Indus Valley Times

ଭକ୍ତଙ୍କ ପାଇଁ ପୁରୀ ଶ୍ରୀ ମନ୍ଦିରର ଚାରି ଦ୍ୱାରା ଖୋଲିବା ଦାବୀରେ ବୌଦ୍ଧରେ କଂଗ୍ରେସର ସଂଙ୍କିର୍ତ୍ତନ ସତ୍ୟାଗ୍ରହ ଆନ୍ଦୋଳନ

 Breaking News

ଭକ୍ତଙ୍କ ପାଇଁ ପୁରୀ ଶ୍ରୀ ମନ୍ଦିରର ଚାରି ଦ୍ୱାରା ଖୋଲିବା ଦାବୀରେ ବୌଦ୍ଧରେ କଂଗ୍ରେସର ସଂଙ୍କିର୍ତ୍ତନ ସତ୍ୟାଗ୍ରହ ଆନ୍ଦୋଳନ

November 10
20:12 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୦/୧୧: ରାଜ୍ୟ କଂଗ୍ରେସର ଡାକରାରେ ବୌଦ୍ଧ କଂଗ୍ରେସ କମିଟି ପକ୍ଷରୁ ଭକ୍ତଙ୍କ ପାଇଁ ପୁରୀ ଶ୍ରୀ ମନ୍ଦିରର ଚାରି ଦ୍ୱାରା ଖୋଲିବା ଦାବୀରେ ବୌଦ୍ଧ ଜଗନ୍ନାଥ ମନ୍ଦିର ଆଗରେ ଗୁୁରୁବାର ସନ୍ଧ୍ୟାରେ ସଂଙ୍କିର୍ତ୍ତନ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଛି ।
ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱର ଦଳର ନେତା ଓ କର୍ମୀ ମାନେ ସଂଙ୍କିର୍ତ୍ତନ ବଜାର ଏକ ଶୋଭଯାତ୍ରାରେ ଯାଇ ବୌଦ୍ଧ ରଥସାହିସ୍ଥିତ ଜଗନ୍ନାଥ ମନ୍ଦିର ଆଗରେ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଛି ।
ଏହି ଆନ୍ଦୋଳନର ଉଦ୍ଦେଶ୍ୟ ହେଲା ରାଜ୍ୟ ସରକାର ତୁରନ୍ତ ଭକ୍ତଙ୍କ ପାଇଁ ପୁରୀ ଜଗନ୍ନାଥ ମନ୍ଦିରର ଚାରିଦ୍ୱାରା ଖୋଲାଯାଉ ଦାବୀ କରିବା ସହ ରତ୍ନ ଭଣ୍ଡାରର ଗଣତି, ମଣତି ଓ ମରାମତି , ବେଦାନ୍ତ କମ୍ପାନୀ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥଙ୍କ ଅମୃତମଣୋହି ଜମି ଓ ଚାଷୀଙ୍କ ଚାଷ ଜମି ତୁରନ୍ତ ଫେରସ୍ତ ଦାବୀରେ ଏହି ସଂଙ୍କିର୍ତ୍ତନ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଥିଲା । ଦଳ ପକ୍ଷରୁ ମନ୍ଦିର ଆଗରେ ସଂଙ୍କିର୍ତ୍ତନ କରାଯାଇଥିଲା । ଏହି ସତ୍ୟାଗ୍ରହରେ ଦଳର ପ୍ରବକ୍ତା ଶାନ୍ତନୁ ମହାପାତ୍ର, ଉପସଭାପତି ସମରେଶ ମିଶ୍ର ,ପଙ୍କଜ କର୍ଣ୍ଣ, ଯୁବନେତା ରାୟ ସଂଜିବ କୁମାର ଦେଓ, ପୌଲସ୍ତି ପ୍ରଧାନ, ରୋହିତାଶ୍ୱ ବେହେରା, ଅର୍ଜୁନ ମହାନନ୍ଦିଆ, ଜୟନ୍ତ ପାଣିଗ୍ରାହୀଙ୍କ ସମେତ ବହୁ ସଂଖ୍ୟାରେ ଦଳର ନେତା ,କର୍ମୀ ଓ ଶ୍ରଦ୍ଧାଳୁ ସାମିଲ ଥିଲେ ।
ଆମ ଓଡିଶା ନବୀନ ଓଡିଶା: ବୌଦ୍ଧଜିଲ୍ଲାକୁ ୩୪ କୋଟି ୫୦ ଲକ୍ଷ
ବୌଦ୍ଧ,୧୦/୧୧: ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ନୂଆଁ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଏହି କାର୍ଯ୍ୟକ୍ରମର ଫୋକସ ହେବ ପ୍ରତି ପଂଚାୟତ, ପ୍ରତି ଗାଁ । ଆଜି ଭୂବନେଶ୍ୱରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାରେ ସଂସ୍କୃତି ସଂପର୍ଣ୍ଣ ବୌଦ୍ଧଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।
ବୌଦ୍ଧ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳି କଣ୍ଟାମାଳ ଓ ବୌଦ୍ଧରେ ୩୪ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୧ ହଜାର ୧୫୯ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁ ରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତିପୂଜାସ୍ଥଳୀର ବିକାଶ ଜରିଆରେ ମୂଳଭିତ୍ତି ଭୂମିକୁ ସୁଦୃଢ କରିବା ସହିତ ଡିଜାଟାଲ ଭିତିଭୂମିର ମଧ୍ୟ ବିକାଶ ହେବ । ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତିଭୂମି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଥିଲେ ଯେ, ସଂସ୍କୃତିର ପ୍ରସାର, ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁ ଗୁଡିକୁ ବିକାଶର ଶିଖରରେ ପହଂଚାଇବ ।
ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଗାଁ ଗାଁ ରେ ଆଧୁନିକ ଓଡିଶାର ଭିତ୍ତି ସ୍ଥାପନ କରିବ । ଆମର ସୁଦୃଢ ସାଂସ୍କୃତିକ ଭିତିଭୂମିକୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୁୃତ ଦିଗବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଂଚିବ ଏବଂ ଆମେ ଗଡିିବା ନୂଆଁ ଓଡିଶା ନବୀନ ଓଡିଶା । ସବୁ ଗ୍ରାମର ବିକାଶ ଆମ୍ଭରୀ ଲକ୍ଷ । ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକେ ସମସ୍ତେ ଶିକ୍ଷା ଓ ସ୍ୱାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ । ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ । ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ ।
ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ୱ ପ୍ରେମ, ଶାନ୍ତି, ସଦଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରି ପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁ ରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ । ପ୍ରତି ପୂଜାସ୍ଥଳିର ବିକାଶ କରାଯିବ । ଐତିହ୍ୟ ସ୍ଥଳି ଗୁଡିକର ସଂରକ୍ଷଣ କରାଯିବ ।
ଆମର ଭବିଶ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଐତିହ୍ୟ ସ୍ଥଳି ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଗାଁରେ ଡିଜିଟାଲ ଭିତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁ ଇଣ୍ଟର ନେଣ୍ଟ ସଂଯୋଗ ମିଳିବ । ବ୍ୟାଙ୍କିଙ୍କ ସୁବିଧା ମିଳିବ । ଏହା ଆମର ଯୁବ ସମାଜ ପାଇଁ , ମାଁ ମାନଙ୍କ ପାଇଁ , ଚାଷୀମାନଙ୍କ ପାଇଁ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ , ପ୍ରଗତିଶିଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବରେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ।
କାର୍ଯ୍ୟକ୍ରମରେ ୫ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ । ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ ପରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳିରେ ୬ଟି ଗୁରୁତ୍ୱ ପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧୨୮ କୋଟି ଟଙ୍କା ମଂଜୁର କରାଯାଇଛି ।
ଏହା ମଧ୍ୟରେ ରହିଛି ଖଡଙ୍ଗ ନଦୀ ଓ ଖଇରମାଳ ଠାରେ ଦୁଇଟି ଭୂଗର୍ଭ ଜଳ ସଂରକ୍ଷଣ । ଖଡଙ୍ଗ ନଦୀ ଆଇଏସଏସ ପାଇଁ ୨୦୦ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ଏହାଦ୍ୱାରା ୧୨ ହଜାର ଲୋକ ଉପକୃତ ହେବେ , ଖଇରମାଳ ଆଇଏସଏସ ପାଇଁ ୯୨୫.୬୦ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ଏହା ଦ୍ୱାରା ୧.୭୦ ଲୋକ ଉପକୃତ ହେବେ , ଏହା ସହିତ କଣ୍ଟାମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ, ପଲସାଗୁରା ହାୟର ସେକେଣ୍ଡେରୀ ସ୍କୁଲ, ପର୍ଯ୍ୟଟନ କ୍ଷେତ୍ର, କଣ୍ଟାମାଳ ବିରାମୁଣ୍ଡା ମନ୍ଦିରର ଉନ୍ନତି କରଣ ଓ ସୈାନ୍ଦର୍ଯ୍ୟ କରଣ ପ୍ରକଳ୍ପ ସାମିଲ ହୋଇଛି ।
