Indus Valley Times

ବୌଦ୍ଧ : ଉପହାସ ପାଲଟିଛି ଆବାସ ଯୋଜନା, ଜରିପାଲ ତଳେ ଜୀବନ ବିତାଉଛନ୍ତି ସନ୍ତୋଷର ପରିବାର

 Breaking News

ବୌଦ୍ଧ : ଉପହାସ ପାଲଟିଛି ଆବାସ ଯୋଜନା, ଜରିପାଲ ତଳେ ଜୀବନ ବିତାଉଛନ୍ତି ସନ୍ତୋଷର ପରିବାର

ବୌଦ୍ଧ : ଉପହାସ ପାଲଟିଛି ଆବାସ ଯୋଜନା, ଜରିପାଲ ତଳେ ଜୀବନ ବିତାଉଛନ୍ତି ସନ୍ତୋଷର ପରିବାର
March 01
21:03 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧/୩: ଦେଶରୁ ଗରିବ ହଟିବ । ସମାଜରେ ଗରିବ ଶ୍ରେଣୀରେ ବସବାସ କରୁଥିବା ଲୋକଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଘରଖଣ୍ଡିଏ ଓ ପେଟକୁ ଦିଓଳି ଦୁଇମୁଠା ଦାନା ଯୋଜାଇବା ପ୍ରତିଶ୍ରୁତିବଦ୍ଧ ସରକାର । ତେବେ କଣ ବାସ୍ତବରେ ଯୋଗ୍ୟ ବ୍ୟକ୍ତି ପାଇପାରୁଛନ୍ତି ଏହି ଯୋଜନାର ସଫଳତା । ଜିଲ୍ଲାର ବିଭିନ୍ନ ଗ୍ରାମରେ ଏମିତି କିଛି ଗରିବ ଲୋକ ସରକାରଙ୍କର ଏଭଳି ଜନହିତକର ଯୋଜନାରୁ ଆଜିଯାଏଁ ବଂଚିତ ହୋଇ ରହିଛନ୍ତି ।
କିଏ ଚାଉଳ କାର୍ଡ ପାଇଁ ଦୌଡି ଦୌଡି ନୟାନ୍ତ ହେଲାଣିତ ଆଉକିଏ ଘରଟିଏ ପାଇଁ ନିରାଶ ହୋଇ କର୍ମକୁ ଆଦରି ପଡିରହିଛି । ସେଭଳି ଏକ ଉଦାହରଣ ପାଲଟିଛି ଜିଲ୍ଲାର ହରଭଙ୍ଗା ବ୍ଲକର ମଥୁରା ପଞ୍ଚାୟତ ଅନ୍ତର୍ଗତ କେଳାକଟା ଗ୍ରାମର ସନ୍ତୋଷ ମେହେର (୫୩) । ୬ ପ୍ରାଣୀ କୁଟୁମ୍ବକୁ ନେଇ ସନ୍ତୋଷର ସଂସାର । ଦିନ ମଜୁରିଆଭାବେ ଉଭୟେ ସ୍ୱାମୀ ସ୍ତ୍ରୀ ଓ ପିଲାଙ୍କ ଗୁଜୁରାଣ ମେଂଟାଉଛନ୍ତି ସନ୍ତୋଷ । ମୁଣ୍ଡ ଗୁଞ୍ଜିବାପାଇଁ ଘର ଖଣ୍ଡିଏ ନାହିଁ । ପିଲା ଛୁଆଙ୍କୁ ମିଶାଇ ୬ଜଣ ଜରି ପାଲତଳେ ଜୀବନ ବିତାଉଛନ୍ତି ଏମାନେ । ଘର ଖଣ୍ଡିଏ ପାଇଁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏକ ପାଖରେ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାର ଫାଇଦା ଉଠାଉଥିବାବେଳେ ଅନ୍ୟ ପାଖରେ ଯୋଗ୍ୟତା ଥାଇମଧ୍ୟ ଆଜିଯାଏଁ ଘର ଖଣ୍ଡିଏ ନପାଇ ଜରି ପାଲ ତଳେ ରହୁଛନ୍ତି । ପ୍ରଶାସନ ଓ ରାଜନେତା କେବଳ ପ୍ରତିଶୃତି ଦେଇଛନ୍ତି ସିନା ବାସ୍ତବରେ ଫଳ ସୂନ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏଭଳି ଗରିବ ହିତାଧିକାରୀ ଯଦି ଯୋଜନାରୁ ବାଦ ପଡିଛନ୍ତି ତେବେ ଏମାନଙ୍କ ପାଇଁ ଯୋଜନାଟି ଉପହାସ ପାଟିଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।
ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ମୁଖ୍ୟ କିରାଣୀ ତୁଷାର କାନ୍ତ ନାୟକଙ୍କ ଅବସର ଗ୍ରହଣ
ବୌଦ୍ଧ,୧/୩: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ମୁଖ୍ୟ କିରାଣୀ ତୁଷାର କାନ୍ତ ନାୟକ ତାଙ୍କ ଚାକିରି ରୁ ଅବସର ଗ୍ରହଣ କରିଛନ୍ତି ।
ଏହି ଅବସରରେ ଏକ ବିଦାୟ କାଳୀନ ସଭାରେ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ଶ୍ରୀନାୟକ ଙ୍କୁ ଭାବ ବ୍ୟହୁଲ ବିଦାୟ ଦେଇଥିଲେ ।
ଶେଷରେ ଶ୍ରୀ ନାୟକ ବିଦାୟ କାଳୀନ ଭାଷଣରେ ସମସ୍ତେ ଭାଇଚାରା ରଖି କେମିତି ମହାବିଦ୍ୟାଳୟ ର ଉନ୍ନତି କରି ପାରିବା ସେ ବିଷୟରେ କହି ବିଦାୟ କାଳୀନ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଙ୍କ ଠାରୁ ଗ୍ରହଣ କରିଥିଲେ ।

