Indus Valley Times

ଶ୍ମଶାନରେ ଜଳୁଥିଲା ଶବ; ଘରକୁ ମାରିଲା ବିଜୁଳି, ଚାଲିଗଲା ୩ ଜୀବନ

 Breaking News

ଶ୍ମଶାନରେ ଜଳୁଥିଲା ଶବ; ଘରକୁ ମାରିଲା ବିଜୁଳି, ଚାଲିଗଲା ୩ ଜୀବନ

ଶ୍ମଶାନରେ ଜଳୁଥିଲା ଶବ; ଘରକୁ ମାରିଲା ବିଜୁଳି, ଚାଲିଗଲା ୩ ଜୀବନ
April 08
20:06 2023

କରଞ୍ଜିଆ/ବାରିପଦା,୮/୪: ଘର ଅଗଣାରେ ଗଛ ତଳେ ବସିଥିଲା ବେଳେ ବଜ୍ରପାତ ହୋଇଛି। ଏଥିରେ ଜଣେ ଗର୍ଭବତୀଙ୍କ ସମେତ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଅଘଟଣର ଶିକାର ହୋଇଥିବା ଜଣେ ଶିଶୁଙ୍କ ସମେତ ୫ ଜଣଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୟୂରଭଂଜ ଜିଲ୍ଲା କରଞ୍ଜିଆ ସହରର ୧୪ ନମ୍ବର ୱାର୍ଡରେ ଆଜି ଅପରାହ୍ଣ ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ସ୍ୱର୍ଗତ ବୃନ୍ଦାବନ ଦାସଙ୍କ ସ୍ତ୍ରୀ ସୁବାସିନୀ ଦାସ(୭୦), ଲକ୍ଷ୍ମଣ ନାଏକଙ୍କ ସ୍ତ୍ରୀ ଜୀବତୀ ନାଏକ(୩୦) ଓ ଶିବୁ ମୁଣ୍ଡାଙ୍କ ସ୍ତ୍ରୀ ହେମଲତା ହୋ(୨୫)।
ସୂଚନା ଅନୁସାରେ ଗ୍ରାମର ମୁକ୍ତା ମୁଣ୍ଡା ନାମ୍ନୀ ମହିଳାଙ୍କ ଆଜି ସକାଳେ ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ଖବର ପାଇ ବିଭିନ୍ନ ଗ୍ରାମରୁ ତାର ସମ୍ପର୍କୀୟମାନେ ଅନ୍ତିମ ସଂସ୍କାର ପାଇଁ ଆସିଥିଲେ। ନିକଟରେ ଥିବା ଏକ ଆମ୍ବ ଗଛ ମୂଳେ ସମ୍ପର୍କୀୟମାନେ ବସିଥିବା ସମୟରେ ଅଚାନକ ବର୍ଷା ଓ ପବନ ହୋଇଥିଲା । ଏହି ସମୟରେ ଆମ୍ବ ଗଛ ଉପରକୁ ବଜ୍ରପାତ ହେବା ଯୋଗୁଁ ଗଛମୂଳେ ବସିଥିବା ଲୋକଙ୍କ ମଧ୍ୟରୁ ସୁବାସିନୀ ଦାସ, ଜୀବତୀ ନାଏକ ଓ ଗର୍ଭବତୀ ହେମଲତା ହୋ’ଙ୍କ ମୃତ୍ୟୁ ହୋଇଯାଇଥିଲା।
ବଜ୍ରପାତ ଯୋଗୁଁ ଯୁବତୀ ନାଏକ, ମାଳତୀ ନାଏକ, ଭୁବନ ହୋ, ସୋନାଲି ବାସ୍କେ ଏବଂ ଦେଢ଼ ବର୍ଷର ଶିଶୁ ତେଜଶ୍ୱରୀ ନାଏକ ଆହତ ହୋଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା। ମୃତକଙ୍କ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା ବେଳେ ଆହତମାନଙ୍କ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା।
ଖବରପାଇ ଅଙ୍କୁରାସ୍ଥିତନିଜ ବାସଭବନରେ ଅବସ୍ଥାନ କରୁଥିବା ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଘଟଣାସ୍ଥଳକୁ ଯାଇ ସମସ୍ତ ଆହତଙ୍କୁ ଚିକିତ୍ସାଳୟ ପଠାଇବା ସହ ଚିକିତ୍ସାଳୟରେ ନିଜେ ଉପସ୍ଥିତ ରହି ଚିକିତ୍ସା ବାବଦକୁ ବୁଝାବୁଝି କରୁଥିବା ଦେଖାଯାଇଥିଲା। ଗୋଟିଏ ସ୍ଥାନରେ ବଜ୍ରପାତରେ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031