Legatus

ଛତିଶଗଡ଼ ରାଜଭବନରେ ଏକକ ବ୍ୟବହାର ପ୍ଲାଷ୍ଟିକ ନିଷେଧ ପାଇଁ ନିର୍ଦ୍ଦେଶ: ବିଶ୍ୱଭୂଷଣ

 Breaking News

ଛତିଶଗଡ଼ ରାଜଭବନରେ ଏକକ ବ୍ୟବହାର ପ୍ଲାଷ୍ଟିକ ନିଷେଧ ପାଇଁ ନିର୍ଦ୍ଦେଶ: ବିଶ୍ୱଭୂଷଣ

ଛତିଶଗଡ଼ ରାଜଭବନରେ ଏକକ ବ୍ୟବହାର ପ୍ଲାଷ୍ଟିକ ନିଷେଧ ପାଇଁ ନିର୍ଦ୍ଦେଶ: ବିଶ୍ୱଭୂଷଣ
July 03
21:53 2023


Chhattisgarh Governor Biswa Bhusan Harichandan orders ban of single-use plastics in Raj Bhawan

By Our Correspondent

ଋାୟପୁର/ଭୁବନେଶ୍ୱର, ୩/୭: ଆଜି ଅନ୍ତରାଷ୍ଟ୍ରିୟ ପ୍ଲାଷ୍ଟିକ ବ୍ୟାଗ୍ ବ୍ୟବହାର ମୁକ୍ତ ଦିବସ ଅବସରରେ ଛତିଶଗଡ଼ ରାଜଭବନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ ଉପସ୍ଥିତ ଅଧିକାରୀଙ୍କୁ ରାଜଭବନରେ ସଂପୂର୍ଣ୍ଣ ରୂପେ ଏକକ ବ୍ୟବହାର ପ୍ଲାଷ୍ଟିକ୍‌କୁ ନିଷେଧ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜଭବନରେ ବ୍ୟବହୃତ ସମସ୍ତ ପ୍ଲାଷ୍ଟିକ ବ୍ୟାଗ୍ ପରିବର୍ତେ କପଡା, କାଗଜ, ଝୋଟ ପ୍ରସ୍ତୁତ ସାମଗ୍ରୀକୁ ବ୍ୟବହାର କରିବାକୁ ଆଦେଶ ଜାରିକରିଛନ୍ତି ।
ଏହି ଅବସରରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ କହିଛନ୍ତି ବର୍ତମାନ ପ୍ଲାଷ୍ଟିକ୍ ବ୍ୟବହାର ଯୋଗୁଁ ହେଉଥିବା ପ୍ରଦ୍ୟୁଷଣ ବିଶ୍ୱପାଇଁ ଚିନ୍ତାର କାରଣ ପାଲଟିଛି । ଆମେ ସମସ୍ତେ ମିଳିତ ଭାବରେ ଏହା ଉପରେ ସଚେତନ ହେବା ସହିତ ଏହାର ଉପଯୋଗକୁ କମାଇବା ଏବଂ ଏହାର ବିକଳ୍ପ ବ୍ୟବହାର କରିବା ପାଇଁ ଆମେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ କାର୍ଯ୍ୟକାରି କରିବା । ଯେତେବେଳେ ଆମର ନିତ୍ୟ ବ୍ୟବହାର ସାମଗ୍ରୀ ପାଇଁ ବଜାର, ହାଟି ସ୍ଥାନକୁ ଗଲାବେଳେ କପଡା ଓ ଝୋଟ ଆଦି ବ୍ୟାଗର ବ୍ୟବହାର କରିବା । ଆମକୁ ବଂଚାଇ ରଖିବା ପାଇଁ ପ୍ରକୃତି ଯେଉଁଭଳି ତାର ଉପାଦାନ ମାନ ଆମର ବ୍ୟବହାର ଯୋଗାଇ ଦେଉଛି ସେହିଭଳି ଆମେ ପ୍ରକୃତି ବଂଚାଇ ରଖିବା ପାଇଁ ଏହିଭଳି ଛୋଟ ଛୋଟ ପଦକ୍ଷେପମାନ ଗ୍ରହଣ କରିବା ଉଚିତ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି ।
ଏକକ ବ୍ୟବହାର ପ୍ଲାଷ୍ଟିକ୍ ବ୍ୟାଗ ମୁକ୍ତ ଦିବସ ଅବସରରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନକରି ପ୍ରକୃତିକୁ ବଂଚାଇବା ସହିତ ଏକ ସୁନ୍ଦର ଓ ସୁସ୍ଥ ପରିବେଶ ନିର୍ମାଣ କରିବାରେ ସହାୟକ ହେବା ପାଇଁ ସମସ୍ତ ରାଜ୍ୟବାସୀଙ୍କ ସମେତ ଦେଶବାସୀଙ୍କୁ ନିବେଦନ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930