କଳସ ଯାତ୍ରା ସହ ଆରମ୍ଭ ହେଲା ଚଣ୍ଡି ମନ୍ଦିର ପ୍ରତିଷ୍ଠା ଉତ୍ସବ
ବୌଦ୍ଧ,୧/୩: ବୌଦ୍ଧ ବ୍ଳକ ଲଷ୍ମୀପ୍ରସ।ଦ ପଂଚାୟତ ଅନ୍ତର୍ଗତ ଚଣ୍ଡିତଳ ର ନିର୍ମାଣ ହୋଇଥିବା ଚଣ୍ଡି ମନ୍ଦିରର ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ଆରମ୍ଭ ହୋଇଛି।
ପୂର୍ବାହ୍ନ ୧୦ ଟାରେ ଚନ୍ଦ୍ରପୁର ଲଷ୍ମୀସାଗର ରେ ଗଙ୍ଗା ମ।ତାକୁ ଆବାହନ କରି ଶତାଧିକ ମହିଳା, ଯୁବତୀମାନେ କଳସୀରେ ଜଳ ଧରି ଏକ ଶୋଭାଯାତ୍ରାରେ ଚନ୍ଦ୍ରପୁର,ନାରାୟଣନଗର, ଜହ୍ନ।ପଙ୍କ ଗ୍ରାମ ଦେଇ ଚଣ୍ଡି ମନ୍ଦିରରେ ପହଁଚି ପୂଜା ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା।
ଲଷ୍ମୀପ୍ରସାଦ ସରପଞ୍ଚ ଭାରତୀ ପୁରୋହିତଙ୍କ ନେତୃତ୍ୱରେ ଏହି କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଜହ୍ନ।ପଙ୍କ ସଂକୀର୍ତ୍ତନ ଓ ନମ ଗୁରୁ ଦଳ,ପୂର୍ବତନ ସରପଞ୍ଚ ଭୋଳାଗିରି ସାହୁ, ପୂର୍ବତନ ବୌଦ୍ଧ ବ୍ଳକ ଉପାଧ୍ୟକ୍ଷ ମନ ରଞ୍ଜନ ପୁରୋହିତ ଏହି ଶୋଭାଯାତ୍ରାରେ ସାମିଲ ଥିଲେ।
ଏଥିରେ କର୍ତ୍ତାଭାବେ ବୌଦ୍ଧର ମହେଶ ଅଗ୍ରୱାଲ ଓ ତାଙ୍କର ଧର୍ମପତ୍ନୀ ଭାରତୀ ପୁରୋହିତ କାର୍ଯ୍ୟ ତୁଲାଇଥିଲେ।ରାମଚନ୍ଦ୍ର ପାଣିଗ୍ରାହୀ, ପ୍ରଦୀପ ପାଢ଼ୀ ଓ ସୁଶୀଳ ପାଣିଗ୍ରାହୀ ପୂଜା କାର‌୍ୟ୍ୟ ତୁଲାଉଛନ୍ତି।
ପରେ ମଧ୍ୟାହ୍ନ ମଣ୍ଡପ ପୂଜା, ଧାନ୍ୟଧିବାସ,ବୁଧବାର ବିଗ୍ରହ ଓ ମନ୍ଦିର ସ୍ନାନ, ଶୟନ ନାମଯଜ୍ଞ ଅଧିବାସ, ଚଣ୍ଡିପାଠ, ଗୁରୁବାର ମନ୍ଦିର ଓ ବିଗ୍ରହ ନ୍ୟାସ, ଅଷ୍ଟପ୍ରହର ନାମଯଜ୍ଞ, ଶୁକ୍ରବାର କଳସ ସ୍ଥାପନ, ବିଗ୍ରହ ପ୍ରବେଶ ଓ ପୂର୍ଣାହୁତି ଆଦି କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ ଚଣ୍ଡି ମନ୍ଦିର ପ୍ରତିଷ୍ଠା କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରୁଛନ୍ତି।
ବୌଦ୍ଧ ଯୁବ ରେଡ୍ କ୍ରସ ପକ୍ଷରୁ ରକ୍ତଦାନ ଶିବିର
ବୌଦ୍ଧ,୧/୩: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ପାଖରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଭିନାଶ ମିଶ୍ର ଉଦଘାଟନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧିକାରୀ ରୂପକ ମହାପାତ୍ର, ବୌଦ୍ଧ ଜିଲ୍ଲା ରକ୍ତଦାତା ସଂଘ ର ସମ୍ପାଦକ ଦେବାଶିଷ ପୁରୋହିତ, ବରିଷ୍ଠ ରକ୍ତଦାତା ଜୟ ନାରାୟଣ ମହାନ୍ତି ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ଶିବିରକୁ ବୌଦ୍ଧ ଜିଲ୍ଲା ଯୁବ ରେଡକ୍ରସ ସମ୍ପାଦକ ଅଧ୍ୟାପକ ଡଃ ପ୍ରବିର କୁମାର ଦାସ ପରିଚାଳନା କରିବା ସହ ନିଜେ ତାଙ୍କର ୧୦୩ ତମ ରକ୍ତଦାନ କରିଥିଲେ ।
