାରୁ ୧ ଜଣ, ବୈାଦ୍ଧ ବ୍ଲକ୍ ବାଦୀକଟା ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ୍ ପୁରୁଣା ପାଣି ଗ୍ରାମରୁ ୧ ଜଣ, ବଡ଼ ଝାରମୁଣ୍ଡା ଗ୍ରାମରୁ ୧ ଜଣ ଓ ଆଉ ଜଣେ ବାହାରେ ପରୀକ୍ଷା କରାଇ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ବୌଦ୍ଧଜିଲ୍ଲାରେ ୨୫୩୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ରିପୋର୍ଟ ଅପେକ୍ଷାରେ ୨୦୩ ଜଣ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇାଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031