ସେହି ପରି ବୌଦ୍ଧ ନିର୍ବାଚନ ମଣ୍ଡଳିରେ ୧୧ଟି ଗୁରୁତ୍ୱ ପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨.୮୭ କୋଟି ଟଙ୍କା ମଂଜୁର କରାଯାଇଛି । ଏଥିରେ ପୁରୁଣାକଟକ ଠାରେ ଥିବା ମାଁ ଭୈରବୀ ମନ୍ଦିରର ଉନ୍ନତି କରଣ ପାଇଁ ୩.୬୭ କୋଟି ମଂଜୁର ହୋଇଥିବା ବେଳେ ଏହା ଦ୍ୱାରା ୬୦ ହଜାର ଭକ୍ତ ଦର୍ଶନ କରି ପାରିବେ ଏବଂ ବୌଦ୍ଧ ସହରର ଚନ୍ଦ୍ରଚୂଡ ମନ୍ଦିର ଓ ଆଳତୀ ଘାଟର ଉନ୍ନତି କରଣ ପାଇଁ ୩.୦୧ କୋଟି ଟଙ୍କା ମଂଜୁର କରାଯାଇଛି ।
ଏହା ସହିତ ୩ଟି ଡିଗ୍ରୀ ମହାବିଦ୍ୟାଳୟ, ୩ଟି ପର୍ଯ୍ୟଟନ କ୍ଷେତ୍ର . ୧ଟି ଛାତ୍ରୀ ନିବାସ ସାମିଲ ଅଛି । ଏହିପରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳିରେ ସମୁଦାୟ ୧୭ଟି ଗୁରୁତ୍ୱ ପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧୪୧.୮୨ କୋଟି ଟଙ୍କା ମଂଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ହରଭଙ୍ଗା ବ୍ଲକ ଚାରିଛକ ଠାରେ କାର୍ଯ୍ୟକ୍ରମରେ ପଂଚାୟତରାଜ, ପାନୀୟଜଳ, ସୂଚନା ଓ ଲୋକସଂପର୍କ, ଜଙ୍ଗଲ ଓ ପରିବେଷ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ, ବିଦ୍ୟୁତ ଆଦି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଡି ହୋଇଛି । ଏହା ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର, କ୍ରୀଡାର ବିକାଶ, ଶିକ୍ଷାର ଉନ୍ନତି ବିଭିନ୍ନ ଐଚ୍ଛିହ୍ୟସ୍ଥଳର ସଂରକ୍ଷଣ ହୋଇପାରିବ । ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ଭାରତର ଆତ୍ମା ଗ୍ରାମଂଚଳରେ ରହିଛି ବୋଲି କହିଥିଲେ ।
ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ପ୍ରଭାସିନୀ ଦାସ, ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ,ଜିଲ୍ଲା ପରିଷଦ ସଭ୍ୟା କଳ୍ପନା ରାଣୀ ସାହୁ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିଆର ସିଂ, ବିଜୁ ଜନତା ଦଳର ବୌଦ୍ଧଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଂଜନ ନାୟକ, ବୌଦ୍ଧ ନିର୍ବାଚନ ମଣ୍ଡଳି ପର୍ଯ୍ୟବେକ୍ଷକ ଚିତ କର୍ଣ୍ଣ,ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ ସାହୁ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରବି ନାରୟଣ ପଣ୍ଡା, ବୌଦ୍ଧ ବିଡିଓ ଅକ୍ଷୟ ପାଣି ଉଦୁ, ଏବିଡିଓ ଅଶ୍ୱିନୀ ପାଣ୍ଡେ, ସମାଜସେବୀ ଯୋଗେଶ୍ୱର ମହାକୁଡ ପମୁଖ ଉପସ୍ଥିତ ଥିଲେ ।
ବୌଦ୍ଧର କୃତୀ ତୀରନ୍ଦାଜ ଛାତ୍ରୀ ସୁଶ୍ରୀ କ୍ରୀଷ୍ଣାମୟୀ ମହାକୁଡ଼ଙ୍କୁ ଭବ୍ୟସ୍ୱାଗତ
ବୌଦ୍ଧ,୧୦/୧୧: ଜାତୀୟ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ତୀରନ୍ଦାଜ ଛାତ୍ରୀ ସୁଶ୍ରୀ କ୍ରୀଷ୍ଣା ମୟୀ ମହାକୁଡ଼ଙ୍କୁ ବୌଦ୍ଧ ବସଷ୍ଟାଣ୍ଡ ଠାରେ ପହଂଚିବା ପରେ ଭବ୍ୟ ସ୍ୱାଗତ କରାଯାଇଛି ।
କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦ୍ୱାରା ପୁନେ ଠାରେ ଆୟୋଜିତ ୫୨ତମ ଜାତୀୟ ଓ ଆଞ୍ଚଳିକ ଖେଳ ପ୍ରତିଯୋଗିତା ରେ ତୀରନ୍ଦାଜ ବିଭାଗରେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ କ୍ରୀଷ୍ଣା ମୟୀ ମହାକୁଡ଼ ରୌପ୍ୟ ପଦକ ହାସଲ କରିଛନ୍ତି ।
ସୁଶ୍ରୀ କ୍ରୀଷ୍ଣାମୟୀ ମହାକୁଡ଼ ବୌଦ୍ଧ ର କଳ୍ପନା ମହାକୁଡ଼ ଓ ଅଖୟ ମହାକୁଡ଼ଙ୍କ ସୁକନ୍ୟା ଅଟନ୍ତି କ୍ଷ ସୁଶ୍ରୀ କ୍ରୀଷ୍ଣା ମୟୀ ମହାକୁଡ଼ ବୌଦ୍ଧ ପହଂଚିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଜିଲ୍ଲା କ୍ରୀଡା ଅଧିକାରୀ ପବିତ୍ର ରାଉତ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ , ଏନ ଏ ସି ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହେରାଙ୍କ ସମତେ ଅନେକ କ୍ରୀଡ଼ାପ୍ରେମୀ ଉପସ୍ଥିତ ରହି ସ୍ୱାଗତ କରିଥିଲେ ।
ତୀରନ୍ଦାଜୀ ସୁରଜଙ୍କୁ ବୌଦ୍ଧ ଏନଏସି ପକ୍ଷରୁ ସମ୍ବର୍ଦ୍ଧନା
ବୌଦ୍ଧ,୧୦/୧୧: କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦ୍ୱାରା ହାଇଦ୍ରାବାଦ ରେ ଆୟୋଜିତ ୫୨ ତମ ଜାତୀୟ କ୍ରୀଡା ପ୍ରତିଯୋଗିତାରେ ତୀରନ୍ଦାଜି ବାଳକ ବିଭାଗ ରେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ର ଏକାଦଶ ଶ୍ରେଣୀ ର ଛାତ୍ର ସୁରଜ କୁମାର ମେହେର ୪୦ ମିଟର ବର୍ଗ ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଥିବାରୁ ବୌଦ୍ଧ ଏନଏସି ତରଫରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହେରା ଏନଏସି କାର୍ଯ୍ୟାଳୟ ରେ ଫୁଲତୋଡ଼ା, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସୁରଜ କୁମାର ମେହେର ବୁଟୁପାଲି ବୌଦ୍ଧ ର ସରିତା ମେହେର ଓ ଶିକ୍ଷକ ନିରଞ୍ଜନ ମେହେର ଙ୍କର ସୁପୁତ୍ର ଅଟନ୍ତି ଓ
ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ
ବୌଦ୍ଧ,୧୦/୧୧: ବୌଦ୍ଧ ଜିଲ୍ଲା ସରସରା କ୍ଲଷ୍ଟର ସ୍ତରୀୟ ପ୍ରଥମ,ଦ୍ଵିତୀୟ,ତୃତୀୟ ଶ୍ରେଣୀ ର ପ୍ରସ୍ତୁତି ସ୍ତର ପାଇଁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ସିଆର ସି ସି ଶ୍ରୀବନ୍ତ ନାଏକ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ପ୍ରଧାନ ଶିକ୍ଷକ ତ୍ରିଲୋଚନ ବେହେରା ଙ୍କ ସହଯୋଗ ରେ କ୍ଳଷ୍ଟର ଅନ୍ତର୍ଗତ ଦଶଟି ବିଦ୍ୟାଳୟ ରୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ପାଇଁ ଶିଶୁ ଉପଯୋଗୀ ଅନେକ ଶିକ୍ଷଣ ଉପକରଣ ପ୍ରସ୍ତୁତି କରିଥିଲେ।
ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜ୍ୟୋସ୍ନା ରାଣୀ ମହାପାତ୍ର ଓ ଅଖିଳ କୁମାର ପ୍ରଧାନ କର୍ମଶାଳା ପରିଦର୍ଶନ କରି ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଅଭିନବ ପ୍ରୟାସ କୁ ଅନେକ ପ୍ରଶଂସା କରିଥିଲେ । ଡିଆର ଜି ମେମ୍ବର ବିଜୟ କୁମାର ସାହୁ ଓ ଦିଲ୍ଲୀପ କୁମାର ସାହୁ ଙ୍କ ସମେତ ମଞ୍ଜୁଶ୍ରୀ ମହାପାତ୍ର,କୌଶଲ୍ୟା ସାହୁ, ନବନିତା ବେହେରା,କମଳିନୀ ସାହୁ,ରୀତା ପାତ୍ର, ଅନୁସୂୟା ପାଣିଗ୍ରାହୀ, ଭୂମିସୂତା ମେହେର, ବିଜୟଲକ୍ଷ୍ମୀ ପାଳ, ଯଶୋଦା ମେହେର, ବବିତା ରାଣୀ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031