ଏଥିରେ ୨୫ଜଣ ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ । ସେମାନଙ୍କ ମଧ୍ୟରୁ ୧୪ ଜଣ ନୁତନ ରକ୍ତଦାତା ରକ୍ତଦାନ କରି ଶୁଭାରମ୍ଭ କରିଥିଲେ,ବ୍ଲଡ୍ ବ୍ୟାଙ୍କ୍ ଅଧିକାରୀ, ଡାକ୍ତର ବିଜୟ କୁମାର ସାହୁ, ଟେକ୍ନିସିଆନ୍ ଦେବଦତ୍ତ କିଷାନ, ଦିଲ୍ଲୀପ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
ପଞ୍ଚାୟତ ମହାବିଦ୍ୟାଳୟର ମହିଳା ପରାମର୍ଶଦାତା ଅଧ୍ୟାପିକା ଶ୍ଵେତକ୍ଷ ସୁମନ ପଣ୍ଡା ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ପ୍ରମାଣ ପତ୍ର ଦେବାରେ ସାହାଯ୍ୟ କରିଥିଲେ ।
ବୌଦ୍ଧ : ବଡବାଗବର ଗ୍ରାମର ରାଜେଶ ଜେନା ହତ୍ୟା ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଷ
ବୌଦ୍ଧ,୧/୩: ବୌଦ୍ଧ ଜିଲ୍ଳା ଦୌରାଜଜ ମଙ୍ଗଳବାର ଏକ ହତ୍ୟା ମାମଲାର ବିଚାର କରି ତାଙ୍କ ରାୟରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଆଦେଶ ପ୍ରଦାନ କରିଛନ୍ତି ।
ମାମଲାରୁ ପ୍ରକାଶ ଯେ ବୌଦ୍ଧ ଥାନା ଅନ୍ତର୍ଗତ ବଡବାଗବର ଗ୍ରାମର ରଜେଶ ଜେନା ତାଙ୍କ ଗ୍ରାମର ଜୈନିକ ଯୁବତୀଙ୍କ ସହ ପ୍ରେମ ସଂପର୍କ ରଖିଥିଲା । ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ରାଜେଶ ସହ ଇର୍ଷା ପରାୟଣ ହୋଇ ମାରିଦେବାର ସୁଯୋଗ ଖୋଜୁଥିଲେ ।
ଗତ ୨୧.୪ ୧୯ରେ ନିକଟସ୍ଥ ଗ୍ରାମ ଦେବଗଡକୁ ରାମଲୀଳା ଯାତ୍ରା ଦେଖିବାକୁ ରାଜେଶ ଓ ତାର କିଛି ସାଙ୍ଗ ଓ ଜନୈକ ଯୁବତୀ ମାମୁଁ ରାଇପୁର ଗ୍ରାମର ଅର୍ନ୍ତଯ୍ୟାମୀ ସେଠୀଙ୍କ ସହ ମିଶି ଦେଖିବାକୁ ଯାଇଥିଲେ ।
କିନ୍ତୁ ୨୨ ତାରିଖ ସକାଳୁ ରାଜେଶ ର ମୃତ ଦେହ ରାଇପୁର ନାଗବାଚ ଛକରେ ପଡିଥିଲା । ତାକୁ କେହି ପଥର ଦ୍ୱାରା ଛେଚି ମାରିଥିବା ପରିବାର ସକାଳୁ ଜାଣିବା ପରେ ୨୨.୪.୧୯ରେ ରାଜେଶର ଭାଇ ବରୁଣ ଜେନା ତାର ଭାଇକୁ ଅର୍ନ୍ତର୍ଯ୍ୟାମୀ ରାଗ ରଖି ମାରିଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ପରେ ବୌଦ୍ଧ ଥାନା ପକ୍ଷରୁ ଥାନା କେସ ନଂ ୧୦୭ /୧୯ରେ ଏକ ହତ୍ୟାମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ।
ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଅର୍ନ୍ତର୍ଯ୍ୟାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।ପରବର୍ତ୍ତୀ ସମୟରେ ଏହି ମାମଲାଟି ଜିଲା ଦୌରାଜଜଙ୍କ ଅଦାଲତରେ (ଏସଟି ୩୪/୨୧) ରେ ବିଚାର ହୋଇଥିଲା ।
ସରକାରଙ୍କ ପକ୍ଷରୁ ୧୫ ଜଣ ସାକ୍ଷୀଙ୍କ ବୟାନକୁ ଭିତିକରି ପ୍ରମାଣ ଥିବା ନେଇ ଅଦାଲତ ଅଭିଯୁକ୍ତ ଅର୍ନ୍ତଯ୍ୟାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବାସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି ।
ଜୋରିମାନା ଅନାଦେୟ ହେଲେ ଅଧିକ ଛଅ ମାସ କାରାଦଣ୍ଡ ପ୍ରଦାନ କାରାଯାଇଛି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ସବିତା କୁମାରୀ ପଣ୍ଡା ପରିଚାଳନା କରିଥିଲେ ।

