Indus Valley Times

ଆଉ ନାହାନ୍ତି ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ

 Breaking News

ଆଉ ନାହାନ୍ତି ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ

ଆଉ ନାହାନ୍ତି ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ
March 09
10:08 2023

ଭୁବନେଶ୍ବର,୯/୩: ପରଲୋକରେ ‘ମିଷ୍ଟର ଇଣ୍ଡିଆ’ର କ୍ୟାଲେଣ୍ଡର। ବଲିଉଡର ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ସତୀଶ କୌଶିକଙ୍କ ପରଲୋକ ହୋଇଛି। ୬୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଖ୍ୟାତନାମା ନିର୍ଦେଶକ ସତୀଶ କୌଶିକ ଯଦିଓ କୌଣସି ଓଡ଼ିଆ ସିନେମାର ନିର୍ଦେଶନା ଦେଇ ନ ଥିଲେ, ହେଲେ ତାଙ୍କ ନିର୍ଦେଶିତ ଗୋଟିଏ ହିନ୍ଦୀ ଫିଲ୍ମ ସହ ଏକ ଓଡ଼ିଆ ସିନେମାର ସଂପର୍କ ଥିଲା। ୧୯୯୮ରେ ମୁକ୍ତିଲାଭ କରିଥିବା ଏହି ଓଡ଼ିଆ ଛବି ହେଲା ‘ସୁହାଗ ସୁନ୍ଦୂର’।
ଏହାର ପ୍ରଯୋଜକ ଥିଲେ ଶିବ ପ୍ରସାଦ ଲେଙ୍କା ଆଉ ଏହାର ନିର୍ଦେଶକ ହେଲେ ହର ପଟ୍ଟନାୟକ। ଏଥିରେ ସିଦ୍ଧାନ୍ତ, ରଚନା, ହର ପଟ୍ଟନାୟକ, ଦେବୁ ବୋଷ, ପ୍ରଦ୍ୟୁମ୍ନ ଲେଙ୍କା, ବ୍ରଜ ସିଂହ ଓ ଦେବୁ ପଟ୍ଟନାୟକ ପ୍ରମୁଖ ଅଭିନୟ କରିଥିଲେ। ମନ୍ମଥ ମିଶ୍ର ଏଥିରେ ସଙ୍ଗୀତ ନିର୍ଦେଶନା ଦେଇଥିଲେ।
‘ସୁହାଗ ସୁନ୍ଦୂର’ ବସ୍ତୁତଃ ଡି. ରାମାନାଇଡୁଙ୍କ ପ୍ରଯୋଜିତ ସୁପରହିଟ୍ ତେଲୁଗୁ ସିନେମା ‘ପବିତ୍ର ବନ୍ଧନମ୍’ର ରିମେକ୍ ଥିଲା। ଅବଶ୍ୟ ଓଡ଼ିଆ ନିର୍ଦେଶକ ମୂଳ କାହାଣୀର କେତେକ ଚରିତ୍ରକୁ ବଦଳାଇ ଦେଇଥିଲେ। ‘ପବିତ୍ର ବନ୍ଧନମ୍’ରେ
‘ପବିତ୍ର ବନ୍ଧନମ୍’ର ହିନ୍ଦୀ ରିମେକ୍ ଥିଲା ହମ୍ ଆପକେ ଦିଲ୍ ମେଁ ରେହତେ ହେଁ। ଏହି ସିନେମାଟି ୧୯୯୯ରେ ମୁକ୍ତିଲାଭ କରିଥିଲା। ଏହାର ନିର୍ଦେଶନା ଦେଇଥିଲେ ସତୀଶ କୌଶିକ। ଏଥିରେ ଅନୀଲ କପୁର, କାଜୋଲ୍, ଅନୁପମ୍ ଖେର, ସତୀଶ କୌଶିକ, ଶକ୍ତି କପୁର ଓ ପରମିତ ସେଟ୍ଟୀ ପ୍ରମୁଖ ନଜର ଆସିଥିଲେ। ଅନୁ ମଲ୍ଲିକ ଏଥିରେ ସ୍ବର ସଂଯୋଜନା କରିଥିଲେ।
କହିବା ବାହୁଲ୍ୟ ଯେ ‘ପବିତ୍ର ବନ୍ଧନମ୍’ର ରିମେକ୍ ହମ୍ ଆପକେ ଦିଲ୍ ମେଁ ରେହତେ ହେଁ ଓ ‘ସୁହାଗ ସୁନ୍ଦୂର’ ଉଭୟ ଓଡ଼ିଶାରେ ଭଲ ଚାଲିଥିଲା। ଆଉ ଏକ ମଜାଦାର କଥା ଯେ ଉଭୟ ଓଡ଼ିଆ ଓ ହିନ୍ଦୀ ସିନେମାର ବିତରଣ ଦାୟିତ୍ବ ବି ଓଡ଼ିଶାରେ ଜଣେ ବିତରକ (ଅଶୋକ ଲେଙ୍କା) ଗ୍ରହଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031