Indus Valley Times

ବଢ଼ିଲା ପାଣ୍ଡିଆନ ବିବାଦ: କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

 Breaking News

ବଢ଼ିଲା ପାଣ୍ଡିଆନ ବିବାଦ: କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ବଢ଼ିଲା ପାଣ୍ଡିଆନ ବିବାଦ: କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ
June 27
17:30 2023

ଭୁବନେଶ୍ବର,୨୭/୬: ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି। କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅନୁ ସଚିବ ରୂପେଶ କୁମାର ଏହି ଚିଠି ଲେଖିଛନ୍ତି।
ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପିର ଓଡ଼ିଶା ସଭାପତି ମନମୋହନ ସାମଲଙ୍କ ଦ୍ବାରା ଗତ ୨୪ ତାରିଖ ଦିନ ଅଭିଯୋଗ ଆଧାରରେ କେନ୍ଦ୍ରୀୟ ସଚିବ ଏହି ଚିଠି ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନାଙ୍କୁ ଲେଖିଛନ୍ତି।
ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନପାଇଁ ଏଥିରେ ଉଲ୍ଲେଖ ରହିଛି। ଆଇଏଏସଙ୍କ ବିରୋଧରେ ପ୍ରମାଣ ସହ ହୋଇଥିଲା ଅଭିଯୋଗ ବୋଲି ଉଲ୍ଲେଖ କରାଯାଇଛି।
କେନ୍ଦ୍ରର ଚିଠିକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଙ୍ଗଳବାର ନିଜ ଟ୍ୱିଟ୍ ମାଧ୍ୟମରେ ସାର୍ବଜନୀନ କରିଛନ୍ତି। ଏଥିରେ ସେ କହିଛନ୍ତି ଯେ, ଓଡ଼ିଶା କ୍ୟାଡ଼ରର ଜଣେ ଅଫିସରଙ୍କ ଦ୍ୱାରା ଅଲଇଣ୍ଡିଆ ସର୍ଭିସ ରୁଲସର ଖୋଲା ଉଲ୍ଲଘଂନକୁ ଭାରତ ସରକାର ଗୁରୁତ୍ୱର ସହ ନେଇଛନ୍ତି।
ରାଜ୍ୟ ସରକାର ଆଇଏଏସଙ୍କ କ୍ୟାଡ଼ର କଣ୍ଟ୍ରୋଲିଂ ଅଥରିଟି ହୋଇଥିବାରୁ ଉଲ୍ଲଘଂନର ସ୍ପଷ୍ଟ ତଥ୍ୟପ୍ରମାଣ ମିଳିବା ଆଧାରରେ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନନେବାକୁ ମୁଖ୍ୟ ସଚିବଙ୍କୁ କୁହାଯାଇଛି। ଆମେ ଆଶା କରୁଛୁ ଆଇନ ତା ବାଟରେ ଯିବ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031