ବୌଦ୍ଧ : ତାଲୁକ ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୧/୩: ତାଲୁକା ଆଇନ ସେବା କମିଟି ହରଭଙ୍ଗା ପକ୍ଷରୁ ପୁରୁଣାକଟକ ଭୈରବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।
ହରଭଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିଶ ତଥା ହରଭଙ୍ଗା ତାଲକୁ ଆଇନ ସେବା କମିଟି ଅଧ୍ୟକ୍ଷ ଶୁଭଙ୍କର ମହାନ୍ତିଙ୍କ ଅଧକ୍ଷତାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ସଡକ ସୁରକ୍ଷା, ମୋଟୋର ଦୁର୍ଘଟଣା ଆଇନ, ଏହାର କ୍ଷତିପୂରଣ ଦାବୀ ଆଦି ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି ସଚେତନତା କାର୍ଯ୍ୟକ୍ରମ ରେ ଏମଭିଆଇ ମିଲି ସାହୁ, ଓକିଲ ସଂଘର ସଭାପତି ଅକ୍ଷୟ କୁମାର ସାହୁ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷା ଧରିତ୍ରୀ ରାଣୀ କାନୁନଗୋ, ଓ କୋର୍ଟ କର୍ମଚାରୀ ସଂଜୀବ କୁମାର ବାଗ, ରମାକାନ୍ତ ମିର୍ଦ୍ଧା , ତୁମ୍ବନାଥ ପାତ୍ରଙ୍କ ସମତେ ସମସ୍ତ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ ।
ଏଠାରେ ସମସ୍ତଙ୍କୁ ସଡକ ସୁରକ୍ଷାର ବିଭିନ୍ନ ନିୟମାବଳୀ, ଦୁର୍ଘଟଣା ପରେ କ୍ଷତିପୂରଣ ଦାବୀ ଇତ୍ୟାଦି ଉପରେ ମଧ୍ୟ ସଚେତନ କରାଯାଇଥିଲା ।

 

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30